<cesDoc id="ori-w-science-maths-oma13" lang="ori">
<cesHeader type="text">
<fileDesc>
<titleStmt>
<h.title>ori-w-science-maths-oma13.txt</h.title>
<respStmt>
<respType>Electronic file created by</respType>
<respName>Central Institute for Indian Languages, Mysore</respName>
<respType>transferred into Unicode and CES format by</respType>
<respName>"Unicodify" software by Andrew Hardie</respName>
</respStmt></titleStmt>
<publicationStmt>
<distributor>UCREL (on behalf of CIIL)</distributor>
<pubAddress>Department of Linguistics, Lancaster University, Lancaster, LA1 4YT, UK</pubAddress>
<availability region="WORLD"></availability>
<pubDate>03-08-12</pubDate>
</publicationStmt>
<sourceDesc>
<biblStruct>
<monogr>
<h.title>ମୋ ଗଣିତ.</h.title>
<h.author>ଓଡିଶା ସର</h.author>
<imprint>
<pubPlace>India</pubPlace>
<publisher>Unknown - Book.</publisher>
<pubDate>1990</pubDate>
</imprint>
<idno type="CIIL code">oma13</idno>
</monogr></biblStruct></sourceDesc></fileDesc>
<encodingDesc>
<projectDesc>Text collected for the CIIL Corpus, subsequently integrated into the EMILLE/CIIL Monolingual Written Corpora.</projectDesc>
<samplingDesc>Simple written text only has been transcribed. Diagrams, pictures and tables have been omitted. Sampling begins at page 1685.</samplingDesc>
<editorialDecl><conformance level="1"></conformance></editorialDecl>
</encodingDesc>
<profileDesc>
<creation><date>03-08-12</date></creation>
<langUsage>Oriya</langUsage>
<wsdUsage>
<writingSystem id="ISO/IEC 10646">Universal Multiple-Octet Coded Character Set (UCS).</writingSystem>
</wsdUsage>
<textClass>
<channel mode="w">print</channel>
<constitution type="composite"></constitution>
<domain type="public"></domain>
<factuality type="fact"></factuality>
</textClass>
<translations></translations>
</profileDesc>
<revisionDesc></revisionDesc>
</cesHeader>

<text><body>

<p>&lt;20 ୤ ( କ ) 77 ର 7 ଗୁଣରୁ 7 ଅଧିକ ସଂଖ୍ଯାଟି କେତେ ?
( ଖ ) 111ର 5 ଗୁଣରୁ 27 କମ୍ ସଂଖ୍ଯାଟି କେତେ ?
ଚିତ୍ରକୁ ଦେଖି ଉତ୍ତର ଲେଖ ୤
( କ ) ଗୋଟିଏ ବହି ଓ 3 ଟି କଲମର ଦାମ୍ କେତେ ?
( ଖ ) 8 ଟି ବାକ୍ସ ଓ 2 ଟି କଲମର ଦାମ୍ କେତେ ?
( ଗ ) 10 ଟି ବାକ୍ସର ଦାମ୍ 20 ଟି ବହିର ଦାମ୍ଠାରୁ କେତେ ବେଶୀ ?
( ଘ ) 16 ଟି ବାକ୍ସର ଦାମ୍୍ରେ କେତେଗୋଟି କଲମ କିଣି ହେବ ?
( ଙ ) 25 ଟି ବହି ଦାମ୍୍ରେ କେତେଗୋଟି ବାକ୍୍ସ କିଣି ହେବ ?
22 ୤ 20 ଟି ବିରାଡି ଓ 17 ଟି କୁଆର ଗୋଡ ମିଶି କେତେ ?
23 ୤ 27 ର 12 ଗୁଣ 17 ର 9 ଗୁଣଠାରୁ କେତେ ବେଶୀ ?
24 ୤ 83 ରୁ 67 ୟେତିକି କମ୍ କେଉଁ ସଂଖ୍ଯା 59 ଠାରୁ ସେତିକି
ବେଶୀ ?
25 ୤ ( କ ) 87 ର ଅଙ୍କ ଦୁଇଟି ମଝିରେ ଏକ ଶୂନ ଲେଖିଦେଲେ ୟେଉଁ
ସଂଖ୍ଯାଟି ହେବ , ତାକୁ ଅକ୍ଷରରେ ଲେଖ ୤
( ଖ ) 58 କୁ ଓଲଟାଇ ଲେଖି ତା ଡାହାଣରେ 8 ଲେଖିଦେଲେ
ୟେଉଁ ସଂଖ୍ଯାଟି ହେବ , ତାହା ଅକ୍ଷରରେ ଲେଖ ୤
( ଗ ) 4 , 7 , 0 କୁ ବ୍ଯବହାର କରି ସବୁଠାରୁ ବଡ ଓ ସବୁ~
ଠାରୁ ସାନ ସଂଖ୍ଯା ଲେଖ ୤ //
ସେହିପରି 999 ରୁ 1 ଅଧିକ ସଂଖ୍ଯାଟି ଲେଖିବା ପାଇଁ ସଂଖ୍ଯାର
ଶତକ ସ୍ଥାନର ବାମକୁ ଆଉ ଏକ ଚତୁର୍ଥ ସ୍ଥାନ ତିଆରି ହୁଏ ୤ ଏହି
ଚତୁର୍ଥ ସ୍ଥାନର ନାମ ` ସହସ୍ର ' ବା ` ହଜାର ' ସ୍ଥାନ ୤</p>

