<cesDoc id="ori-w-literature-essay-oes22" lang="ori">
<cesHeader type="text">
<fileDesc>
<titleStmt>
<h.title>ori-w-literature-essay-oes22.txt</h.title>
<respStmt>
<respType>Electronic file created by</respType>
<respName>Central Institute for Indian Languages, Mysore</respName>
<respType>transferred into Unicode and CES format by</respType>
<respName>"Unicodify" software by Andrew Hardie</respName>
</respStmt></titleStmt>
<publicationStmt>
<distributor>UCREL (on behalf of CIIL)</distributor>
<pubAddress>Department of Linguistics, Lancaster University, Lancaster, LA1 4YT, UK</pubAddress>
<availability region="WORLD"></availability>
<pubDate>03-08-12</pubDate>
</publicationStmt>
<sourceDesc>
<biblStruct>
<monogr>
<h.title>ପ୍ରବନ୍ଧ.</h.title>
<h.author>ଉତ୍କଳ ବି</h.author>
<imprint>
<pubPlace>India</pubPlace>
<publisher>Unknown - Book.</publisher>
<pubDate>1984</pubDate>
</imprint>
<idno type="CIIL code">oes22</idno>
</monogr></biblStruct></sourceDesc></fileDesc>
<encodingDesc>
<projectDesc>Text collected for the CIIL Corpus, subsequently integrated into the EMILLE/CIIL Monolingual Written Corpora.</projectDesc>
<samplingDesc>Simple written text only has been transcribed. Diagrams, pictures and tables have been omitted. Sampling begins at page 1201.</samplingDesc>
<editorialDecl><conformance level="1"></conformance></editorialDecl>
</encodingDesc>
<profileDesc>
<creation><date>03-08-12</date></creation>
<langUsage>Oriya</langUsage>
<wsdUsage>
<writingSystem id="ISO/IEC 10646">Universal Multiple-Octet Coded Character Set (UCS).</writingSystem>
</wsdUsage>
<textClass>
<channel mode="w">print</channel>
<constitution type="composite"></constitution>
<domain type="public"></domain>
<factuality type="fact"></factuality>
</textClass>
<translations></translations>
</profileDesc>
<revisionDesc></revisionDesc>
</cesHeader>

<text><body>

<p>&lt;ଆମ୍ଭେମାନେ ଆପଣାକୁ ୟେତେକରି ମଣୁ ବାସ୍ତବରେ ଆମ୍ଭେମାନେ
ସେପରି ନୋହୁଁ ୤ ଆମ୍ଭେମାନେ ଜୀଇଁଲେ ଅତି ଅଳ୍ପ ଲୋକର ସ୍ବାର୍ଥସିଦ୍ଧି ୤
ମଲେ ଅତି ଅଳ୍ପ ଲୋକର ସ୍ବାର୍ଥହାନି ହେବ ୤ କେହି ଆମ୍ଭମାନଙ୍କ କଥା
ପ୍ରତିଦିନ ଭାବୁ ନାହାନ୍ତି , ଏହା ହୃଦଯଙ୍ଗମ ହେବାକୁ ଅନେକ ଦିନ ଲାଗେ ୤
ଅନେକ ନୀଚ ବ୍ଯକ୍ତି ଆପଣାକୁ ସବୁଠାରୁ ବଡକରି ମଣନ୍ତି ୤ କୌଣସି ଦ୍ରବ୍ଯ
ଆଣିବା ନିମନ୍ତେ ଭୃତ୍ଯକୁ ବଜାରରୁ ପଠାଇବା ବେଳେ କହନ୍ତି , ` କହିବୁ '
ଦୀନବନ୍ଧୁ ବାବୁ ପଠେଇଛନ୍ତି ; ଏହିତା କହିଲେ ସେ ବେଶି ଦେବ ୤
ଦୀନବନ୍ଧୁ ବାବୁ ଜାଣନ୍ତି ୟେ ଅନେକ ବାବୁ ଅଛନ୍ତି , ଅନେକ ବାବୁ
ଦୋକାନୀଠାରୁ ସଉଦା ନିଅନ୍ତି ; ମାତ୍ର ଦୋକାନୀ ଦୀନବନ୍ଧୁ ବାବୁଙ୍କଠାରେ
ୟେପରି କରିବ , ସମସ୍ତଙ୍କଠାରେ କ'ଣ ସେପରି କରିବ ? କେବଳ ଦୀନବନ୍ଧୁ
ବାବୁ ଏକ ଏପରି ପାଞ୍ଚନ୍ତି , ସେମନ୍ତ ନ ମଣ ୤ ପ୍ରତ୍ଯେକ ବାବୁ ମନେ ମନେ
ଜାଣନ୍ତି , " ସମସ୍ତଙ୍କଠାରେ ୟେପରି , ମୋଠାରେ ସେଥିରୁ ବଳି କରିବ ୤ "
ଦୋକାନୀ ଲୋକମାନଙ୍କର ଏହି ଲଘମା ଭଲରୂପେ ଜାଣେ , କ୍ରେତାମାନଙ୍କର
ଭ୍ରାନ୍ତ ସୁଭଗମ୍ମନ୍ଯତା ବାକ୍ଯରେ ଚରିତାର୍ଥ କଲେ ତାର ଲାଭ ବିନୁ କ୍ଷତି
ନାହିଁ ୤ ତେଣୁ ସଉଦା ଦେଲାବେଳେ କହେ , " ଏ ଚାଉଳ ଭାଉ ଟଙ୍କାକୁ
ପନ୍ଦର ସେର , ମାତ୍ର ଦୀନବନ୍ଧୁ ବାବୁ ବୋଲି ମୁଁ ଅଠର ସେର ଭାଉରେ
ଦେଲି ୤ " ଦୋକାନୀ କେବଳ ଦୀନବନ୍ଧୁ ବାବୁଙ୍କ ଭୃତ୍ଯକୁ ଏପରି କହେ
ଏମନ୍ତ ନୁହେଁ ୤ ସବୁ ବାବୁଙ୍କ ଭୃତ୍ଯକୁ ସେହିପରି କହେ ୤ ନିଷ୍ଠା ଜାଣିଥିବ ,
ମନୁଷ୍ଯମାନଙ୍କର ଏହି ସୁଭଗମ୍ମନ୍ଯତା ୟେବେ ନ ଥାନ୍ତା , ଖୁଚୁରା
ବିକ୍ରେତାମାନଙ୍କର ଜୀବିକା ଭଲରୂପେ ଚଳି ପାରନ୍ତା ନାହିଁ ୤ ଦୀନବନ୍ଧୁ
ବାବୁଙ୍କୁ କହ , " ଦୋକାନୀ ତୁମ୍ଭଙ୍କୁ ୟେପରି ଦେବ , ତୁମ୍ଭ ପଡିଶା
ରାମ ବାବୁଙ୍କୁ ସେହିପରି ଦେବ ୤ " ଦୀନବନ୍ଧୁ ବାବୁ କୋପରେ ଜଳି ୟିବେ ୤
" ସମସ୍ତେ ୟେପରି , ମୁଁ କଣ ସେହିପରି ? ମୋତେ କଣ ଆଉ ଲୋକ
ପରି ପାଇଛ କି ? "</p>

