<cesDoc id="ori-w-socsci-library-ols07" lang="ori">
<cesHeader type="text">
<fileDesc>
<titleStmt>
<h.title>ori-w-socsci-library-ols07.txt</h.title>
<respStmt>
<respType>Electronic file created by</respType>
<respName>Central Institute for Indian Languages, Mysore</respName>
<respType>transferred into Unicode and CES format by</respType>
<respName>"Unicodify" software by Andrew Hardie</respName>
</respStmt></titleStmt>
<publicationStmt>
<distributor>UCREL (on behalf of CIIL)</distributor>
<pubAddress>Department of Linguistics, Lancaster University, Lancaster, LA1 4YT, UK</pubAddress>
<availability region="WORLD"></availability>
<pubDate>03-08-12</pubDate>
</publicationStmt>
<sourceDesc>
<biblStruct>
<monogr>
<h.title>ଗ୍ରସଂଗଠନ</h.title>
<h.author>ଅଗାଧୁ...</h.author>
<imprint>
<pubPlace>India</pubPlace>
<publisher>Unknown - Book.</publisher>
<pubDate>1985</pubDate>
</imprint>
<idno type="CIIL code">ols07</idno>
</monogr></biblStruct></sourceDesc></fileDesc>
<encodingDesc>
<projectDesc>Text collected for the CIIL Corpus, subsequently integrated into the EMILLE/CIIL Monolingual Written Corpora.</projectDesc>
<samplingDesc>Simple written text only has been transcribed. Diagrams, pictures and tables have been omitted. Sampling begins at page 08102.</samplingDesc>
<editorialDecl><conformance level="1"></conformance></editorialDecl>
</encodingDesc>
<profileDesc>
<creation><date>03-08-12</date></creation>
<langUsage>Oriya</langUsage>
<wsdUsage>
<writingSystem id="ISO/IEC 10646">Universal Multiple-Octet Coded Character Set (UCS).</writingSystem>
</wsdUsage>
<textClass>
<channel mode="w">print</channel>
<constitution type="composite"></constitution>
<domain type="public"></domain>
<factuality type="fact"></factuality>
</textClass>
<translations></translations>
</profileDesc>
<revisionDesc></revisionDesc>
</cesHeader>

<text><body>

<p>&lt;ସର୍ବସାଧାରଣଙ୍କର ମଙ୍ଗଳ ପାଇଁ
ଉଦ୍ଦିଷ୍ଟ ବିଭିନ୍ନ ପ୍ରକାରର ଗ୍ରନ୍ଥାଳଯ କାର୍ୟ୍ଯକ୍ରମ ସମ୍ବନ୍ଧରେ ବଳିଷ୍ଠ ଦିଗଦର୍ଶନ କରାଇ
ପ୍ରତ୍ଯେକଙ୍କ ମନରେ ଗ୍ରନ୍ଥାଳଯ ସେବାର ଉପୟୋଗିତା ସମ୍ବନ୍ଧରେ ଦୃଢ ଧାରଣା ସୃଷ୍ଟି
କରାଇପାରିଲେ ଗ୍ରନ୍ଥାଳଯୀ ନିଜର ଏକ ଦକ୍ଷ ଶାସକ ଭାବେ ପ୍ରତିଷ୍ଠିତ କରାଇପାରନ୍ତି ୤
ପ୍ରକାରାନ୍ତରେ ଏହା ପାଠକମାନଙ୍କ ନିକଟରେ ଗ୍ରନ୍ଥାଳଯର ସମ୍ମାନ ବୃଦ୍ଧି କରାଇ
ଥାଏ ୤ ସ୍ଥାନୀଯ ପ୍ରଭାବରୁ ସମଯ ସମଯରେ ଗ୍ରନ୍ଥାଳଯ କାର୍ୟ୍ଯକ୍ରମ ସମ୍ବନ୍ଧରେ ଆସୁଥିବା
ବିରୋଧକାରୀ ଉପାଦାନଗୁଡିକର ଗ୍ରନ୍ଥାଳଯୀ ଖୁବ୍୍ ସାହସର ସହିତ ସମ୍ମୁଖୀନ ହୋଇ
ସେଗୁଡିକୁ ଠିକ୍୍ ବାଟରେ ଚଳାଇନେବା ବିଧେଯ ୤ ପ୍ରତ୍ଯେକ ପରିସ୍ଥିତିରେ ଉତ୍ତମ
ବୁଝାମଣା ସୃଷ୍ଟି କରାଇ ସମସ୍ତ ସମସ୍ଯାର ସମାଧାନ ପାଇଁ ଗ୍ରନ୍ଥାଳଯୀ ଆଗ୍ରହୀ ହେବା
ତାଙ୍କର ଅନ୍ଯ ଏକ ମହତ୍୍ ଗୁଣର ପରିଚାଯକ ଏତଦ୍୍ ବ୍ଯତୀତ ଉଚ୍ଚ ଭାବଧାରା ,
ନିରପେକ୍ଷତା , ଆଶୁ ବିଚାର ଶକ୍ତି , ଉନ୍ନତ ୟୋଜନା , ପ୍ରଣଯନ ଶକ୍ତି ପ୍ରଭୃତି କେତେକ
ମହତ୍୍ଗୁଣର ଅଧିକାରୀ ହୋଇ ପାରିଲେ ଗ୍ରନ୍ଥାଳଯୀ ପାଠକ ମହଲ ତଥା ସହକର୍ମୀ~
ମାନଙ୍କ ମଧ୍ଧରେ ଆଦୃତ ହୋଇ ପାରନ୍ତି ୤</p>