<p>1 ଏହି ସହସ୍ର ସ୍ଥାନରେ ରହେ ଓ ଶତକ , ଦଶକ ଏବଂ ଏକକ
ସ୍ଥାନମାନଙ୍କରେ ` 0 ' ଲେଖାୟାଏ ୤
ୟଥା - 999+1=1000
ହଜାର ଶତକ ଦଶକ ଏକକ
1000
ଆମେ ଜାଣୁ -
9 ଏକ ଅଙ୍କବିଶିଷ୍ଟ ସବୁଠାରୁ ବଡ ସଂଖ୍ଯା ୤
ଏହାର ଠିକ୍ ପରବର୍ତ୍ତୀ (9+1) ଅର୍ଥାତ୍ 10 , ଦୁଇ ଅଙ୍କବିଶିଷ୍ଟ
ସବୁଠାରୁ ସାନ ସଂଖ୍ଯା ୤
ସେହିପରି 99 ଦୁଇ ଅଙ୍କବିଶିଷ୍ଟ ସବୁଠାରୁ ବଡ ସଂଖ୍ଯା ୤
ଏହାର ଠିକ୍ ପରବର୍ତ୍ତୀ (99+1) ଅର୍ଥାତ୍ 100 ,
ତିନି ଅଙ୍କବିଶିଷ୍ଟ ସବୁଠାରୁ ସାନ ସଂଖ୍ଯା ୤
ସେହିପରି 999 , ତିନି ଅଙ୍କବିଶିଷ୍ଟ ସବୁଠାରୁ ବଡ ସଂଖ୍ଯା ୤
ଏହାର ଠିକ୍ ପରବର୍ତ୍ତୀ (999+1) ଅର୍ଥାତ୍ 1000 ,
ଚାରି ଅଙ୍କବିଶିଷ୍ଟ ସବୁଠାରୁ ସାନ ସଂଖ୍ଯା ୤
ଏଥିରୁ ଜାଣିଲେ -
ଏକ ଅଙ୍କ ସବୁଠୁଁ ବଡ ସଂଖ୍ଯା + 1
= ଦୁଇ ଅଙ୍କ ସବୁଠୁଁ ସାନ ସଂଖ୍ଯା 10 ୤
ଦୁଇ ଅଙ୍କ ସବୁଠୁଁ ବଡ ସଂଖ୍ଯା + 1
= ତିନି ଅଙ୍କ ସବୁଠୁଁ ସାନ ସଂଖ୍ଯା 100 ୤
ତିନି ଅଙ୍କ ସବୁଠୁଁ ବଡ ସଂଖ୍ଯା + 1
= ଚାରି ଅଙ୍କ ସବୁଠୁଁ ସାନ ସଂଖ୍ଯା 1000 ୤
ସେହିପରି -
ଦୁଇ ଅଙ୍କ ସବୁଠୁଁ ସାନ ସଂଖ୍ଯା 10 -1
= ଏକ ଅଙ୍କ ସବୁଠୁଁ ବଡ ସଂଖ୍ଯା 9 ୤
ତିନି ଅଙ୍କ ସବୁଠୁଁ ସାନ ସଂଖ୍ଯା 100 -1
= ଦୁଇ ଅଙ୍କ ସବୁଠୁଁ ବଡ ସଂଖ୍ଯା 99 ୤
ଚାରି ଅଙ୍କ ସବୁଠୁଁ ସାନ ସଂଖ୍ଯା 1000 -1
= ତିନି ଅଙ୍କ ସବୁଠୁଁ ବଡ ସଂଖ୍ଯା 999 ୤
ଏକ ଅଙ୍କବିଶିଷ୍ଟ ସବୁଠାରୁ ବଡ ସଂଖ୍ଯାରେ 1 ୟୋଗ କଲେ
ଦୁଇ ଅଙ୍କବିଶିଷ୍ଟ ସବୁଠାରୁ ସାନ ସଂଖ୍ଯା ମିଳେ ୤
ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ବଡ ସଂଖ୍ଯାରେ 1 ୟୋଗ କଲେ ୤
ତିନି ଅଙ୍କବିଶିଷ୍ଟ ସବୁଠାରୁ ସାନ ସଂଖ୍ଯା ମିଳେ ୤
ତିନି ଅଙ୍କବିଶିଷ୍ଟ ସବୁଠାରୁ ବଡ ସଂଖ୍ଯାରେ 1 ୟୋଗ କଲେ ୤
ଚାରି ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ଯା ମିଳେ ୤</p>