<p>ଦୀନବନ୍ଧୁ ବାବୁଙ୍କୁ ପଚାର , କାହିଁକି ସେ ଆଉ ଲୋକ ପରି ନୁହନ୍ତି ,
ସେ ସେଥିର କାରଣ ଲୋଡିବେ ନାହିଁ ୤ ସେ ଜାଣନ୍ତି ସେ ଆଉ ଲୋକ ପ୍ରାଯ
ନୁହନ୍ତି ; ଏଣୁକରି ସେ ଆଉ ଲୋକଙ୍କଠାରୁ ଶ୍ରେଷ୍ଠ ଅଟନ୍ତି ୤ ମନୁଷ୍ଯମାନେ
ବାସ୍ତବରେ ୟେଉଁ ଶ୍ରେଣୀର ଅଟନ୍ତି , ସେହି ଶ୍ରେଣୀଭୁକ୍ତ ହେବାକୁ ସେମାନଙ୍କର
ପ୍ରବୃତ୍ତି ହୁଏ ନାହିଁ ୤ ଜଣେ ଅଳ୍ପ ବଯସ୍କ ଚତୁଷ୍କାଠୀ ଶିଷ୍ଯ ଏକ ପଣ୍ଡିତଙ୍କ
ସଙ୍ଗେ କଥା କହୁଁ କହୁଁ କହିଲା , " ମୁଁ ମୁକ୍ତାବଳୀ ସାଙ୍ଗ କରିଛି ୤ " ପଣ୍ଡିତ
ବୋଇଲେ , " ହଁ , ଅନେକ ଛାତ୍ର ଅଳ୍ପବଯସରେ ମୁକ୍ତାବଳୀ ସାଙ୍ଗ କରନ୍ତି ୤ "
ଶିଷ୍ଯ-ହୃଦଯରେ ଶେଳ ଫୁଟିଲା ୤ " କଣ ! ଅନେକ ଛାତ୍ର ଏ ଏମନ୍ତ ଅଛନ୍ତି ,
ଏହିତା ଶୁଣିବା ପାଇଁ ମୁଁ କଣ ଏଡେ ଶ୍ରମ କରିଥିଲି , ଏହିତା ଶୁଣିବା ପାଇଁ
ସହାଧ୍ଧାଯୀମାନଙ୍କୁ ବଳି ପଡିଲି , ଏଇଥି ପାଇଁ ମୁଁ କଣ ଆପଣାକୁ ଆଲୋକ~
ସାମାନ୍ଯ ମଣୁଥିଲି ! " ଏହି ଦେଖ ପାଠକେ , ଶ୍ରେଣୀରେ ଭୁକ୍ତ ହେବା ପାଇଁ
କେଡେ ଅରୁଚି ! ପ୍ରଥମାଷ୍ଟମୀରେ କେତେଗୁଡିଏ ପିଲା ଏକମେଳ ହୋଇ
ଖେଳୁଥିଲେ ୤ ଗୋଟିଏ ସ୍ତ୍ରୀ ସେମାନଙ୍କୁ ଦେଖି ସହଚାରିଣୀ ଆନ ଗୋଟାଏ
ସ୍ତ୍ରୀକୁ କହିଲା , " ଏତେ ପିଲା ଖେଳୁ ଅଛନ୍ତି , ମୋ ମଧୁକୁ ଦେଖିଲଣି ! "
ପ୍ରମାଣ ଅଟେ ୤ ମଧୁ ତାହା ଜନନୀ-ନଯନକୁ ଆଉ ସବୁ ପିଲାଠାରୁ ଭଲ
ଦିଶୁଥିଲା ୤ ମାତ୍ର ମଧୁଜନନୀ ମନେ ମନେ ପାଞ୍ଚିଲା ୟେ ସବୁ ମନୁଷ୍ଯ~
ନଯନଙ୍କୁ ମଧୁ ସେହିପରି ଦିଶୁଥିବ ୤ ଧ୍ରୁବ ଜାଣିଥିବ , ଆମ୍ଭମାନେ ଅନ୍ଯ
ଲୋକପରି ଏହି ତତ୍ତ୍ବ ଅନେକ ଦିନରେ ହୁଏ , କେଉଁ କେଉଁ ଲୋକର
ଏ ଜନ୍ମରେ ହୁଏ ନାହିଁ ୤ କୌଣସି ଲୋକ କୌଣସି କାର୍ୟ୍ଯ କରିବାକୁ ମୋଡି
ହେଲେ ଆମ୍ଭେମାନେ କହୁଁ , " ଭଲା ମୋ କୁହାରେ କର ୤ " ପାଠକେ !
ଏପରି କହ କି ନାହିଁ ? ସମସ୍ତେ ଏପରି କହନ୍ତି ୤ ' ତୁମ୍ଭ କୁହାରେ କହିବି ,
ଅନ୍ଯ କୁହାରେ କାହିଁକି ନ କରିବି ୤ ' ନ୍ଯାଯସଙ୍ଗତ ହେଲେହେଁ ଏବଡ
କର୍ଣ୍ଣକଟୁ ଉତ୍ତର ଅଟେ ୤ ଏପରି ଉତ୍ତର କାହିଁକି ଆମ୍ଭମାନଙ୍କୁ ଭଲ ଲାଗେ
ନାହିଁ ? କଥା ଏତିକି ଆମ୍ଭେମାନେ ୟେପରି ସମସ୍ତେ ସେପରି , ଏହି ତତ୍ତ୍ବ
ଆମ୍ଭମାନଙ୍କର ହୃଦଯଙ୍ଗମ ହୋଇ ନାହିଁ ୤ //
ଆମ୍ଭେମାନେ ଉଚ୍ଚ ସୋପାନ ଆଡକୁ ନୟାଇ ଏହି
ଶ୍ରେଣୀକୁ ଲକ୍ଷ୍ଯକରି କହୁଅଛୁଁ ୤ ଦୁଇଜଣଙ୍କ ମନ ମଧ୍ଧରେ ଥରେ ଅମେଳ
ହେଲେ ୟାହା , ବିଲୋରି ବାସନ ହାତରୁ ଖସିପଡିଲେ ତାହା ; ଆଉ ୟୋଡି
ହେବା କଥା କାଠିକର ପାଠ ; ଫେର ଥରେ ପୁନର୍ଜନ୍ମ ନହେବା ପର୍ୟ୍ଯନ୍ତ
ଭଙ୍ଗା ହୋଇପଡିଥିବ ୤ ଆମ୍ଭମାନଙ୍କର ପ୍ରଭୃଭୃତ୍ଯ ସଂବାଦରୁ କଥାଟା ଧରା~
ପଡିବ ୤ ବାଇମାହାନ୍ତିଙ୍କ ସଙ୍ଗେ ଆମ୍ଭମାନଙ୍କ ଅପଡ ଥିବା କଥା ଆମ୍ଭ~
ମାନଙ୍କୁ ବା ଆପଣଙ୍କୁ ନୁଆ କଥା ନୁହେ ୤ ୟେପରି କ୍ଷେତ୍ରତତ୍ତ୍ବରେ କେତେ
ଗୁଡିଏ ସ୍ବୀକାର୍ୟ୍ଯ ଓ ସ୍ବତଃସିଦ୍ଧ ଅଛି , ସେହିପରି ବ୍ଯାକରଣ , ସାହିତ୍ଯ , ଇତିହାସ ,
ବିଜ୍ଞାନ ସବୁଥିରେ ଗୁଡିଏ ଗୁଡିଏ ସ୍ବୀକାର୍ୟ୍ଯ ଓ ସ୍ବତଃସିଦ୍ଧ ଅଛି ୤ ସେଗୁଡିକ
ମୂଳଦୁଆ ସେଗୁଡିକ ଉପରେ ଠିଆ ନହେଲେ ଉପାଯ ନାହିଁ ୤ ସାହିତ୍ଯର
ଗୋଟିଏ ସ୍ବତଃସିଦ୍ଧ କଥା ଆଜି କହୁଅଛି ; " ୟେତେ ପାଠକ ଆମ୍ଭମାନଙ୍କ
ଲେଖନୀପ୍ରସୂତ ସମସ୍ତ ଧାଡି କଣ୍ଠସ୍ଥ କରି ରଖିଅଛନ୍ତି ୤ " ଏପରି ଗୋଟିଏ
ସ୍ବତଃସିଦ୍ଧ ସାହିତ୍ଯ କ୍ଷେତ୍ରରେ ନଥିଲେ ଗ୍ରନ୍ଥକାରମାନେ ` ପୂର୍ବରେ ବୋଲା~
ୟାଇଅଛି ' ` ପୂର୍ବ ପତ୍ରମାନଙ୍କରେ ଆମ୍ଭେମାନେ ଦେଖାଇଅଛୁଁ ' ଇତ୍ଯାଦି
ବାକ୍ଯମାନ କାହିଁକି ବ୍ଯବହାର କରନ୍ତେ ? ଏହା ନକଲେ ପୁନରୁକ୍ତି ଦୋଷ
ଅନିବାର୍ୟ୍ଯ ହୁଅନ୍ତା ଓ ଢେର ପରିଶ୍ରମ କରିବାକୁ ପଡନ୍ତା ୤ ଏହି ପରିଶ୍ରମ
ଲାଘବ କରିବା ମାନସରେ ପାଠକମାନଙ୍କୁ ଗ୍ରନ୍ଥକାରମାନେ ସୁବିଜ୍ଞ ସୁଚତୁର ,
ସୁକୁମାରମତି , ପ୍ରିଯ ଇତ୍ଯାଦି ସମ୍ବୋଧନଦ୍ବାରା ସାକୁଲାସାକୁଲି କରନ୍ତି ୤
ଏତକ ଆଉଁସା ନପାଇଥିଲେ ପାଠକମାନେ ବୃଥାରେ ଏତେ ଦହଗଞ୍ଜ
ହୁଅନ୍ତେ କିଆଁ ? ଗୋଟିଏ ପୃଷ୍ଠାର ଅର୍ଥ ହୃଦଯଙ୍ଗମ କରିବାକୁ ୟାଇ