<p>ଉପଗ୍ରନ୍ଥାଳଯୀ ଓ ସହାଯକ ଗ୍ରନ୍ଥାଳଯୀ
ବଡ ବଡ ଗ୍ରନ୍ଥାଳଯମାନଙ୍କରେ ଗ୍ରନ୍ଥାଳଯୀଙ୍କର ନିକଟତମ ସହକର୍ମୀ ହିସାବରେ
ଏକ ବା ଏକାଧିକ ଉପଗ୍ରନ୍ଥାଳଯୀ ଥା'ନ୍ତି ୤ ସେମାନଙ୍କର ନିକଟତମ ସହକର୍ମୀ
ହିସାବରେ କେତେକ ସହାଯକ ଗ୍ରନ୍ଥାଳଯୀ ନିୟୁକ୍ତ ହୋଇଥାନ୍ତି ୤ ଅପେକ୍ଷାକୃତ ଛୋଟ
ଗ୍ରନ୍ଥାଳଯମାନଙ୍କରେ ଉପଗ୍ରନ୍ଥାଳଯୀ ପଦବୀ ପ୍ରାଯ ନଥାଏ ୤ କେବଳ ସହାଯକ
ଗ୍ରନ୍ଥାଳଯୀମାନେ ଗ୍ରନ୍ଥାଳଯୀଙ୍କର ନିକଟତମ ସହକର୍ମୀ ହିସାବରେ କାର୍ୟ୍ଯ ସମ୍ପାଦନ
କରିଥାନ୍ତି ୤ ସେ ୟାହାହେଉ , ଗ୍ରନ୍ଥାଳଯର ମୁଖ୍ଯ ହିସାବରେ ଗ୍ରନ୍ଥାଳଯକୁ ସମସ୍ତ
କର୍ତ୍ତବ୍ଯରେ ସାହାୟ୍ଯ ଓ ସହୟୋଗ ପ୍ରଦାନକରିବା ଉପ ବା ସହାଯକ ଗ୍ରନ୍ଥାଳଯୀଙ୍କର
ପ୍ରଧାନ କର୍ତ୍ତବ୍ଯ ୤ ନିଜ ଉପରେ ନ୍ଯସ୍ତ କରାୟାଇଥିବା ନିର୍ଦ୍ଦିଷ୍ଟ ଦାଯିତ୍ବଗୁଡିକ ସୂଚାରୁ
ରୂପେ ସମ୍ପାଦନ କରିବା ନିମିତ୍ତ ୟତ୍ନବାନ ହେବା ବିଧେଯ ୤</p>

<p>ଜଣେ ଦକ୍ଷ ଗ୍ରନ୍ଥାଳଯୀଙ୍କ ନିକଟରେ ସହାଯକ ଗ୍ରନ୍ଥାଳଯୀ ରୂପେ କାମ କରିବା
ଏକ ସୌଭାଗ୍ଯ ରୂପେ ଗ୍ରହଣ କରାୟାଇଥାଏ ୤ ଆଜି ୟେ ଉପ ବା ସହାଯକ ଗ୍ରନ୍ଥାଳଯୀ
ରୂପେ କାମ କରନ୍ତି ଦିନେ ସେ ନିଜେ ଗ୍ରନ୍ଥାଳଯୀ ପଦରେ ଅଧିଷ୍ଠିତ ହୋଇପାରନ୍ତି ୤
ସୁତରାଂ ଗ୍ରନ୍ଥାଳଯୀଙ୍କର ବ୍ଯକ୍ତିଗତ ଗୁଣଗୁଡିକର ମହତ୍ବ ସହାଯକ ଗ୍ରନ୍ଥାଳଯୀମାନଙ୍କ
ଠାରେ ପ୍ରତିଫଳିତ ହେବା ବିଧେଯ ୤ ଗ୍ରନ୍ଥାଳଯ ସେବା ଏକ ସାମାଜିକ ସେବା ୤ ଜଣେ
ସର୍ବସାଧାରଣ କର୍ମୀ ହିସାବରେ ପ୍ରତ୍ଯେକ ଗ୍ରନ୍ଥାଳଯ କର୍ମଚାରୀ ନିଜ ନିଜ କର୍ମ କ୍ଷେତ୍ରରେ
ଦକ୍ଷ ହେବା ସଙ୍ଗେ ସଙ୍ଗେ ପରସ୍ପର ମଧ୍ଧରେ ଉତ୍ତମ ବୁଝାମଣା ରକ୍ଷାକରି ଗ୍ରନ୍ଥାଳଯ
ସେବାକୁ ଠିକ୍୍ ବାଟରେ ଆଗେଇ ନେବା ତତ୍ପର ହେବା ବିଧେଯ ୤</p>