<p>ସେହିପରି -
ଦୁଇ ଅଙ୍କବିଶିଷ୍ଟ ସବୁଠାରୁ ସାନ ସଂଖ୍ଯାରୁ 1 ବିଯୋଗ କଲେ ୤
ଏକ ଅଙ୍କବିଶିଷ୍ଟ ସବୁଠାରୁ ବଡ ସଂଖ୍ଯା ମିଳେ ୤
ତିନି ଅଙ୍କବିଶି଎ଷ୍ଟ ସବୁଠାରୁ ସାନ ସଂଖ୍ଯାରୁ 1 ବିଯୋଗ କଲେ ୤
ଦୁଇ ଅଙ୍କବିଶିଷ୍ଟ ସବୁଠାରୁ ବଡ ସଂଖ୍ଯା ମିଳେ ୤
ଚାରି ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ଯାରୁ 1 ବିଯୋଗ କଲେ ୤
ତିନି ଅଙ୍କବିଶିଷ୍ଟ ସବୁଠାରୁ ବଡ ସଂଖ୍ଯା ମିଳେ ୤ //
ଚାରି ଅଙ୍କବିଶିଷ୍ଟ ସଂଖ୍ଯାର ସ୍ଥାନୀଯମାନ
ଦ୍ବିତୀଯ ଶ୍ରେଣୀରେ ତିନି ଅଙ୍କବିଶିଷ୍ଟ ସଂଖ୍ଯାର ସ୍ଥାନୀଯମାନ ବିଷଯରେ
ଜାଣିଛ ୤ ମନେ ପକାଅ ୤</p>

<p>457 ର ଏକକ ସ୍ଥାନରେ 7 ଅଛି
ଅତଏବ 7 ର ସ୍ଥାନୀଯମାନ 7 ଏକ = 7x1 = 7
ଦଶକ ସ୍ଥାନରେ 5 ଅଛି
ଅତଏବ 5 ର ସ୍ଥାନୀଯ ମାନ 5 ଦଶ = 5x10 = 50
ଶତକ ସ୍ଥାନରେ 4 ଅଛି
ଅତଏବ 4 ର ସ୍ଥାନୀଯମାନ 4 ଶହ = 4x100 = 400</p>

<p>ସେହିପରି 326 ର 6 ର ସ୍ଥାନୀଯମାନ 6
2 ର ସ୍ଥାନୀଯମାନ 20 ଓ 3 ର ସ୍ଥାନୀଯମାନ 300
ଓ 786 ର 6 ର ସ୍ଥାନୀଯମାନ 6 , 8 ର ସ୍ଥାନୀଯମାନ 80
ଓ 7 ର ସ୍ଥାନୀଯମାନ 700 ୤</p>

<p>5834 ସଂଭଖ୍ଯାପାଇଁ
4 ଏକକ ସ୍ଥାନରେ ଅଛି ଅତଏବ 4 ସ୍ଥାନୀଯମାନ 4 ଏକ = 4x1 = 4
3 ର ସ୍ଥାନୀଯ ଅଛି ଅତଏବ 3 ର ସ୍ଥାନୀଯମାନ 3 ଦଶ = 3x10 = 30
8 ଶତକ ସ୍ଥାନରେ ଅଛି ଅତଏବ 8 ର ସ୍ଥାନୀଯମାନ 8 ଶହ = 8x100 = 800
5 ହଜାର ସ୍ଥାନରେ ଅଛି ଅତଏବ 5 ର ସ୍ଥାନୀଯମାନ 5 ହଜାର = 5x1000 = 5000</p>

<p>ସେହିପରି 8543 ର
3 ର ସ୍ଥାନୀଯମାନ 3 , 4 ର ସ୍ଥାନୀଯ ମାନ 40
5 ର ସ୍ଥାନୀଯମାନ 500 ଓ 8 ର ସ୍ଥାନୀଯମାନ 8000</p>

<p>ତୁମେ ଜାଣ ସଂଖ୍ଯା ଓ ଅଙ୍କ ମଧ୍ଧରେ ପାର୍ଥକ୍ଯ କଣ ୤
ୟଥା - 3 2 7 4 ଏକ ସଂଖ୍ଯା
ଏଥିରେ 4 ଟି ଅଙ୍କ ଅଛି ୤
3 , 2 , 7 , 4 ପ୍ରତ୍ଯେକ ଗୋଟିଏ ଗୋଟିଏ ଅଙ୍କ ୤
ସଂଖ୍ଯାର 4 ଏକକ ସ୍ଥାନରେ ଅଙ୍କ , 7 ଦଶକ ସ୍ଥାନର ଅଙ୍କ
2 ଶତକ ସ୍ଥାନର ଅଙ୍କ , 3 ହଜାର ସ୍ଥାନର ଅଙ୍କ ୤</p>

<p>5834 ଓ 8543 ସଂଖ୍ଯା ଦୁଇଟିକୁ ଲକ୍ଷ୍ଯ କର ୤
କିଛି ସମାନତା ଲକ୍ଷ୍ଯ କରୁଛ କି ?
ହଁ , ଉଭଯ ସଂଖ୍ଯାରେ 4 ଟି ଅଙ୍କ ଅଛି ୤</p>