ଭାଗବତ ଗାଦିଟାୟାକ ଘାଣ୍ଟନ୍ତେ କିଆଁ ? ଗ୍ରନ୍ଥକାର ଲେଖିଲେ ତାଙ୍କ ସ୍ବାର୍ଥ
ଲାଗି , ପାଠକେ କାହିଁକି ଏତେ ପରିଶ୍ରମ କରିବାକୁ ୟିବେ ? ପାଠକଙ୍କ
ପରିଶ୍ରମ କେବଳ ଗ୍ରନ୍ଥକାରମାନଙ୍କୁ ଚିରବାଧିତକରିବା ଲାଗି ସିନା ୤ ଏଥିର
ବିନିମଯରେ ୟେବେ ପାଠକଙ୍କୁ ପୋଲା ସମ୍ବୋଧନଟାରେ ବୋଧ କରିଦେଇ
କୃତଜ୍ଞତାର ନିଦ୍ଦର୍ଶନ ଦେଖାଇଦେଲ , ତାହାହେଲେ ଏଥୁଁ ବଳି ଆନନ୍ଦର
ବିଷଯ କଣ ହୋଇପାରେ ? ସେହି ସ୍ବତଃସିଦ୍ଧର ଅନୁସରଣ କରି ଆମ୍ଭେମାନେ
ସ୍ଥିର କରି ନେଲୁ ୟେ , ଆମ୍ଭମାନଙ୍କର ପ୍ରତ୍ଯେକ ପାଠକ ସୁବିଜ୍ଞ , ସୁଚତୁର ,
ସୁବୋଧ ଓ ପ୍ରିଯ , ଅତଏବ ୟେ ଆଜିର ପାଞ୍ଜିବିଡାକ ପଢିଲେ , ସେମାନେ
ପୂର୍ବରୁ ପାଞ୍ଜିର ପୂର୍ବ ବିଡାୟାକ ନିବିଷ୍ଟ ଚିତ୍ତରେ ପଢି ହୃଦଯଙ୍ଗମ କରି~
ଅଛନ୍ତି ୤ ସତେ କି ପାଠକମାନେ ଆମ ସୁଖ ଦୁଃଖର ସାଥୀ ୤ କେହି କେହି
କହିବେ ପାଠକମାନେ ଆମୁଳ ପଢନ୍ତି ନାହିଁ ୤ କ୍ଷେତ୍ରତତ୍ତ୍ବର ପଦ୍ଧତି ଅନୁସାରେ
ଆମ୍ଭେମାନେ ପ୍ରମାଣିତ କରିବୁଁ ୟେ , ୟେବେ ସେମାନେ ନ ପଢୁଥାନ୍ତେ
ତାହାହେଲେ ଗ୍ରନ୍ଥକାରମାନେ ତାଙ୍କୁ ` ସୁବିଜ୍ଞ ' , ` ସୁଚତୁର ' ଇତ୍ଯାଦି ସମ୍ବୋଧନ
କରନ୍ତେ କିଆଁ ? ଗ୍ରନ୍ଥକାରମାନେ ଫେରି ସମ୍ବୋଧନ କରନ୍ତି , ଅତଏବ
ପାଠକମାନେ ପ୍ରତ୍ଯେକ ପୃଷ୍ଠାକୁ ମନଦେଇ ପଢନ୍ତି ଓ ମନେରଖନ୍ତି ୤
ୟାହାହେଉ , ପାଞ୍ଜିର ପ୍ରିଯ ପାଠକମାନେ ପୂର୍ବରୁ ଜାଣିଅଛନ୍ତି ୟେ ,
ବାଇମାହାନ୍ତି ଓ ତାଙ୍କ ଖାମିଦମାନଙ୍କ ମଧ୍ଧରେ ଘନିଷ୍ଠତାର ଅବସ୍ଥା ବିଶେଷ
ଆଶାପ୍ରଦ ନୁହେଁ ୤ ଏଥି ମଧ୍ଧରେ ମାହାନ୍ତିଏ ଜଣେ ନୂଆ ଗୁରୁଙ୍କଠାରେ
ହାବୁଡିଥିବା ସମ୍ବାଦ ପୂର୍ବ ସଂଖ୍ଯାରେ ଲେଖାଅଛି ୤ ପରସ୍ପରରେ ଶୁଣିଲୁ ୟେ ,
କଥାପ୍ରସଙ୍ଗରେ ବାଇମାହାନ୍ତି ତାଙ୍କ ଗୁରୁଙ୍କ ନିକଟରେ ଆମ୍ଭମାନଙ୍କର
ମାହାନ୍ତିଙ୍କ ପ୍ରତି ଅନିଚ୍ଛାଥିବାର ପ୍ରକାଶ କରିଅଛନ୍ତି ଓ ଗୁରୁଙ୍କ ସୁପାରିସ୍୍
ବଳରେ ସହରର ଜଣେ ଓକିଲଙ୍କ ନିକଟରେ ` ମୋହରିର ' ହୋଇରହିବାର
ଉଦ୍ଯମ ଭିତରେ ଭିତରେ ଲଗାଇଅଛନ୍ତି ୤ ସହର ପ୍ରତି ୟାହାଙ୍କର ପୂର୍ବରୁ
ଘୃଣା , ଓକିଲମାନଙ୍କ ସମ୍ବନ୍ଧରେ ୟାହାଙ୍କ ମତ ଅତି ଉଚ୍ଚ ନୁହେଁ , ସେ ୟେ
କେବଳ ଆମ୍ଭମାନଙ୍କ ଉପରେ ଦାଉସାଧିବାକୁ ସହରରେ ରହି ଓକିଲଙ୍କ
ଅଧୀନତା ସ୍ବୀକାର କରିବେ , ଏକଥା ପ୍ରଥମେ ଆମ୍ଭମାନଙ୍କୁ କିମିତି କିମିତି
ଅଡୁଆ ଲାଗିଲା ୤ ଆମ୍ଭମାନଙ୍କ ଦଳରୁ ଜଣେ ବନ୍ଧୁଙ୍କୁ ସହରକୁ ପଠାଇ
ସହରର ହାଲଚାଲ ବୁଝିଲୁଁ , ଆଉ ସନ୍ଦେହ କରିବାର କିଛି କାରଣ ରହିଲା
ନାହିଁ ୤ ଆମ୍ଭମାନଙ୍କ ଦଳରୁ ଜଣେ ବନ୍ଧୁ ଦିନାକେତେ ସହରରେ ରହି ସବୁ ଓରଉଣ୍ଡି
ଆସିଅଛନ୍ତି ଓ ଦିନା ଚାରି ପାଞ୍ଚ ବିଚାରାଳଯମାନଙ୍କରେ ବୁଲି ବାଇମାହାନ୍ତିଙ୍କ
ଭବିଷ୍ଯତ ପ୍ରଭୁଙ୍କ ଗୁଣଗ୍ରାମ ଓ କଚେରିର ସବୁ ବୁଝି ଆସିଛନ୍ତି ୤
ପାଠକମାନେ ମଧ୍ଧ ସେ ହାଲଚାଲରୁ କିଛି ଉଆକବ୍୍ ହେବେ ୤ //
ସେଠାରୁ ୟାଇ ଦେଖିଲେ ପିଲା ଦୁହେଁ ତାହାଙ୍କର ବିମାତା ପାଖରେ
ଗୋଟିଏ ଝିଙ୍କର ଛାଉଣିର ଅପରିଷ୍କାର ଘରେ ରହନ୍ତି ୤ ସେ ୟିବା ସମଯରେ
ବଡ ପିଲାଟି ଗୋଟିଏ ସାନକାଠଗଦା ଉପରେ ଶୋଇ ରହିଥିବା ୤ ତାହାଙ୍କୁ
ଦେଖି ଚିହ୍ନି ପାରି କହିଲା , " ମୁଁ ଟଙ୍କା ଭଙ୍ଗାଇ ଆପଣଙ୍କ ନିକଟକୁ ୟାଉ~
ଥିଲି ୤ ବାଟରେ ଗୋଟିଏ ବଡ ଗାଡିର ଧକ୍୍କାରେ ମୁଁ ପଡିୟିବାରୁ
ଘୋଡା ଦୁଇଟି ମୋହର ଗୋଡ ଭାଙ୍ଗିଦେଇ ଧାଇଁଗଲେ ୤ ମୁଁ ତ ମରିବାକୁ
ବସିଛି କିନ୍ତୁ ମୋର ସାନ ଭାଇ ନିତାନ୍ତ ସାନ , ତାହା ଖବର କିଏ ବୁଝିବ ?
ରାଧାକାନ୍ତ , ଭାଇ ମୋର ! ମୁଁ ଚାଲିଗଲେ ତୁ କଅଣ କରିବୁ , କାହା ପାଖରେ
ରହିବୁ ? " ଭଦ୍ରଲୋକଟି ତାହାର ଉଭଯ ହାତଧରି କହିଲେ , କିଛି ଚିନ୍ତା
କର ନାହିଁ , ମୁଁ ତୁମ ଭାଇର ସବୁ ଖବର ବୁଝିବି ୤ " ଏହି କଥା ଶୁଣି ସେ
ଭଦ୍ରଲୋକଙ୍କ ମୁହଁଆଡକୁ କୃତଜ୍ଞତାପୂର୍ଣ୍ଣ ସକରୁଣ ଦୃଷ୍ଟିରେ ଅନାଇଲା ୤
କିଛି କହିବାର ଇଚ୍ଛା ତାହାର ଥିଲା , କିନ୍ତୁ ଆଉ ଶକ୍ତି ହେଲା ନାହିଁ ୤ କ୍ରମେ
କ୍ରମେ ତାହାର ଚକ୍ଷୁର ଜ୍ଯୋତି ନିଷ୍ପ୍ରଭ ହୋଇଆସିଲା , ଏହା ଉତ୍ତାରୁ ସବୁ
ଶେଷ ୤</p>