<p>ଗ୍ରନ୍ଥାଳଯ କର୍ମଚାରୀମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି
ଗ୍ରନ୍ଥାଳଯ ମଧ୍ଧରେ ଓ ଗ୍ରନ୍ଥାଳଯ ବାହାରେ ଥିବା ଗ୍ରନ୍ଥାଳଯ ସଂଘ ବା ଅନ୍ଯାନ୍ଯ
ସହାଯକତାରେ ଗ୍ରନ୍ଥାଳଯ କର୍ମଚାରୀମାନଙ୍କୁ ବୃତ୍ତିଗତ ସମସ୍ଯାମାନଙ୍କ ଉପରେ ନିଯମିତ
ଦିଗ୍୍ଦର୍ଶନ ଦିଆୟିବାର ବ୍ଯବସ୍ଥା କରାଗଲେ ଗ୍ରନ୍ଥାଳଯ କର୍ମଚାରୀ ତଥା ଗ୍ରନ୍ଥାଳଯ
ଜଗତର ବହୁ ହିତ ସାଧିତ ହୋଇପାରିବ ୤ ଗ୍ରନ୍ଥାଳଯ କର୍ମଚାରୀମାନଙ୍କର ବୃତ୍ତିଗତ
ଦକ୍ଷତା ବୃଦ୍ଧିପାଇଁ ଭାରତ ସରକାରଙ୍କର 1957 ମସିହାର କେ.ପି. ସିହ୍ନାଙ୍କ
ଅଧକ୍ଷତାରେ ଗଠିତ ଗ୍ରନ୍ଥାଳଯ ଉପଦେଷ୍ଟା ସମିତିର ସୁପାରିଶ ଗୁଡିକ ପ୍ରଣିଧାନ ୟୋଗ୍ଯ ୤</p>

<p>ସମିତିଙ୍କ ମତରେ ଗ୍ରନ୍ଥାଳଯରେ ନିୟୁକ୍ତ ହୋଇଥିବା ବିଭିନ୍ନ ପ୍ରକାରର
ଗ୍ରନ୍ଥାଳଯୀ ଓ ଅନ୍ଯାନ୍ଯ କର୍ମଚାରୀମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି ପାଇଁ ମୁଖ୍ଯତଃ
ତିନିପ୍ରକାର ପଦକ୍ଷେପ ନିଆୟାଇପାରେ :-</p>

<p>( କ ) ପ୍ରତ୍ଯେକ କର୍ମଚାରୀ ବୃତ୍ତିମୂଳକ ନୂତନ ଓ ପୁସ୍ତକ ଓ ପତ୍ରପତ୍ରିକା ସହିତ
ୟଥାସମ୍ଭବ ସମ୍ପର୍କ ରକ୍ଷା କରିବା ଉଚିତ୍୍ ୤ ବ୍ଯକ୍ତିଗତ ସ୍ତରରେ ସମସ୍ତଙ୍କ ପକ୍ଷରେ ଏହା
ସମ୍ଭବ ନ ହେଲେ ମଧ୍ଧ ସମ୍ପୃକ୍ତ ଗ୍ରନ୍ଥାଳଯର ଉଦ୍ଯମ ଏ ବିଷଯରେ ଅବ୍ଯାହତ ରହିବା
ବିଧେଯ ୤ ରାଷ୍ଟ୍ରିଯ ସ୍ତରରେ ଜାତୀଯ ଗ୍ରନ୍ଥାଳଯ ଓ ରାଜ୍ଯ ସ୍ତରରେ ରାଜ୍ଯ ଗ୍ରନ୍ଥାଳଯଗୁଡିକ
ବିଷଯରେ ପଦକ୍ଷେପ ନେବାକୁ ଉପୟୁକ୍ତ ଅର୍ଥ ମଞ୍ଜୁର ହେବା ଆବଶ୍ଯକ ୤ ସ୍ଥାନୀଯ
ଗ୍ରନ୍ଥାଳଯ ସଂଘଗୁଡିକ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଏ ପ୍ରକାରର ପତ୍ରପତ୍ରିକା ଓ
ପୁସ୍ତକଗୁଡିକୁ ରଖାଇପାରିଲେ ଗୋଟିଏ ଅଞ୍ଚଳର ସମସ୍ତ ଗ୍ରନ୍ଥାଳଯ କର୍ମଚାରୀ ଏହା
ଦ୍ବାରା ଉପକୃତ ହୋଇପାରିବେ ୤ ଗ୍ରନ୍ଥାଳଯ କର୍ମକର୍ତ୍ତାଗଣ କର୍ମଚାରୀମାନଙ୍କୁ ଏ
ପ୍ରକାରର ସଂଘଗୁଡିକର ସଭ୍ଯ ଶ୍ରେଣୀଭୁକ୍ତ ହୋଇ ଏ ପ୍ରକାରର ପଠନମଣ୍ଡଳୀରେ
ୟୋଗଗେବାକୁ ଉତ୍ସାହ ପ୍ରଦାନ କରାଇବେ ୤</p>