<p>ପୁଣି ଉଭଯ ସଂଖ୍ଯାରେ 3 , 4 , 5 ଓ 8 ଏହି 4 ଟି ଅଙ୍କ ଅଛି ୤
ମାତ୍ର 3 , 4 , 5 ଓ 8 ଏହି ଅଙ୍କଗୁଡିକ ସଂଖ୍ଯା ଦୁଇଟିର ବିଭିନ୍ନ ସ୍ଥାନରେ
ଥିବାରୁ ସେମାନଙ୍କର ସ୍ଥାନୀଯମାନ ପୃଥକ୍୍ ୤ //
ଚାରି ଅଙ୍କବିଶିଷ୍ଟ ସଂଖ୍ଯାମାନଙ୍କର ୟୋଗ
ଦୁଇ ଅଙ୍କ ବା ତିନି ଅଙ୍କବିଶିଷ୍ଟ ସଂଖ୍ଯାମାନଙ୍କର ୟୋଗ ୟେଉଁ
ପ୍ରଣାଳୀରେ କରାୟାଏ ଚାରି ଅଙ୍କବିଶିଷ୍ଟ ସଂଖ୍ଯାମାନଙ୍କର ୟୋଗ ମଧ୍ଧ ସେହି
ପ୍ରଣାଳୀରେ କରାୟାଏ , ଅର୍ଥାତ୍୍ ତିନି ଅଙ୍କବିଶିଷ୍ଟ ସଂଖ୍ଯାମାନଙ୍କୁ ୟୋଗ
କରିବା ସମଯରେ ସଂଖ୍ଯାମାନଙ୍କୁ ଏପରି ତଳକୁ ତଳ ସଜାଇ ରଖାୟାଏ
ୟେପରିକି -
ସମସ୍ତ ସଂଖ୍ଯାର ଏକକ ଅଙ୍କଗୁଡିକ ଗୋଟିଏ ସ୍ତମ୍ଭରେ ତଳକୁ ତଳ ରହିବ ,
ଦଶକ ଅଙ୍କଗୁଡିକ ଗୋଟିଏ ସ୍ତମ୍ଭରେ ତଳକୁ ତଳ ରହିବ ,
ଶତକ ଅଙ୍କଗୁଡିକ ଗୋଟିଏ ସ୍ତମ୍ଭରେ ତଳକୁ ତଳ ରହିବ ୤</p>

<p>ଠିକ୍୍ ସେହିପରି ଚାରି ଅଙ୍କବିଶିଷ୍ଟ ସଂଖ୍ଯାମାନଙ୍କୁ ୟୋଗ କଲାବେଳେ
ସଂଖ୍ଯାଗୁଡିକୁ ସ୍ଥାନୀଯମାନ ଅନୁୟାଯୀ ତଳକୁ ତଳ ଏପରି ସଜାଇ ରଖାୟାଏ
ୟେ -
ଏକକ ଅଙ୍କଗୁଡିକ ଗୋଟିଏ ସ୍ତମ୍ଭରେ ରହିବ ,
ଦଶକ ଅଙ୍କଗୁଡିକ ଗୋଟିଏ ସ୍ତମ୍ଭରେ ରହିବ ,
ଶତକ ଅଙ୍କଗୁଡିକ ଗୋଟିଏ ସ୍ତମ୍ଭରେ ରହିବ ,
ଏବଂ ହଜାର ଅଙ୍କଗୁଡିକ ଗୋଟିଏ ସ୍ତମ୍ଭରେ ରହିବ ୤</p>

<p>2735 ଓ 3241 ର ୟୋଗଫଳ କେତେ ?
ଶିକ୍ଷାଦାନ ସୂଚନା : - ଉପରେ ` ହଜାର ' , ` ଶହ ' , ` ଦଶ ' , ଓ ` ଏକ '
ଶବ୍ଦଗୁଡିକ ଲେଖି ତଦନୁୟାଯୀ ସଂଖ୍ଯାଗୁଡିକୁ ତଳେ ସଜାଇ
ଲେଖିବାଲାଗି ପିଲାମାନଙ୍କୁ ପ୍ରଥମେ ନିର୍ଦ୍ଦେଶ ଦିଆୟିବ ୤</p>

<p>ପ୍ରଥମେ ସ୍ଥାନୀଯମାନ ଅନୁୟାଯୀ ସଂଖ୍ଯାଗୁଡିକୁ ସଜାଇ ଲେଖାୟାଇଛି ୤</p>

<p>ଏକକ ସ୍ତମ୍ଭରେ ଥିବା ଅଳଙ୍କାରମାନଙ୍କର ୟୋଗଫଳ ସେହି
ସ୍ତମ୍ଭର ତଳେ ଲେଖାୟାଇଛି ୤</p>

<p>ସେହିପରି ଦଶକ ଓ ଶହ ସ୍ତମ୍ଭମାନଙ୍କରେ ଥିବା ଅଙ୍କମାନଙ୍କର
ୟୋଗଫଳ ସେହି ସ୍ତମ୍ଭର ତଳେ ଲେଖାୟାଇଛି ୤</p>

<p>ବର୍ତ୍ତମାନ ହଜାର ସ୍ତମ୍ଭରେ ଥିବା ଅଙ୍କମାନଙ୍କର ୟୋଗଫଳ
ସେହି ସ୍ତମ୍ଭ ତଳେ ଲେଖାୟାଇଛି ୤
ୟୋଗଫଳ 5976 ହେଲା ୤</p>