<p>ସେ ବାଳକଟିର ଅଶନ ବସନ କିଛି ନଥିଲା ୤ ସେ କେବେହେଁ
ଜୋତା ପିନ୍ଧି ନାହିଁ , ଗାଡି ମୋଟର ଚଢିବା ତ ଅତି ଦୂରର କଥା ; କିନ୍ତୁ
ତାହାର ସତ୍ଯନିଷ୍ଠା ଏବଂ ମହତ୍ତ୍ବ କେତେଜଣ ଲକ୍ଷପତିଙ୍କର ଅଛି ? ଏ
ଘଟଣାଟି ସମ୍ପୂର୍ଣ୍ଣ ସତ୍ଯ , ଏହା ଏହି ଲେଖକଙ୍କର ଜଣେ ପରମାତ୍ମୀଯ ବନ୍ଧୁ~
ଙ୍କର ଅନୁଭବସିଦ୍ଧ ୤</p>

<p>ମନୁଷ୍ଯର ପେଷା ଏବଂ ସେ କଅଣ କିଣିପାରେ , ଏହାଦ୍ବାରା
ମନୁଷ୍ଯର ମହତ୍ତ୍ବ ବିଚାର କରିବା ଅନ୍ଯାଯ ଓ ଅସଙ୍ଗତ ୤ ଲୋକଟି କେଉଁ
ଧରଣର ତାହା ଦେଖି ତାହା ମହତ୍ତ୍ବ ବିଚାର କରିବାକୁ ହେବ ୤
ୟେଉଁ ଧନୀଙ୍କର ପ୍ରାସାଦ ନିର୍ମାଣରେ ସହାଯତା କରିବା ପାଇଁ ମୂଲିଆ
ଦିନୟାକ ଇଟା , କାଠ ପ୍ରଭୃତି ବୋଝ ମୁଣ୍ଡାଏ , ଅନୁସନ୍ଧାନରେ ହୁଏତ
ଜଣାୟିବ ସେ ଧନୀଙ୍କଠାରୁ ମୂଲିଆଟି ଅଧିକ ମହତ୍୍ ୤ ପ୍ରଭୂତ ଆର୍ଥିକ
ଉନ୍ନତି ଅନେକ ସ୍ଥଳରେ ମାନସିକ ଓ ନୈତିକ ଉନ୍ନତିର ଅନ୍ତରାଯ
ହୋଇଥାଏ ୤ ଜଣେ ବିପୁଳ ଧନର ଅଧିକାରୀ ; ମାତ୍ର ଏହା ଫଳରୁ ଶତ
ଶତ ଲୋକ ନିଃସ୍ବ ଅସହାଯ ହୋଇପଡନ୍ତି ୤ ସେ ଧନର ଭିତ୍ତି ମୂଳରେ
କେତେ କ୍ଷୁଧିତର ଅନ୍ନ , ପୀଡିତର ବିଳାପ , ନୈରାଶ୍ଯର ହାହାକାର ସଞ୍ଚିତ ,
କିଏ ତାହାକୁ ଇଯତ୍ତା କରିବ ; କିନ୍ତୁ ଧୀ-ଶକ୍ତି କିମ୍ବା ଚରିତ୍ର ଗୌରବରେ
ୟେ ସାର୍ଥକ ହୁଅନ୍ତି ସେ କାହାରି କ୍ଷତି କରନ୍ତି ନାହିଁ , ସେ ସମାଜକୁ ଉନ୍ନତ
କରନ୍ତି , ଲାଭବାନ କରନ୍ତି , ଅତୁଳନୀଯ ଧନର ଅଧିକାରୀ କରନ୍ତି ୤ ଚରିତ୍ରର
ଛାପା କେବେହେଁ ପୋଛିୟିବାର ନୁହେଁ , ଏହି ଚାପାଦ୍ବାରା ସବୁ ସମଯରେ
ସକଳ ଜାତିର ୟଥାର୍ଥ ମୂଲ୍ଯ ନିରୂପିତ ହୋଇଥାଏ ୤</p>

<p>ପ୍ରଭୂତ ଧନ ଲାଳସାରେ ମନୁଷ୍ଯ ୟେତେବେଳେ ସଂଗ୍ରାମରେ ମାତି~
ୟାଏ , ସେତେବେଳେ ପ୍ରାଯଶଃହିଁ ତାହାର ୟେ ନୈତିକ ଅବନତି ଘଟି~
ଥାଏ , ସେ କଥା ଭଲରୂପେ ବୁଝିଥିଲେ ବୋଲି ୟିଶୁଖ୍ରୀଷ୍ଟ ଶିଷ୍ଯମାନଙ୍କୁ
କହିଥିଲେ - " ନିଶ୍ଚଯ କରି କହୁଅଛି , ଧନୀ କଦାଚିତ୍୍ ସ୍ବରାଜ୍ଯରେ ପ୍ରବେଶ
କରିବେ ୤ " ୟେତେବେଳେ ଟଙ୍କାର ନିଶା ଧରେ ସେତେବେଳେ ସହସ୍ର
ପାଇଲେ ସ୍ବଭାବତଃ ଲକ୍ଷ ଆଡକୁ ମନ ଧାବିତ ହୁଏ ଏବଂ ଅର୍ଥ ପଛେ ପଛେ
ଧାଇଁବାବେଳେ ଚରିତ୍ରର ମହତ୍ତ୍ବ ଓ ନ୍ଯାଯବୋଧ ପଦଦଳିତ ହୋଇ ମରି~
ୟାଏ ୤</p>