<p>( ଖ ) ୟେତେବେଳେ କୌଣସି କର୍ମଚାରୀ ନୂତନ ଭାବେ ଗ୍ରନ୍ଥାଳଯରେ
ୟୋଗଗେବେ , ତାଙ୍କର ଉପରିସ୍ଥ ସହକର୍ମୀ ତାଙ୍କୁ ତାଙ୍କର ଦୈନନ୍ଦିନ କର୍ମ ତଥା
ଗ୍ରନ୍ଥାଳଯର ଅନ୍ଯାନ୍ଯ ସହକର୍ମୀ ତଥା ବିଭିନ୍ନ , ପଦ୍ଧତି ଉପରେ ଉତ୍ସାହମୂଳକ ଧାରାମାନ
ଦିଆଇବେ ୤ //
ମେଟକାଫ୍୍ଙ୍କ ନାମରେ ନାମିତ ` ମେଟକାଫ୍୍ ଲାଇବ୍ରେରୀ ବିଲଡିଙ୍ଗ ' ଗଢିବା ପାଇଁ
ଅନ୍ଯ ଏକ ସଭା ଅନୁଷ୍ଠିତ ହେଉଥାଏ ୤ ଏ ଭବନରେ ଗୋଟିଏ ପ୍ରେସ ଓ ଗ୍ରନ୍ଥାଳଯଟି
ସ୍ଥାପନ କରିବାର ପ୍ରସ୍ତାବ ଗୃହୀତ ହେଉଥାଏ ୤ କିନ୍ତୁ , କଲିକତା ପବ୍ଳିକ ଲାଇବ୍ରେରୀ '
କାର୍ୟ୍ଯକାରୀ ଦେହା ପରେ ମେଟକାଫ ଲାଇବ୍ରେରୀ ବିଲଡିଙ୍ଗ ସମିତି ଅନ୍ଯ ଏକ ନୂତନ
ଗ୍ରନ୍ଥାଳଯର ପ୍ରସ୍ତାବ ବନ୍ଦ କଲେ ଏବଂ ମେଟକାଫ୍୍ ହଲରୁ 1844 ଜୁନ ମାସରେ
କଲିକତା ପବଲିକ୍୍ ଲାଇବ୍ରେରୀ ସ୍ଥାନାନ୍ତରିତ ହେଲା ୤</p>

<p>ରବୀନ୍ଦ୍ରନାଥ ଠାକୁରଙ୍କର ପିତା ଦ୍ବାରିକାନାଥ ଠାକୁର ଗ୍ରନ୍ଥାଳଯର ପ୍ରଥମ
ସ୍ବତ୍ବାଧିକାରୀ ହେଲେ ୤ ଅଳ୍ପଦିନ ମଧ୍ଧରେ କଲିକତାରେ ବାସ କରୁଥିବା ବହୁ ଭାରତୀଯ
ଓ ଯୁରୋପୀଯଗଣ ସ୍ବତାଧିକାରୀ ରୂପେ ବା ଚାନ୍ଦା ଦାତା ହିସାବରେ ଗ୍ରନ୍ଥାଳଯ ସହିତ
ସଂଶ୍ଳିଷ୍ଟ ହେଲେ ୤ ଗ୍ରନ୍ଥାଳଯଟି ସ୍ବଦେଶୀ ଓ ବିଦେଶୀ ବ୍ଯକ୍ତିଙ୍କ ସହାଯତାରେ ଦିନକୁ
ଦିନ ଉନ୍ନତ ଅବସ୍ଥାକୁ ଗତି କଲା ୤ ଗ୍ରନ୍ଥାଳଯର ଆଯର ପନ୍ଥା ହେଲା ସତ୍ଯ ଚାନ୍ଦା ଓ
ଦାନ ଇତ୍ଯାଦି ୤</p>

<p>କେବଳ ୟେ ସ୍ବତ୍ବାଧିକାରୀ ଓ ସଭ୍ଯଗଣ ଗ୍ରନ୍ଥାଳଯ ସେବାର ସୁବିଧା ନେଲେ
ତାହା ନୁହେଁ ୤ ଗରୀବ ମେଧାବୀ ଛାତ୍ର ତଥା ସର୍ବସାଧାରଣ ବିନା ପଇସାରେ ନିର୍ଦ୍ଦିଷ୍ଟ
ସମଯ ପାଇଁ ଗ୍ରନ୍ଥାଳଯ ବ୍ଯବହାର କରିପାରିବାର ସୁବିଧା ପାଇଲେ ୤ ଗ୍ରନ୍ଥାଳଯଟିର
ଉତ୍ତମ ସଂଗଠନ ପ୍ରଣାଳୀ ଓ ଭଦ୍ରତାପୂର୍ଣ୍ଣ ସେବା ଜନସାଧାରଣଙ୍କ ମଧ୍ଧରେ ଦିନକୁ ଦିନ
ଆଦୃତ ହେବାକୁ ଲାଗିଲା ୤ କିନ୍ତୁ 1857 ସିପାହୀ ବିଦ୍ରୋହ ପରେ କଲିକତାରୁ
ଯୁରୋପୀଯ ଅଧିବାସୀ ଓ ଭାରତୀଯଙ୍କ ମଧ୍ଧରେ ଆନ୍ତରିକତାର ଅଭାବ ଘଟିବା ସଙ୍ଗେ
ସଙ୍ଗେ ଗ୍ରନ୍ଥାଳଯ କ୍ଷେତ୍ରରେ ଅବନତି ପରିଲକ୍ଷିତ ହେଲା ୤ ଅନ୍ଯ ପକ୍ଷରେ 1850
ମସିହା ପରେ ପରେ କଲିକତାର ବିଭିନ୍ନ ସ୍ଥାନରେ ଛୋଟ ବଡ ସାର୍ବଜନୀନ ଗ୍ରନ୍ଥାଳଯ
ମାନ ଗଢି ଉଠିଲା ୤ ତାର ପ୍ରଭାବ ମଧ୍ଧ କଲିକତା ` ପବ୍ଳିକ୍୍ ଲାଇବ୍ରେରୀ ' ଉପରେ ପଡିଲା ୤</p>