<p>ଶିକ୍ଷାଦାନ ସୂଚନା :- ଏହି ଚିହ୍ନକୁ ` ଅତଏବ ' ବୋଲି
ପଢାୟାଏ ୤ ଏ କଥା ପିଲାଙ୍କୁ କୁହାୟିବା ଆବଶ୍ଯକ ଓ ଚିହ୍ନର
ଠିକ୍୍ ଲେଖିବା ପ୍ରଣାଳୀ ମଧ୍ଧ ଶିଖାଇ ଦିଆୟିବା ଆବଶ୍ଯକ ୤ //
ୟୋଗ ସମ୍ବନ୍ଧୀଯ ବିଭିନ୍ନ ପ୍ରଶ୍ନର ସମାଧାନ
ଆମ ଦୈନନ୍ଦିନ ଜୀବନରେ ଅନେକ ସମଯରେ ୟୋଗକ୍ରିଯାର ବ୍ଯବହାର
ଆବଶ୍ଯକ ହୋଇଥାଏ ୤ ସେହିଭଳି କେତେ ପ୍ରଶ୍ନ ନିମ୍ନରେ ଦିଆୟାଇଛି , ଦେଶ ୤</p>

<p>ଉଦାହରଣ - 9
ଜଣେ ଲୋକ ଦୁଇ ଦଳ ଇଟା ଗଢାଳିଙ୍କୁ ଲଗାଇ ଇଟା ତିଆରି
କରାଉଥିଲେ ୤ ଦିନେ ଗୋଟିଏ ଦଳ 3570 ଖଣ୍ଡ ଇଟା ଗଢିଲେ ଓ
ଅନ୍ଯ ଦଳଟି 4125 ଖଣ୍ଡ ଇଟା ଗଢିଲେ ୤ ତେବେ ସେଦିନ କେତେ
ଇଟା ଗଢା ୟାଇଥିଲା ୤</p>

<p>ସମାଧାନ - 1 ମ ଦଳ ଇଟା ଗଢାଳି ଗଢିଥିବା ଇଟା ସଂଖ୍ଯା = 3570
2 ଯ ଦଳ ଇଟା ଗଢାଳି ଇଟା ସଂଖ୍ଯା = 4125
ମୋଟ ଗଢା ୟାଇଥିବା ଇଟା ସଂଖ୍ଯା = 7695</p>

<p>ଉଦାହରଣ 10 -
ଗୋଟିଏ ନଡିଆ ଗୋଦାମରେ ସୋମବାର ଦିନ 2723 ଗୋଟି
ନଡିଆ , ମଙ୍ଗଳବାର ଦିନ 3428 ଗୋଟି ନଡିଆ ଓ ବୁଧବାର ଦିନ
3035 ଗୋଟି ନଡିଆ ବିକ୍ରି ହେଲା ୤ ତେବେ ସେହି ତିନି ଦିନରେ
ଗୋଦାମରେ କେତେ ଗୋଟି ନଡିଆ ବିକ୍ରି ହେଲା ?</p>

<p>ସମାଧାନ -
ସୋମବାର ଦିନ ବିକ୍ରି ହୋଇଥିବା ନଡିଆ ସଂଖ୍ଯା = 2723
ମଙ୍ଗଳବାର ଦିନ ବିକ୍ରି ହୋଇଥିଲା ନଡିଆ ସଂଖ୍ଯା = 3428
ବୁଧବାର ଦିନ ବିକ୍ରି ହୋଇଥିଲା ନଡିଆ ସଂଖ୍ଯା = 3035
ତିନି ଦିନରେ ବିକ୍ରି ହୋଇଥିବା ନଡିଆ ସଂଖ୍ଯା = 9186</p>

<p>ଉଦାହରଣ - 11
ଗୋଟିଏ ଗ୍ରାମାଞ୍ଚଳରେ ହେଉଥିବା ସରପଞ୍ଚ ନିର୍ବାଚନରେ ଦୁଇ ଜଣ
ପ୍ରାର୍ଥୀଙ୍କ ମଧ୍ଧରୁ ରାମଚନ୍ଦ୍ର ବାବୁ 2728 ଭୋଟ ପାଇଲେ , ରହିମ୍୍ ବାବୁ
2694 ଭୋଟ ପାଇଲେ ଏବଂ 78 ଟି ଭୋଟ ନାକଚ ହୋଇଗଲା ୤
ତେବେ ମୋଟ କେତେ ଜଣ ଭୋଟ ଦେଇଥିଲେ ୤</p>

<p>ସମାଧାନ -
ରାମଚନ୍ଦ୍ର ବାବୁ ପାଇଥିବା ଭୋଟ ସଂଖ୍ଯା = 2728
ରହିମ୍୍ ବାବୁ ପାଇଥିବା ଭୋଟ ସଂଖ୍ଯା = 2694
ନାକଚ ହୋଇଥିବା ଭୋଟ ସଂଖ୍ଯା = 78
ମୋଟ 5500 ଜଣ ଲୋକ ଭୋଟ ଦେଇଛନ୍ତି ୤</p>