<p>ଅର୍ଥ ସ଼ଞ୍ଚଯ କରିବାକୁ ୟାଇ ମନ ୟେବେ ଦୀନ ହୁଏ , ଆଧ୍ଧାତ୍ମିକ
ଜୀବନର ଉତ୍ସ ୟେବେ ଶୁଷ୍କ ହୁଏ , ସୌନ୍ଦର୍ୟ୍ଯ ୟେବେ ନିବାରିତ ହୁଏ , ୟେବେ
ଆମ୍ଭେମାନେ ପ୍ରକୃତିର କିମ୍ବା ଗୁରୁଶିଳ୍ପ ସୌନ୍ଦର୍ୟ୍ଯ ପ୍ରତି ବିମୁଖ ଅବା
ଉଦାସୀନ ହୋଇୟାଉଁ , ନ୍ଯାଯ ଅନ୍ଯାଯ ପାପ ପୁଣ୍ଯବୋଧ ୟେବେ ଏକା~
କାର ହୋଇୟାଏ - ତେବେ ସେ ଅର୍ଥ ସଞ୍ଚଯରେ ପ୍ରଯୋଜନ କଅଣ ?</p>

<p>ୟେଉଁ ଅର୍ଥ ସଞ୍ଚଯ ମନୁଷ୍ଯକୁ ନୀଚ ମଳିନ ଜୀବନୟାପନ କରିବାକୁ
ଶିକ୍ଷା ଦିଏ , ଅର୍ଥଚିନ୍ତାରେ ପାଗଳ ହୋଇ ୟେବେ ବହି , ଚିତ୍ତ , ସଙ୍ଗୀତ ,
ଦେଶଭ୍ରମଣ ପ୍ରଭୃତି ତ୍ଯାଗ କରିବାକୁ ହୁଏ , ସେ ଭଳି ଅର୍ଥ ସଞ୍ଚଯ ପ୍ରକୃତ
ମନୁଷ୍ଯତ୍ବର ପରିପନ୍ଥୀ ୤ ନିଜର ହୃଦଯ , ମନର ଉନ୍ନତି କିମ୍ବା ଅପରର ଭଲ
କରିବାକୁ ୟେବେ ପରମାନନ୍ଦ ନହୁଏ , ପରମାନନ୍ଦ ୟେବେ କେବଳ ହୁଏ
ୟେତେବେଳେ ଭାଳିବାକୁ ହେବ , ସିନ୍ଧୁକ କିପରି ଦିନକୁଦିନ ଟଙ୍କାରେ
ପରିପୂର୍ଣ୍ଣ ହୋଇ ଉଠୁଅଛି , ତେବେ ସେ ଅର୍ଥ ସଞ୍ଚଯକୁ ଦୂରରୁ ସହସ୍ର
ନମସ୍କାର ୤ //
କିନ୍ତୁ ମହତ୍ତର ମାନବ-ସୃଷ୍ଟି ମାନବର ସ୍ବଭାବଗତ ପ୍ରକ୍ରିଯା ନୁହେଁ ,
କର୍ତ୍ତବ୍ଯ ସୂଚକ ଧର୍ମ ଅଟେ ୤ ପ୍ରଦତ୍ତ ବିଷଯ ନୁହେଁ , ଉପାର୍ଜିତ ବିଷଯ
ଅଟେ ୤ ୟେଉଁ ମୁହୂର୍ତ୍ତରେ ମୋହର କର୍ତ୍ତବ୍ଯଜ୍ଞାନ ଜନ୍ମେ , ୟେଉଁ ମୁହୂର୍ତ୍ତରେ
ମୁଁ ବୁଝେ ୟେ , ମୁଁ ଏ ପ୍ରକାର ` ଅଛି ' , ପୁଣି ଅନ୍ଯପ୍ରକାର ହେବା ମୋର
ଉଚିତ କାର୍ୟ୍ଯ , ସେହି ମୁହୂର୍ତ୍ତରୁ ମୋର ଧ୍ଧାନ , ଅନୁଧ୍ଧାନ , ଉତ୍ସାହ , ଉଦ୍ଯମ
ସେହି ଦିଗରେ ନିୟୁକ୍ତ ରହେ ଏବଂ ସେ କାର୍ୟ୍ଯ ଏପ୍ରକାର କାର୍ୟ୍ଯ ୟେ , ତାହା
ସ୍ବାର୍ଥଜଡିତ ଚେଷ୍ଟାଦ୍ବାରା ସାଧିତ ହେବା ଅସମ୍ଭବ ୤ କର୍ତ୍ତବ୍ଯବୋଧକ କାର୍ୟ୍ଯ
ଗୋଟିଏ ଋଣ ୤ ତଦ୍ଦ୍ବାରା ଦିଓଟି ବିଷଯ ସୂଚିତ ହୁଏ - ୟାହାର କର୍ତ୍ତବ୍ଯ
ଏବଂ ୟାହା ପ୍ରତି କର୍ତ୍ତବ୍ଯ ୤ କର୍ତ୍ତବ୍ଯ ହେଉଛି ମୋହର ; କିନ୍ତୁ ତାହା
ମୋହପାଇଁ ନୁହେଁ ୤ ୟେବେ ମୋ କର୍ତ୍ତବ୍ଯ ମୋହଠାରେ ମାତ୍ର ଆବଦ୍ଧ
ରହେ , ତେବେ କର୍ତ୍ତବ୍ଯର ୟଥାର୍ଥ ମୂଲ୍ଯ ରହେ ନାହିଁ ୤ ଖାତକୀ ଓ ମହାଜନୀ
ଜଣେ ଲୋକଠାରେ ପର୍ୟ୍ଯବସିତ ହୁଏ ୤ ମୋହର ଆଦର୍ଶ ଜୀବନ କେବଳ
ମୋହର ସୁଖ ନିମିତ୍ତ ନୁହେଁ ୤ ଏଥିରେ ଅନ୍ଯମାନଙ୍କର ପ୍ରଯୋଜନ ରହି~
ଅଛି ୤ ଏସୁଖ ସମ୍ମିଳିତହୋଇ ଭୋଗ କରାୟାଇପାରେ ୤ ଏସୁଖ ଜଣେ ପ୍ରାପ୍ତ
ହେଲେ , ଅନ୍ଯମାନେ ଏଥିରୁ ବଞ୍ଚିତ ହୁଅନ୍ତି ନାହିଁ ୤ ୟାହା ବୃହତ୍୍ ତାହା
ଅନେକଙ୍କୁ ତୃପ୍ତିଦିଏ ଏବଂ ୟଦି ଏହା ସତ୍ଯହୁଏ , ତେବେ ସ୍ବୀକାର କରିବାକୁ
ହେବ ୟେ , ଏପରି ସୁଖ ଆଧ୍ଧାତ୍ମିକ ଭିତ୍ତି ଉପରେ ପ୍ରତିଷ୍ଠିତ ୤ କାରଣ ଆଧ୍ଧା~
ତ୍ମିକ ସତ୍ତାନୁପ୍ରଣୀତ ବିଷଯ ବହୁ ଲୋକଙ୍କର ୟୁଗପତ୍୍ ସମ୍ଭୋଗୟୋଗ୍ଯ ୤
ଏଥିରେ ଶାରୀରିକ ଧର୍ମର ପ୍ରଯୋଜନ ରହିଛି ୤ କିନ୍ତୁ ତାହା ଶରୀର ପାଇଁ
ନୁହେଁ , ଆତ୍ମାର ପ୍ରଗତି ପାଇଁ ୤ ଶରୀର ଶରୀର ଘେନି ଜୀବ ଜୀବ ଅନେକ
ହେଲେ ହେଁ ଆତ୍ମାର ରାଜ୍ଯରେ ସମସ୍ତେ ଏକୀଭୂତ ୤</p>