<p>ଲର୍ଡ କର୍ଜନ ଭାରତକୁ ଆସିବା ପରେ କଲିକତା ନଗରୀର ବିଭିନ୍ନ ସରକାରୀ
ବିଭାଗ ଓ ଦପ୍ତର , ସର୍ବସାଧାରଣ ଅନୁଷ୍ଟାନଗୁଡିକ ପରିଦର୍ଶନ କଲେ ୤ ସେ ଦେଖିଲେ
ସହରରେ ବହୁ ମୂଲ୍ଯବାନ ପୁସ୍ତକ ସହ ଦୁଇଟି ଗ୍ରନ୍ଥାଳଯ ଅଛି ୤ କିନ୍ତୁ ବିଭିନ୍ନ
ଅସୁବିଧା ମଧ୍ଧରେ ସେଗୁଡିକ ଠିକ୍୍ ଭାବେ କାର୍ୟ୍ଯକାରୀ ହୋଇପାରୁ ନାହିଁ ୤ ଗୋଟିଏ
ହେଉଛି ` କଲିକତା ପବ୍ଳିକ୍୍ ଲାଇବ୍ରେରୀ ' ୟାହାର ଅବସ୍ଥା ଖୁବ୍୍ ଖରାପ ୤ ଅନ୍ଯଟି
ହେଉଛି , ` ଇମ୍ପିରିଆଲ ଲାଇବ୍ରେରୀ ' ୟାହାକି 1891 ମସିହାରେ ସେକ୍ରେଟାରୀଏଟର
ବିଭିନ୍ନ ବିଭାଗର ଗ୍ରନ୍ଥାଳଯଗୁଡିକର ସଂମିଶ୍ରଣରେ ଗଠିତ ହୋଇଥିଲା ୤ ଏକ ଚିନ୍ତାଶୀଳ
ଶାସକ ହିସାବରେ କର୍ଜନ ଦୁଇଟି ୟାକ ଗ୍ରନ୍ଥାଳଯକୁ ମିଶାଇ ଗୋଟିକରେ ପରିଣତ
କରାଇ ସର୍ବସାଧାରଣଙ୍କ ବ୍ଯବହାର ପାଇଁ ତାକୁ ଉନ୍ମୁକ୍ତ କଲେ ୤ 1902 ମସିହାରେ
` ଦି ଇମ୍ପିରିଯାଲ ଲାଇବ୍ରେରୀ ଆକ୍ଟ ' ପାଶ୍୍ ହେଲା ୤ ଲର୍ଡ କର୍ଜନ 1903 ମସିହା
ଜାନୁଆରୀ ମାସ 30 ତାରିଖରେ ` ମେଟକାଫ୍୍ ହଲରେ ' ` ଇମ୍ପିରିଯାଲ ଲାଇବ୍ରେରୀ '
ଉଦ୍୍ଘାଟନ କଲେ ୤ ଏ ଗ୍ରନ୍ଥାଳଯର ସମସ୍ତ ଖର୍ଚ୍ଚ ସରକାର ବହନ କଲେ ୤
ସାରା ଭାରତର ଗ୍ରନ୍ଥାଳଯ ଇତିହାସରେ ସରକାରୀ ଖର୍ଚ୍ଚରେ ଏଭଳି ଏକ ବୃହତ୍୍
ଗ୍ରନ୍ଥାଳଯର ପରିଚାଳନା ଦେଶବାସୀଙ୍କ ମଧ୍ଧରେ ନୂତନ ଚେତନା ଜାଗ୍ରତ କରାଇଥିଲା ୤
ବ୍ଯକ୍ତିଗତ ଉଦ୍ଯମରେ ଆରମ୍ଭ ହୋଇ କଲିକତା ପବ୍ଳିକ ଲାଇବ୍ରେରୀର ନୂତନ ରୂପ
ଆଜି ସାରା ଦେଶବାସୀଙ୍କ ଲାଗି ଏକ ସାଂସ୍କୃତିକ କେନ୍ଦ୍ର ରୂପେ ବିରାଜମାନ ୤ ଗ୍ରନ୍ଥାଳଯଟିର
ପରିଚାଳନା ପାଇଁ ଗୋଟିଏ କାଉନସିଲ ଗଢାହେଲା ୤ ବିଲାତର ବ୍ରିଟିଶ ମିଡିଯମର
ଢାଞ୍ଚାରେ ଏ ଗ୍ରନ୍ଥାଳଯ ପରିଚାଳିତ ହେବାର ସମସ୍ତ ଉଦ୍ଯମ କରାଗଲା ୤ ସାଧାରଣ
ଦିନମାନଙ୍କରେ ସକାଳ 10 ଟା ଠାରୁ ସନ୍ଧ୍ଯା 7 ଟା ପର୍ୟ୍ଯନ୍ତ ଏବଂ ଛୁଟି ଦିନମାନଙ୍କରେ
ଦିନ 2 ଟା ଠାରୁ ସନ୍ଧ୍ଯା 5 ଟା ପର୍ୟ୍ଯନ୍ତ ସର୍ବସାଧାରଣଙ୍କ ପାଇଁ ଏହା ଖୋଲା ରହିଲା ୤
ବ୍ରିଟିସ ମିଉଜିଯମରେ ସହାଯକ ଗ୍ରନ୍ଥାଳଯୀ ରୂପେ କାମ କରୁଥିବା ଜନ