<p>ଗୋଟିଏ ସାବୁନ କାରଖାନାରେ ଦିନେ 3280 ଟି ଦେହଲଗା
ସାବୁନ ଓ 2842 ଟି ଲୁଗାସଫା ସାବୁନ ତିଆରି କରାୟାଇଥିଲା ୤
ତେବେ ସେଦିନ ସେହି କାରଖାନାରେ କେତୋଟି ସାବୁନ ତିଆରି
କରାୟାଇଥିଲା ? //
ବିଯୋଗ ସମ୍ବନ୍ଧୀଯ ବିଭିନ୍ନ ପ୍ରଶ୍ନର ସମାଧାନ
ଉଦାହରଣ - 18
ଗୋଟିଏ ବିଦ୍ଯାଳଯର 1234 ପିଲାଙ୍କ ମଧ୍ଧରୁ ଛାତ୍ର ସଂଖ୍ଯା 754
ହେଲେ ଛାତ୍ରୀ ସଂଖ୍ଯା କେତେ ?</p>

<p>ସମାଧାନ :
ମୋଟ ପିଲାଙ୍କ ସଂଖ୍ଯା = 1234
କେବଳ ଛାତ୍ର ସଂଖ୍ଯା = - 754
ତେଣୁ କେବଳ ଛାତ୍ରୀ ସଂଖ୍ଯା = 480</p>

<p>ଉଦାହରଣ - 19
କୌଣସି ଗୋଟିଏ ପଞ୍ଚାଯତରେ ରାସ୍ତା ତିଆରିଲାଗି ଗତବର୍ଷ 8300
ଟଙ୍କା ଖର୍ଚ୍ଚ କରାୟାଇଥିଲା ୤ କେବଳ ପକ୍୍କା ରାସ୍ତା ତିଆରିଲାଗି ୟଦି
5630 ଟଙ୍କା ଖର୍ଚ୍ଚ ହୋଇଥାଏ , ତେବେ କଚ୍ଚା ରାସ୍ତା ତିଆରିଲାଗି
କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ?</p>

<p>ସମାଧାନ :
ରାସ୍ତା ତିଆରିଲାଗି ମୋଟ ଖର୍ଚ୍ଚ = 8300 ଟଙ୍କା
କେବଳ ପକ୍୍କା ରାସ୍ତା ତିଆରି ଲାଗି = 5630 ଟଙ୍କା
ତେଣୁ କେବଳ କଚ୍ଚା ରାସ୍ତା ତିଆରିଲାଗି ଖର୍ଚ୍ଚ = 2670 ଟଙ୍କା</p>

<p>ପ୍ରଶ୍ନମାଳା
1 ୤ ଜଣେ ଲୋକ ଗୋଟିଏ ଗୋବର ଗ୍ଯାସ୍୍ ତିଆରି ଭାଟି ବସାଇବା~
ଲାଗି ମୋଟ 6545 ଟଙ୍କା ଖର୍ଚ୍ଚ କଲେ ୤ ମାତ୍ର ସେଥିପାଇଁ ସେ
ବ୍ଯାଙ୍କରୁ 3250 ଟଙ୍କା କରଜ କରିଥିଲେ ୤ ତେବେ ସେ ନିଜ
ହାତରୁ ଟଙ୍କା ଖରଚ କରିଥିଲେ ?</p>

<p>2 ୤ ଜଣେ ଲୋକ ତାଙ୍କ କୂଅର ଚାରିପାଖରେ ଚଉତରା କରାଇବା ଲାଗି
8700 ଇଟା ଆଣିଥିଲେ ୤ କାମ ଶେଷରେ 2536 ଖଣ୍ଡ ଇଟା
ବଳକା ରହିଲା ୤ ତେବେ କେତେ ଖଣ୍ଡ ଚଉତରା କାମରେ
ଲାଗିଲା ?</p>

<p>3 ୤ ଦିନେ ଜଣେ କୁକୁଡା ଚାଷ କରୁଥିବା ଲୋକ 6325 ଟି ଅଣ୍ଡା
ପାଇଲେ ୤ ସେଥିରୁ 4870 ଗୋଟି ବିକ୍ରି ହୋଇଗଲା ୤ କେତେ
ଅଣ୍ଡା ବଳକା ରହିଲା ?</p>

<p>4 ୤ ଜଣେ ଲୋକ ତାଙ୍କ ନଡିଆ ବଗିଚାରୁ ବର୍ଷକରେ 8260 ଟି ନଡିଆ
ପାଇଲେ ୤ ସେଥିରୁ ସେ 5888 ଟି ବିକ୍ରି କରିଦେଇ ପରେ ଅବଶିଷ୍ଟ
ନଡିଆରୁ ତେଲ ତିଆରି କରାଇଲେ ୤ ତେବେ ସେ କେତେ ନଡିଆରୁ
ତେଲ ତିଆରି କରାଇଥିଲେ ୤</p>