<p>ବାସ୍ତବ ଜଗତ୍୍ରେ ୟେପରି ପୃଥକ୍୍ ପୃଥକ୍୍ ମନୁଷ୍ଯ ନିଜ ନିଜର
ପ୍ରଯୋଜନ ସାଧିବା ନିମିତ୍ତ ଅସମର୍ଥ ଆଦର୍ଶ ଜଗତରେ ମଧ୍ଧ ସେହିପରି ୤
ମୁଁ ଏକା ହୋଇ ଆସି ନାହିଁ କି ଏକା ହୋଇ ୟାଇପାରିବି ନାହିଁ ୤
ସାମାଜିକ ଜୀବନ ମାନବର ପ୍ରାଣ ୤ ମାନବ ଏପରି ଉପାଦାନରେ ଗଢା ୟେ
ତାହା ଅନାବନା ଗଛ ପରି ଏଠି ସେଠି ଜନ୍ମେ ନାହିଁ କି ପାରସ୍ପରିକ ସାହାୟ୍ଯ
ନପାଇ ବଢେ ନାହିଁ ୤ ସମାଜ ବିଚ୍ଛିନ୍ନ ମନୁଷ୍ଯ , ମନୁଷ୍ଯ ପଦର ଅୟୋଗ୍ଯ ୤
ମାନବର ସ୍ଥିତି , ମାନବର ଗତି , ମାନବର ଉନ୍ନତି , ମାନବ ସହଚର୍ୟ୍ଯ~
ସାପେକ୍ଷ ୤ ୟେଉଁଠାରେ ମାନବ ମାନବଦଳିତ , ସେଠାରେ ମାନବତ୍ବ ଛିନ୍ନ~
ବିଚ୍ଛିନ୍ନ ; ୟେଉଁଠାରେ ମନୁଷ୍ଯ ମନୁଷ୍ଯ ମଧ୍ଧରେ ସମ୍ପର୍କ ନାହିଁ , ସେଠାରେ
ମନୁଷ୍ଯତ୍ବର ଉଦ୍ଭାବନ , ମନୁଷ୍ଯତ୍ବର ଜାଗରଣ ଅସମ୍ଭବ ୤ ମୌଳିକ ଜୀବନ
ତୁଲ୍ଯ ଆଦର୍ଶ ଜୀବନ ସହୟୋଗ ଭିତ୍ତିଜ୍ଞାପନ ୤ ସେଥିରେ ପ୍ରବିଷ୍ଟ ହେବାପାଇଁ
ମୁଁ ୟେପରି ବ୍ଯାକୁଳ , ଅନ୍ଯମାନେ ମଧ୍ଧ ସେହିପରି ବ୍ଯାକୁଳ ୤ ସେଥିରେ
ମୋହର ଆତ୍ମା ଶାନ୍ତ ହୁଏ , ଅନ୍ଯମାନଙ୍କର ଆତ୍ମା ମଧ୍ଧ ଶାନ୍ତ ହୁଏ ୤ ଏହି
ଲକ୍ଷ୍ଯ ସମ୍ବନ୍ଧରେ ମାନବର କର୍ମ ଦ୍ବିବିଧ ୤ ଜଣେ ଅଗ୍ରସର ହେବା ଏବଂ
ଅନ୍ଯମାନଙ୍କୁ ଅଗ୍ରସର ହେବାରେ ସାହାୟ୍ଯ ଦେବା , ନିଜେ ଗତି କରିବା ଓ ଜାତି
ଭାଇଙ୍କୁ ସଙ୍ଗରେ ନେବା ନିଜେସ୍ଥାନ ପାଇବା ଅନ୍ଯମାନଙ୍କୁ ସ୍ଥାନ ଦେବା ୤
ୟଦି ମୁଁ କେବଳ ଅଗ୍ରସର ହେଇଥାଏଁ , ସହଗାମିଗଣ ସ୍ବ ସ୍ବ ସ୍ଥାନରେ ଅଚଳ
ଥାଆନ୍ତି , ତେବେ ଜଦ୍ବାରା ମୋହରି ଗତିରୋଧହେବା ସୁନିଶ୍ଚିତ ୤ ବିଦ୍ଯମାନ
ସମାଜରେ ୟାବତୀଯ ମାନବ ସମାଜ ପଦବୀର ୟୋଗ୍ଯ ନୁହନ୍ତି କି ଏକ
ଆସନରେ ଅବସ୍ଥିତ ନୁହନ୍ତି ୤ ମାନବ ମାନବ ମଧ୍ଧରେ ଉଚ୍ଚ ନୀଚ ଭେଦ
ରହିଅଛି ସତ୍ଯ ; ହେଲେ ହେଁ ଉଚ୍ଚ ନୀଚ ମାନବଗଣ ପରସ୍ପର ସଂପୃକ୍ତ ୤ ଉଚ୍ଚ
ନୀଚଦ୍ବାରା ଅନୁସୂତ , ନୀଚ ଉଚ୍ଚଦ୍ବାରା ଆକର୍ଷିତ ୤ ୟେଉଁଠାରେ ଅଗ୍ରଗାମୀ
ମାନବ ପଶ୍ତାଦ୍୍ଗାମୀ ମାନବକୁ ବିସର୍ଜନ କରି ମାନବ - ବିଚ୍ଯୁତ ଜନ୍ମ ସ୍ଥାନ
ପାଇଁ ଉତ୍କଣ୍ଠିତ , ସେଠାରେ ଅତିମାନବ ସୃଷ୍ଟି କପୋଳକଳ୍ପିତ ୤ //
` ଅଛୁ ' ଶକ୍ତି ବା ରକ୍ଷଣଶୀଳତା ମନୁଷ୍ଯର ଚିନ୍ତାଶକ୍ତିକୁ ଆବଦ୍ଧ କରେ ୤
ମନୁଷ୍ଯ ଏହାର ଦାସ ହେଲେ କ୍ରମଶଃ ସାମାଜିକ ତଥା ବ୍ଯକ୍ତିଗତ ପାରମ୍ପରିକ
ବିଧି ମାତ୍ରକୁ ସମାଜର ସର୍ବସ୍ବ ମନେକରି ପଶୁଧର୍ମ ଅବଲମ୍ବନ କରେ ୤
ତାହାର ସ୍ବାଧୀନ ଶକ୍ତି ଆଉ ଉଦ୍ରିତ ହୁଏ ନାହିଁ ୤ ଆପାତତଃ ସନ୍ତୋଷରେ
ନିରୁଦବେଗରେ ରହିବାକୁ ତାହାର ଜ୍ଞାନପିସା ଓ ଅନୁସନ୍ଧିତ୍ସା ଦୂରହୁଏ ୤
ନୂତନ ପ୍ରାପ୍ତିର ଆଶା ରହେ ନାଇ ୤ ଆଉ ଅଭାବ ପର୍ୟ୍ଯନ୍ତ ଆସେ ନାଇ ,
ତାହାର ପୂରଣ ତ ଦୂରର କଥା ୤ ୟେ ମନେ କରୁଅଛି , ଆକାଶ ନୀଳ~
ମଣିମଯ ସ୍ବର୍ଗର ସିଂହାସନ ବିଶେଷ ଓ ସେଇ ସିଂହାସନସ୍ଥ ଦେବତାଙ୍କର
ବଜ୍ର ନାମକ ଗୋଟିଏ ଅସ୍ତ୍ର ଅଛି , ତାହାର ଚାଳନାରେ ଅଗ୍ନି ଜାତ ହୁଏ , ସେ
ୟେ କେବଳ ଏକା ମନେକରେ ତାହା ନୁହେଁ , ଏହାର ଭ୍ରମହୀନ ସିଦ୍ଧାନ୍ତ
ବୋଲି ସନ୍ତୋଷ ଲାଭକରେ , କିମ୍ବା ସମାଜର ` ଅଛୁ ' ଶକ୍ତି ବଳରେ କରିବାକୁ
ବାଧ୍ଧହୁଏ - ତାହାର ଆଉ ଅନୁସନ୍ଧାନ ଇଚ୍ଛା ବା ବ୍ଯାଖ୍ଯାର ଅଭାବ
କାଇଁକି ରହିବ ? ତାହାର ଇନ୍ଦ୍ରସ୍ବର ବିତ୍ଯୁତ୍୍ ଶକ୍ତି , ଜ୍ଞାନ ଓ ସଭ୍ଯତା
ପ୍ରଭାବରେ ଭୂପୃଷ୍ଠକୁ ଅବତରଣକରି ୟେ ମାନବର ୟାନାଦି ବହନକରି
କ୍ରୀତଦାସଠାରୁ ମଧ୍ଧ ହୀନ ହୋଇଅଛି , ଏହା ତାହାକୁ କାହିଁକି ଜଣାପଡିବ ?
ସେ କାଇଁକି ପଶୁତ୍ବ ଲାଭ ନକରିବ ? ହିନ୍ଦୁ ସମାଜରେ ଦେଖିଲେ ଏଭଳି
ଦୃଷ୍ଟାନ୍ତ ପଦେପଦେ ଆମ୍ଭମାନଙ୍କୁ ଆଘାତ ଦେବ ଓ ଅଛୁ ଶକ୍ତିର ପ୍ରଭାବ
ଦେଖି ଆମ୍ଭେମାନେ ସ୍ବତଃ ମର୍ମାହତ ହେବୁ ୤</p>