ମ୍ଯାକଫରଲାନସ୍୍ ଏ ଗ୍ରନ୍ଥାଳଯର ପ୍ରଥମ ଗ୍ରନ୍ଥାଳଯୀ
ରୂପେ ନିୟୁକ୍ତ ହେଲେ ୤ 1906 ମସିହାରେ ମ୍ଯାକ୍୍ଫରଲାନସ୍୍ ଅଳ୍ପ ବଯସରେ ମୃତ୍ଯୁ
ବରଣ କରିବାକୁ ପ୍ରସିଦ୍ଧ ପଣ୍ଡିତ , ଭାଷା ତତ୍ବବିତ୍୍ ହରିନାଥ 1907 ରେ ଗ୍ରନ୍ଥାଳଯୀ
ରୂପେ କାର୍ୟ୍ଯଭାର ଗ୍ରହଣ କଲେ ୤ ସେ ମଧ୍ଧ ଅଳ୍ପ ବଯସରେ ମୃତ୍ଯୁବରଣ କରିବା
ଫଳରେ ଲେଖକ ଜେ.ଏ. ଚାପମ୍ଯାନ୍୍ ଗ୍ରନ୍ଥାଳଯୀ
ରୂପେ ନିୟୁକ୍ତ ହୋଇ 1911 ମସିହାଠାରୁ 1930 ମସିହା ପର୍ୟ୍ଯନ୍ତ ଅର୍ଥାତ୍୍ ଅବସର
ଗ୍ରହଣ କରିବା ପର୍ୟ୍ଯନ୍ତ କାର୍ୟ୍ଯ ଚଳାଇଥିଲେ ୤ ଚାପମ୍ଯାନଙ୍କ ପରେ ଖାଁ ବାହାଦୂର
କେ.ଏମ. ଅବଦୁଲା 1947 ମସିହା ଜୁଲାଇ 18 ତାରିଖ ପର୍ୟ୍ଯନ୍ତ ଗ୍ରନ୍ଥାଳଯୀ ରୂପେ
ଉକ୍ତ ଗ୍ରନ୍ଥାଳଯ ପରିଚାଳନା କ୍ଷେତ୍ରରେ ତାଲିମ ଦିଆୟାଇଥିଲା ୤ ପରିସ୍ଥିତିର ଚାପରେ
ଗ୍ରନ୍ଥାଳଯ ମଧ୍ଧରେ ଗୋଟିଏ ତାଲିମ କେନ୍ଦ୍ରର ବ୍ଯବସ୍ଥା କରାୟାଉଥିଲା ଏବଂ 86
ଜଣଙ୍କୁ ଗ୍ରନ୍ଥାଳଯ ପରିଚାଳନା କ୍ଷେତ୍ରରେ ତାଲିମ ଦିଆୟାଇଥିଲା ୤ ପରିସ୍ଥିତିର ଚାପରେ
ଗ୍ରନ୍ଥାଳଯଟି ବାରମ୍ବାର ସ୍ଥାନାନ୍ତରିତ ହୋଇଥିଲା ୤ 1923 ମସିହାରେ ଶେଷ ଆଡକୁ
ଏସ୍୍ପ୍ଳାମେଡସ୍ଥ ଫରେକ ଆଣ୍ଡ ମିଲିଟାରୀ ସେକ୍ରେଟାରୀଏଟ୍୍ ବିଲଡିଙ୍ଗରେ ଅବସ୍ଥାପିତ
ହୋଇଥିଲା ୤ ଦ୍ବିତୀଯ ମହାୟୁଦ୍ଧ ବେଳେ 1941 - 42 ରେ ଗ୍ରନ୍ଥାଳଯଟି 24 ଚିତ୍ତରଞ୍ଜନ
ଏଭିନିଉର ଜବାକୁସୁମ ହାଉସ୍୍ ନାମକ ଏକ ଭଡାଘରେ କାର୍ୟ୍ଯକାରୀ ହେଲା ୤ ପୁନଶ୍ଚ
1948 ମସିହାରେ ଏହା ଏସ୍୍ପ୍ଳାନେଡରୁ ନିଜଘରକୁ ଫେରି ଆସିଲା ୤ //
ସମସ୍ତ ଗ୍ରନ୍ଥାଳଯପାଇଁ ଉଦ୍ଦିଷ୍ଟ ଏଭଳି ଏକ ଗ୍ରନ୍ଥାଳଯସେବା ଅର୍ଥନୀତିକ ଭାରସାମ୍ଯ
ରକ୍ଷା କରିପାରେ ୤ ବହୁଲୋକ ଏହାକୁ ବ୍ଯବହାର କରିପାରନ୍ତି ଏବଂ ଅପରପକ୍ଷରେ ରଖା~
ୟାଇଥିବା ପାଠ୍ଯୋପକରଣଗୁଡିକ ସମ୍ପୂର୍ଣ୍ଣ ରୂପେ ବ୍ଯବହାରରେ ଲାଗିବାର ସୁୟୋଗ
ପାଇପାରେ ୤ ଗୋଟିଏ ବଡ ଗ୍ରନ୍ଥାଳଯ ହିସାବରେ ଏହା ବହୁ ସୁବିଧା ୟୋଗାଇପାରେ ୤
ଦକ୍ଷ ପରିଚାଳନା ବଳରେ ଏଭଳି ଗ୍ରନ୍ଥାଳଯ ଏକ ସ୍ଥାଯୀ ଅନୁଷ୍ଠାନ ଭାବେ ସତତ ସେବା
କରିବାର ଗୌରବ ଅର୍ଜନ କରିଥାଏ ୤</p>