<p>5 ୤ ଗୋଟିଏ ପଞ୍ଚାଯତରେ ଥିବା 7376 ଲୋକଙ୍କ ମଧ୍ଧରୁ 4898 ଜଣଙ୍କର
ନାମ ଭୋଟର ତାଲିକାରେ ରହିଛି ୤ ତେବେ ସେହି ପଞ୍ଚାଯତର
କେତେ ଜଣ ଲୋକଙ୍କର ନାମ ଭୋଟର ତାଲିକାରେ ନାହିଁ ? //
ତିନୋଟି ସଂଖ୍ଯା ମଧ୍ଧରୁ ୟେ କୌଣସି ଦୁଇଟି ସଂଖ୍ଯାର ଗୁଣଫଳକୁ
ତୃତୀଯ ସଂଖ୍ଯା ଦ୍ବାରା ଗୁଣିଲେ ଗୁଣଫଳ ସମାନ ହେଉଛି ୤ ତେଣୁ
ତିନୋଟି ସଂଖ୍ଯାର ଗୁଣଫଳ ନିର୍ଣ୍ଣଯ କଲାବେଳେ ୟେ କୌଣସି
ଦୁଇଟିକୁ ଆଗ ଗୁଣି ସେହି ଗୁଣଫଳକୁ ତୃତୀଯ ସଂଖ୍ଯାଦ୍ବାରା
ଗୁଣନ କଲେ ସଂଖ୍ଯା ତିନୋଟିର ଗୁଣଫଳ ମିଳିବ ୤</p>

<p>ୟେଉଁ ସଂଖ୍ଯାକୁ 10 ଦ୍ବାରା ଗୁଣନ କରାୟାଉଛି ସେହି
ସଂଖ୍ଯା ଶେଷରେ ଶୂନ ବସାଇଲେ ଗୁଣଫଳ ମିଳୁଛି ୤</p>

<p>କୌଣସି ସଂଖ୍ଯାକୁ କୋଡିଏ ଦ୍ବାରା ଗୁଣନ କଲାବେଳେ ସେହି
ସଂଖ୍ଯାକୁ 2 ଦ୍ବାରା ଗୁଣନ କରି ଗୁଣଫଳ ଶେଷରେ ଶୂନ
ବସାଇଲେ ଗୁଣଫଳ ମିଳିବ ୤</p>

<p>ଦୁଇ ଅଙ୍କ ବିଶିଷ୍ଟ ସଂଖ୍ଯାଦ୍ବାରା ଗୁଣନ
ଉଦାହରଣ - 32 କୁ 24 ଦ୍ବାରା ଗୁଣନ କରାୟାଉ ୤
ଗୁଣନର ବିଭିନ୍ନ ସୋପାନ
24 = 2 ଦଶ 4 = 2 ଦଶ + 4
ତେଣୁ ପ୍ରଥମେ 32 କୁ 4 ଦ୍ବାରା ଗୁଣନ
କରିବାକୁ ହେବ ଓ 32 କୁ 2 ଦ୍ବାରା
ଗୁଣନ କରିବାକୁ ହେବ ୤
ତା'ପରେ ଉଭଯ ଗୁଣଫଳକୁ ୟୋଗ
କଲେ 32 ଓ 24 ର ଗୁଣଫଳ ମିଳିବ ୤</p>

<p>1 ୤ ଗୋଟିଏ ବସ୍୍ରେ 62 ଜଣ ବସିବା ଲାଗି ସିଟ୍୍ ଥାଏ ୤ ସେହିଭଳି
24 ଟି ବସ୍୍ ଭୁବନେଶ୍ବରରୁ ୟାତ୍ରୀ ନେଇ ବାହାରିଲା ୤ ୟଦି ସବୁ ସିଟ୍୍ରେ
ୟାତ୍ରୀ ବସିଥାନ୍ତି ଓ କୌଣସି ୟାତ୍ରୀ ଠିଆ ହୋଇ ନଥାନ୍ତି ତେବେ
ସେ ବସ୍୍ଗୁଡିକରେ କେତେ ଜଣ ୟାତ୍ରୀ ବାହାରକୁ ଗଲେ ?</p>

<p>2 ୤ ଶିଶୁ ଦିବସ ଉତ୍ସବରେ ୟୋଗଦେବାଲାଗି ପ୍ରତ୍ଯେକ ବିଦ୍ଯାଳଯରୁ
48 ଜଣ ଲେଖାଏଁ ପିଲା ବାରବାଟୀ ଷ୍ଟାଡିଯମକୁ ଆସିଲେ ୤ ତେବେ
ଗୋଟିଏ ଜିଲ୍ଲାରେ ଥିବା 85 ଟି ବିଦ୍ଯାଳଯରୁ ମୋଟ କେତେ ଜଣ
ପିଲା ବାରବାଟୀ ଷ୍ଟାଡିଯମକୁ ଆସିଥିଲେ ?</p>

<p>3 ୤ ଗୋଟିଏ ଟ୍ରକ୍୍ରେ 212 ବସ୍ତା ସିମେଣ୍ଟ ବୋଝେଇ ହୋଇପାରେ ୤
ତେବେ 8 ଟି ଟ୍ରକ୍୍ରେ କେତେ ବସ୍ତା ସିମେଣ୍ଟ ବୋଝେଇ ହୋଇପାରିବ ?</p>

<p>4 ୤ ଗୋଟିଏ ପାଉଁରୁଟି କାରଖାନାରେ ଘଣ୍ଟାକୁ 240 ଟି ପାଇଁରୁଟି ତିଆରି
କରାୟାଏ ୤ 12 ଘଣ୍ଟାରେ ସେ କାରଖାନାରେ କେତୋଟି ପାଉରୁଟି
ତିଆରି କରାୟାଇପାରିବ ?</p>