<p>ଏ ସମସ୍ତ ସତ୍ତ୍ବେ ମନୁଷ୍ଯ - ମନୁଷ୍ଯଅଛି ୤ ଅତିଶଯ ଥନ୍ତରା ହେଲେ ହେ
ତାହାର ସ୍ବାଧୀନ ଚିନ୍ତା ଲୁପ୍ତହୋଇ ନାଇ , ଏହା ମଧ୍ଧ ବରାବର ଲୁପ୍ତ
ହେବାର ନୁହେଁ ୤ ଅଛୁର ସୂଚୀଭେଦ୍ଯ ତମଃ ମଧ୍ଧରେ ମଧ୍ଧେ ମଧ୍ଧେ ସେଇ
ହେବୁ ପ୍ରବର୍ତ୍ତନର ସ୍ଫୁରଣ ଦେଖାୟାଏ ଓ ସମଯର ପ୍ରଭାବ ଅର୍ଥାତ୍୍ ଅନ୍ଯ
ସମାଜ ସମ୍ପର୍କର ପ୍ରାକୃତିକ ଫଳରେ ବେଳେବେଳେ ହେବୁ ଶକ୍ତି ଜାଗି
ଉଠେ , ଅଛୁ ବା ହେବୁ କେଇ ପୂର୍ଣ୍ଣ ଭାବରେ ମାନବ ପ୍ରାଣକୁ ଅଧିକାର କରି
ନାହାନ୍ତି ସତ୍ଯ ; କିନ୍ତୁ ପରିମାଣର ଇତରହିଶେଷ ଅନୁସାରେ ଅଛୁ ଶକ୍ତିର
ପ୍ରଭାବକୁ ସ୍ଥୂଳରେ ତିନି ଭାଗରେ ବିଭକ୍ତ କରାୟାଇପାରେ ୤ ଆମ୍ଭେମାନେ
ଅଛୁ ର ହେବୁ ଆଡକୁ ହେଉଥିବା ଗତିକୁ ଏଇ ବିଭାଗର ନୀତିବୋଲି
ଧରିବୁ , ଅର୍ଥାତ୍୍ ଅଛୁ ଶକ୍ତି ହେବୁ ଆଡକୁ ୟିବାବେଳେ ୟେପରି ତାହାର
ବିନାଶ ସଂସାଧିତ ଓ ହେବୁର ଆଧିପତ୍ଯ ପ୍ରତିଷ୍ଠିତ ହେଉଥାଏ , ସେଇ
ପ୍ରଣାଳୀରେ ତିନୋଟି ସୋପାନ ଦେଖାଇବୁ ୤ ଏଇ ତିନୋଟି ସ୍ପଷ୍ଟତଃ ଅଛୁ
ଶକ୍ତିରେ ପ୍ରଭାବିତ ୤ ତାହା ଉତ୍ତାରୁ ହେବୁର ପ୍ରାଦୁର୍ଭାବ ୤</p>

<p>ସେଇ ବିଭାଗ ନୀତିରେ ଅଛୁର କ୍ରମ ଦେଖାଇ ଟିକିଏ ସ୍ପଷ୍ଟକରି କହି~
ଦେଲେ ସୋପାନ ବିଭାଗ ନୀତିଟି ଟିକିଏ ଭଲ ବୁଝାୟିବ ୤ ଅଛୁ ଶକ୍ତିର
ଶାରୀରିକ ମାନସିକ ( ବା ବୁଦ୍ଧି ବୃତ୍ତି ସମ୍ବନ୍ଧୀଯ ) ଓ ନୈତିକ , ଏଇ ତିନି
ଅବସ୍ଥା ବିଦ୍ଯମାନ ୤ ଦ୍ବିତୀଯଟି ୟୁକ୍ତିବିତଣ୍ଡାର ଓ ତୃତୀଯଟି ସାଧାରଣତଃ
ନୈତିକ ସାହସହୀନତାର ମୋହରେ ପର୍ୟ୍ଯବସିତ ରହିଅଛି ୤ ଅର୍ଥାତ ଏଇ
ଶକ୍ତିକୁ କେହି ପଶୁପରି ଶାରୀରିକ ଭାବରେ , କେହି ତାକୁ ଉତ୍ତମ ବ୍ଯାଖ୍ଯା
ଦେଇ ମାନସିକ ଭାବରେ , କେହି ବା କେବଳ ସାହସହୀନତା ଦେଖାଇ
ନୈତିକ ଭାବରେ ଧାରଣ କରନ୍ତି ୤ ହେବୁ ଶକ୍ତି ଏଇ କ୍ରମରେ ଅଛୁର
ବିନାଶସାଧନପୂର୍ବକ ନିଜର ଆଧିପତ୍ଯ ବିସ୍ତାର କରେ ୤ ପ୍ରଥମତଃ ଲୋକେ
ସମଯ ବଳରେ ପରିବର୍ତ୍ତିତ ହୁଅନ୍ତି , ଦ୍ବିତୀଯତଃ ବୁଦ୍ଧି ପ୍ରଯୋଗରେ ହେବୁର
ଔଚିତ୍ଯ ଓ ଉପକାରିତା ହୃଦଯଙ୍ଗମ କରନ୍ତି ଓ ସର୍ବସପଷରେ ନୈତିକ
ସାହସ ବଳରେ ହେବୁ ପନ୍ଥା ଅବଲମ୍ବନକରି ସମାଜର ତଥା ବ୍ଯକ୍ତିଗତ
ଜୀବନର ଉଦ୍ଧାର ସାଧନ କରନ୍ତି ୤ //
ଗୀତା ହିନ୍ଦୁମାନଙ୍କର ଏକ ଧର୍ମଶାସ୍ତ୍ର ବୋଲି ଧରାହୁଏ ୤ କୋଟିକୋଟି
ହିନ୍ଦୁ ଏ ଗ୍ରନ୍ଥକୁ ପୁଣ୍ଯାର୍ଜନ ଲକ୍ଷ୍ଯରେ ପ୍ରତ୍ଯେହ ପାଠାଭ୍ଯାସ କରିଥାନ୍ତି ; କିନ୍ତୁ
ଏ ଗ୍ରନ୍ଥରେ ପାପ ବା ପୁଣ୍ଯର ଚର୍ଚ୍ଚା ନାହିଁ ୤ ଏହା କିପରି ବିଚାରବନ୍ତ
ଭାବରେ ଜୀବନୟାପନ କରିବାକୁ ହେବ , ତାହାରି ନାନା ଦିଗରୁ ଆଲୋଚନା
ମାତ୍ର ଏବଂ ପ୍ରଧାନତଃ ଏହା କର୍ମ ତତ୍ତ୍ବରହିଁ ଆଲୋଚନା ; କାରଣ ଜୀବନ
ବୋଇଲେ କର୍ମ ୤ ଜଗତରେ ପ୍ରକୃତିଚାଳିତ ହୋଇ ସମସ୍ତ ଜୀବ କିଛି ନା
କିଛି କର୍ମରେ ପ୍ରତି ମୁହୂର୍ତ୍ତରେ ବ୍ଯାପୃତ ୤ ଏ ଜୀବନରେ ନିଷ୍କର୍ମତା କ୍ଷଣପାଇଁ
ହେଲେ ଅସମ୍ଭବ ୤ ତେଣୁ ସମଗ୍ର ଗୀତା ଏହି କର୍ମଧାରାକୁ ମନୁଷ୍ଯ କିପରି
ଜାଣିଶୁଣି ନିଜର ଓ ବିଶ୍ବର କଲ୍ଯାଣ ପାଇଁ ପରିଚାଳିତ କରିବ , ତାହାରି
ଆଲୋଚନାର ଗ୍ରନ୍ଥ ୤</p>