<p>ୟେଉଁମାନେ ଏଭଳି ସାର୍ବଜନୀନ ସେବାରୁ ବଞ୍ଚିତ ୟଥା :- ରୋଗୀ , ସୈନିକ ,
ନାବିକ , ବନ୍ଦୀ ଇତ୍ଯାଦି ସେମାନଙ୍କ ପାଇଁ ଶ୍ରେଣୀଗତ ଗ୍ରନ୍ଥାଳଯ ସେବାର ସୁୟୋଗ
ସୃଷ୍ଟି କରାଇବା ଅତ୍ଯନ୍ତ ଆବଶ୍ଯକ ୤ ନିକଟସ୍ଥ ସାର୍ବଜନିନ ଗ୍ରନ୍ଥାଳଯ ସେବାର
ସଂପ୍ରସାରଣ ସେବା ବିଭାଗ ଜରିଆରେ ବା ସଂପୃକ୍ତ ଅନୁଷ୍ଠାନରେ ଗ୍ରନ୍ଥାଳଯ ସ୍ଥାପନକରି
ଏଭଳି ସେବାର ବ୍ଯବସ୍ଥା କରାୟାଇପାରେ ୤</p>

<p>ସାର୍ବଜନିନ ଗ୍ରନ୍ଥାଳଯସେବା ଗୋଷ୍ଠୀର ପ୍ରତ୍ଯେକଙ୍କ ପାଇଁ ଉଦ୍ଦିଷ୍ଟ ୤ ସୁତରାଂ
ସର୍ବସାଧାରଣ ଅର୍ଥରେ ସମସ୍ତ ଗୋଷ୍ଠୀପାଇଁ ଏ ପ୍ରକାର ସୁବିଧା କରାଇବା ବିଧେଯ ୤</p>

<p>ଫଳତଃ ଏହା ଏକ ମାଗଣା ସେବା ହେବ ୤ ବ୍ଯବହାରୀମାନେ
କୌଣସି ଦେଯ , ଚାନ୍ଦା ବା ଅନ୍ଯାନ୍ଯ ଖର୍ଚ୍ଚ ନ ଦେଇ ସେମାନଙ୍କର
ଆବଶ୍ଯକତାନୁସାରେ ଏହାର ସେବାର ପୂର୍ଣ୍ଣ ସୁୟୋଗ ନେଇପାରିବେ ୤</p>

<p>ବିକଳ୍ପ ବ୍ଯବସ୍ଥା ହେଉଛି , କୌଣସି ଗ୍ରନ୍ଥାଳଯ ବ୍ଯବହାରକାରୀମାନଙ୍କଠାରୁ
ସମସ୍ତ ପ୍ରକାର ସେବାପାଇଁ ବା ଅଂଶ ବିଶେଷ ପାଇଁ କିଛି ଦେଯ ଆଦାଯ କରିପାରେ ୤</p>

<p>ଏଭଳି ଦେଯ ଆଦାଯ କରିବାର ଅନେକ ଅପକାରିତା ମଧ୍ଧରୁ କେତେକ
ହେଉଛି :-</p>

<p>ଅନେକ ସମଯରେ ଦେଯ ୟେତେ କମ୍୍ ହେଉ ପଛେ , ତାକୁ ଦେବାକୁ ସମର୍ଥ
ନ ହୋଇ ଅନେକ ବ୍ଯକ୍ତି ଗ୍ରନ୍ଥାଳଯ ବ୍ଯବହାର କରିପାରନ୍ତି ନାହିଁ , ୟଦିଓ ସେମାନଙ୍କ
ପକ୍ଷରେ ଗ୍ରନ୍ଥାଳଯକୁ ବ୍ଯବହାରରେ ଲଗାଇବା ଅତୀବ ଆବଶ୍ଯକ ହୋଇଥାଏ ୤</p>