<p>5 ୤ ଭୁବନେଶ୍ବରରୁ ଦିଲ୍ଲୀକୁ ରେଳଭଡା 126 ଟଙ୍କା ୤ ଗୋଟିଏ
ପରିବାରର 8 ଜଣ ଭୁବନେଶ୍ବରରୁ ଦିଲ୍ଲୀ ୟିବାଲାଗି କେତେ
ରେଳଡବା ଖର୍ଚ୍ଚ କରିବେ ?</p>

<p>6 ୤ ଗୋଟିଏ ଅଟାକଳରେ ଦିନକୁ 325 ବସ୍ତା ଗହମ ପେଷା ୟାଇପାରେ ୤
ତେବେ 15 ଦିନରେ ସେହି କଳରେ କେତେ ବସ୍ତା ଗହମ ପେଷା~
ୟାଇପାରିବ ?</p>

<p>7 ୤ ଜଣେ ବ୍ଯବସାଯୀ ପ୍ରତି ବଖରା ଘରେ 324 ଟି ତେଲ ଟିଣ ଥାକ କରି
ରଖିଲେ ୤ ତେବେ ତାଙ୍କର 8 ବଖରା ଗୋଦାମ ଘରେ କେତୋଟି
ତେଲ ଟିଣ ଥାକ ହୋଇ ରହିପାରିବ ?</p>

<p>8 ୤ ଗୋଟିଏ ଛାପାଖାନାରେ ଦିନକୁ 444 ଖଣ୍ଡ ବହି ତିଆରି କରାୟାଇ~
ପାରେ ୤ ତେବେ 16 ଦିନରେ ସେ ଛାପାଖାନାରେ କେତେ ଖଣ୍ଡ
ବହି ତିଆରି କରାୟାଇପାରିବ ? //
ପୂର୍ବୋକ୍ତ ତିନୋଟି ହରଣରେ 15 , 20 , 21 କୁ
ବାମପଟେ ଥିବା 5 , 4 , 7 କୁ --- କୁହାୟାଏ ୤
ଡାହାଣପଟେ ଥିବା 3 , 5 , 3 କୁ --- କୁହାୟାଏ ୤
ପ୍ରତ୍ଯେକ ହରଣରେ ବଳିଥିବା ` 0 ' କୁ --- କୁହାୟାଏ ୤
ଉପରୋକ୍ତ ପ୍ରତ୍ଯେକ ହରଣରେ ଭାଗଶେଷ ` 0 ' ହେତୁ
ଭାଜକ X ଭାଗଫଳ = ଭାଜ୍ଯ
ଗୁଣନ ଖନ୍ଦା ବ୍ଯବହାର କରି ଭାଗଫଳ ନିର୍ଣ୍ଣଯ କର ୤
30/6 , 35/7 , 54/9 , 90/10</p>

<p>ପ୍ରଶ୍ନମାଳା - 7 (କ)
1 ୤ କ୍ରମାନ୍ବଯରେ ବିଯୋଗ କରି 28 କୁ 44 ରେ ଭାଗ କର ୤ ଭାଗଫଳ
କେତେ ? ଭାଜ୍ଯ ଓ ଭାଜକ କେତେ ?</p>

<p>2 ୤ ଭାଜକଗୁଡିକ ଚାରିପଟେ ଗୋଲ ବୁଲାଅ ୤
24/4 = 6 , 20/5 = 4</p>

<p>3 ୤ ନିମ୍ନୋକ୍ତ ପ୍ରତ୍ଯେକ ହରଣ କ୍ରିଯାରୁ ଗୁଣନ କ୍ରିଯାଗୁଡିକ ବାହାର କର :-
18/3 = 6 , 54/6 = 9</p>

<p>4 ୤ ଗୁଣନ ଖନ୍ଦା ବ୍ଯବହାର କରି ଭାଗଫଳ ନିର୍ଣ୍ଣଯ କର :-
45/5 , 48/6</p>

<p>5 ୤ 24 ଟି ଖେଳନାକୁ 8 ଜଣ ପିଲାଙ୍କ ମଧ୍ଧରେ ସମାନ ଭାବରେ ବାଣ୍ଟି~
ଦେଲେ ଜଣକୁ କେତୋଟି ଖେଳଣା ମିଳିବ ?</p>

<p>6 ୤ ପ୍ରତି ଧାଡିରେ ସମାନ ସଂଖ୍ଯକ ପିଲା ରଖି 42 ଟି ପିଲାଙ୍କୁ 7 ଧାଡିରେ
ସଜାଇଲେ ଗୋଟିଏ ଧାଡିରେ କେତୋଟି ପିଲା ରହିବେ ?</p>

<p>7 ୤ ଜଣଙ୍କୁ ତିନୋଟି ଲେଖାଏଁ ଦେଲେ , 450 ଟି ଲଡୁ କେତେଜଣ ପିଲାଙ୍କ
ମଧ୍ଧରେ ବଣ୍ଟାୟାଇ ପାରିବ ?
 +&gt;*
               0 
</p></body></text></cesDoc>