<p>ଗୀତା କିନ୍ତୁ ମାନବ ଜୀବନରୁ ସମଗ୍ର ଭାବରେ ଧରି ଆଲୋଚନା କରି~
ଥିବାରୁ ଦୈନଦିନ ଜୀବନର ଟିକିନିଖି ବିଷଯର ଆଲୋଚନା ପାଇଁ ସେଥିରେ
ସ୍ଥାନନାହିଁ , ୟଦି ତା ଖାଦ୍ଯାଖାଦ୍ଯ ; ଦାନ ଧର୍ମ ବିଷଯରେ ପଦେ ପଦେ
ଏଠି ସେଠି ଅଛି ୤ ସାଧାରଣ ମଣିଷକୁ ଦୈନନ୍ଦିନ ଜୀବନର ଛୋଟ ଛୋଟ
ବ୍ଯାପାର ହିଁ ବଡ ସମସ୍ଯା ୤ ମୁକ୍ତି , ପାପ , ଧର୍ମ , ପୁଣ୍ଯ ପ୍ରଭୃତିର ତାତ୍ତ୍ବିକ
ବିଚାର ଆମର ଦୈନନ୍ଦିନ ଜୀବନରେ , ଆମର ଚିତ୍ତ ଲୋକର ସଦର ଦରଜା~
ମାଡିବାକୁ ସାହସ କରେନା ୤ ସେଠି ପ୍ରଚଣ୍ଡ ଭିଡ , ପାର୍ଥିବ ଜୀବନର ଲାଭ~
କ୍ଷତିର ସିପାହୀମାନଙ୍କର ୤ ଆମ ଦେଶରେ ବରାବର ଏଗୁଡିକୁ ତାଚ୍ଛଲ୍ଯ କରା~
ୟାଇଛି ୤ ଏମାନଙ୍କୁ ସଂୟତ , ସମୃଦ୍ଧ , ନିଯମିତ କରିବାର କୌଣସି ବ୍ଯବସ୍ଥା
କରା ନହେବାରୁ ଆମ ଦେଶରେ ପାର୍ଥିବ ସଫଳତା ୟେତେ ପରିମାଣରେ
ରୁଦ୍ଦିମନ୍ତ ହେବାର କଥା , ତାହା ହୁଏନାହିଁ ୤</p>

<p>କର୍ମକୁ ଶୃଙ୍ଖଳିତ ଓ ସମୃଦ୍ଧ କରିବାର ଉପାଯ ବାଛିବା ଆଳରୁ ଆମର
ଜାଣିବା ଉଚିତ , କର୍ମ କଣ ଓ ଅକର୍ମ କଣ ୤ ୟେକୌଣସି ଶାରୀରିକ ବା
ମାନସିକ ଚାଳନା କର୍ମ ନୁହେଁ , ଶ୍ରମ ମାତ୍ର ୤ କର୍ମ ସେହି , ୟାହା ଫଳପ୍ରସୂ ,
ୟାହା ମଣିଷକୁ ଅଭିବୃଦ୍ଧି ଦାନ କରେ , ୟାହାଦ୍ବାରା ମଣିଷ ମାଟିକୁ ସୁନା
କରେ ୤ କୌଣସି ଲୋକ ପାହାଡଟାକୁ ହାବୁଡି ନେଇ ଦିନୟାକ ପିଟି~
ପାରେ ୤ ତାହା ଶ୍ରମ ମାତ୍ର ; କାରଣ ତାହା ଫଳପ୍ରସୂ ୤ ସେହି ଶ୍ରମ ପ୍ରଯୋଗ
କଲେ , ପାହାଡ ତଳେ ମାଟିରୁ ସୁନା ଫଳିବ ୤ ତାହା ହେବ କର୍ମ ୤ ଏହି
କର୍ମହିଁ ମଣିଷକୁ ବଞ୍ଚେଇ ରଖିଛି ଓ ତାହାର ସଭ୍ଯତାକୁ ଗଢିଛି ୤</p>

<p>ଜାତି ବିଭାଗଦ୍ବାରା ହଜାର ବର୍ଷ ଧରି ଭାରତ ବର୍ଷରେ ଜନ୍ମ
ବେଳୁ ବ୍ଯକ୍ତି ପାଇଁ କର୍ମ ନିର୍ଦ୍ଦିଷ୍ଟ ରହି ଆସିଥିଲା ୤ ହାଡିର ପିଲା ହାଡି ଓ
ବ୍ରାହ୍ମଣର ପିଲା ବ୍ରାହ୍ମଣ ହୋଇ ଆସୁଥିଲେ ୤ ଏବେ କିନ୍ତୁ ଅବସ୍ଥା ବଦଳିଛି ୤
ଆଜି ଭାରତ ବର୍ଷରେ ଜୀବନ ପଥରେ ସବୁ ଜାତିର ପିଲେ ଏକ ବିନ୍ଦୁରୁ
ୟାତ୍ରା କରିବା ଶିଖିଲେଣି ୤ ବ୍ରାହ୍ମଣ ଓ ଚମାର ଏକା ପାଠ ପଢି ଏକା
ବଯସରେ ଏକ ଜାତି-ହୀନ-କର୍ମ-କ୍ଷେତ୍ରରେ କାନ୍ଧକୁକାନ୍ଧ ଲଗାଇ ଠିଆ~
ହେବାକୁ ଆରମ୍ଭ କଲେଣି ୤ ଗୁଣାନୁୟାଯୀ ଏବେ ଚମାର ବ୍ରାହ୍ମଣ ଓ ବ୍ରାହ୍ମଣ
ଚମାର ହୋଇପାରେ ୤ ଜନ୍ମହେତୁକ ଗୋଷ୍ଠୀ ସୃଷ୍ଟିର ପ୍ରକୃତ ୟୁଗ ଆସିଛି ୤</p>

<p>ତରୁଣ ଜୀବନ ଆଗରେ ବହୁ ଆଦର୍ଶର ପ୍ରଲୋଭନ ୤ ମନ୍ତ୍ରୀ ସେନାପତି
ବକ୍ତା , କବି , ଅଧ୍ଧାପକ , ବୈଜ୍ଞାନିକ - ସେ କଣ ହେବ ବା ନହେବ ୤ ସିଦ୍ଧି
ଅପେକ୍ଷା ୟଶର ଲାଳସା ବେଶି ୤ ୟଶର ଲାଳସାରେ ସେ ହୁଏତ ୟା ହେବା
କି ତାହା ହେବାର ଆଲୋଚନାରେ କେବଳ ସହଜତମ ପନ୍ଥାକୁ ଆକୃଷ୍ଟ
ହେବ ୤ ଭାରତ ବର୍ଷରେ ଏବେ ଅନେକ ୟୁବକ ୟୁବତୀର ରାଜନୀତି ପ୍ରବେଶର
ମାନସିକ ତତ୍ତ୍ବ ଏହିଠି ; କିନ୍ତୁ ଏହା ମାରାତ୍ମକ ପନ୍ଥା ୤ ଗୀତା ଏହାକୁ ଲକ୍ଷ୍ଯ
କରି କହିଛି , ସ୍ବଧର୍ମେ ନିଧନଂ ଶ୍ରେଯଃ ପରଧର୍ମ୍ମୋ ଭଯାବହଃ " ୤ ୟାହା
ବୈଜ୍ଞାନିକ ହେବାର ଥିଲା , ସେ ୟଦି ଶସ୍ତା ଜନପ୍ରିଯତା ବା ପଦମର୍ୟ୍ଯାଦା
ଲୋଭରେ ବିଜ୍ଞାନର ରୁକ୍ଷ କଠିନ ପଥ ଛାଡି ନେତା ସାଜେ ବା ବ୍ଯବସାଯ
କରେ , ତେବେ ତାର ମୃତ୍ଯୁ , ଅପଘାତ ମୃତ୍ଯୁଠାରୁ ଅଧିକ ଦୁଃଖାବହ ୤
 +&gt;*
               0 
</p></body></text></cesDoc>