<p>କେତେକ ଏଭଳି ଦେଯ ଦେବାକୁ ଅନିଚ୍ଛୁକ ହୁଅନ୍ତି , କାରଣ ସେମାନଙ୍କ
ନିକଟରେ ଗ୍ରନ୍ଥାଳଯ ବା ପୁସ୍ତକ ପୁସ୍ତିକାର କୌଣସି ମୂଲ୍ଯ ନଥାଏ ୤ ଏ ପ୍ରକାରର
ଲୋକଙ୍କୁ ସେମାନଙ୍କର ନିଜର ତଥା ସମାଜର ଉପକାର ପାଇଁ କ୍ରମେ କ୍ରମେ ଗ୍ରନ୍ଥାଳଯ
ସେବାପ୍ରତି ଆକୃଷ୍ଟ କରାଇବା ଗ୍ରନ୍ଥାଳଯର ଧର୍ମ ୤ ଉକ୍ତ ଦେଯ ଆଦାଯ ଫଳରେ
ଗ୍ରନ୍ଥାଳଯ ଏହି ଶିକ୍ଷାମୂଳକ ଲକ୍ଷ୍ଯରୁ ଦୂରେଇ ୟାଏ ୤</p>

<p>ଏଭଳି ବ୍ଯବସ୍ଥାର ଆଉ ଏକ ବିପଦ ହେଉଛି , ୟେଉଁମାନେ ଦେଯ ଦେଇ
ନପାରି ଗ୍ରନ୍ଥାଳଯ ବ୍ଯବହାର କରିପାରିବେ ନାହିଁ , ସେମାନେ ଅନ୍ଯ ବ୍ଯବହାରକାରୀଙ୍କ
ଜରିଆରେ ପୁସ୍ତକ ନେଇ ବ୍ଯବହାରରେ ଲଗାନ୍ତି ୤ ଏହା ଫଳରେ ଗ୍ରନ୍ଥାଳଯ ଏ
ପ୍ରକାରର ପରୋକ୍ଷ ବ୍ଯବହାରୀଙ୍କ ଉପରେ ନିଜର ଶିକ୍ଷାମୂଳକ ପ୍ରଭାବ ପକାଇବାରୁ
ବଞ୍ଚିତ ହୁଏ ୤</p>

<p>ଏଭଳି ଦେଯ ଆଦାଯକାରୀ ଗ୍ରନ୍ଥାଳଯ ଗୁଡିକ ସାଧାରଣତଃ ସେହି ଦେଯ
ଉପରେ ନିର୍ଭର କରନ୍ତି ୤ ସୁତରାଂ ଏମାନେ ୟେଉଁ ପୁସ୍ତକଗୁଡିକର ଭଲ ଦେଯ
ଆଦାଯ ହୋଇପାରିବ ଓ ଲୋକେ ୟେଉଁ ବହିଗୁଡିକୁ ବେଶି ଚାହୁଁଥିବେ ପ୍ରାଯ
ସେଗୁଡିକ କିଣିବାକୁ ପ୍ରାଧାନ୍ଯ ଦେବେ ୤ ଫଳତଃ ଏଭଳି ଅନେକ ପୁସ୍ତକ ୟାହାର
ଉପାଦେଯତା ୤ ଖୁବ୍୍ ବେଶୀ , କିନ୍ତୁ ପାଠକ ସଂଖ୍ଯା ଅପେକ୍ଷାକୃତ କମ୍୍ , ସେ ପ୍ରକାର
ପୁସ୍ତକଗୁଡିକୁ ଗ୍ରନ୍ଥାଳଯ ଆଗ୍ରହ ପ୍ରକାଶ ନ କରିପାରେ ୤</p>

<p>ପ୍ରତ୍ଯେକଙ୍କୁ ସାର୍ବଜନିକ ସେବା ଲାଭର ସୁୟୋଗ ଦେବା ଏକ ସାମାଜିକ
କର୍ତ୍ତବ୍ଯ ରୂପେ ଗ୍ରହଣ କରାୟାଇଛି ୤ ଶିକ୍ଷା , ସ୍ବାସ୍ଥ୍ଯ , ରାସ୍ତା , ଆଲୋକ ଇତ୍ଯାଦି ଅନ୍ଯାନ୍ଯ
ସୁବିଧା ଭଳି ପ୍ରତ୍ଯେକ ସରକାର ସାର୍ବଜନିକ ଗ୍ରନ୍ଥାଳଯ ସେବାକୁ ନିଜ ଦାଯିତ୍ବ
ହିସାବରେ ଗ୍ରହଣ କରିବା ଆବଶ୍ଯକ ଏବଂ ଏଗୁଡିକ ସର୍ବସାଧାରଣଙ୍କ ଅର୍ଥରେ ଅର୍ଥାତ
ସ୍ଥାନୀଯ ବା ରାଷ୍ଟ୍ର ଧନରେ ପରିଚାଳିତ ହେବା ଆବଶ୍ଯକ ୤</p>

<p>ଏହି କାରଣରୁ ଏ କଥା ଠିକ୍୍ ୟେ ଏଗୁଡିକ କର୍ତ୍ତୃତ୍ବଧିନରେ ରହିବ ଏବଂ
ଉକ୍ତ କର୍ମକର୍ତ୍ତାଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଗଠିତ ହୋଇଥିବା ଏକ ସମିତି ଦ୍ବାରା
ପରିଚିଳିତ ହେବ ୤ ପୂର୍ବରୁ କୁହାୟାଇଥିବା ମତେ ସ୍ଥାନୀଯ ସରକାରମାନେ ଏ କର୍ମକର୍ତ୍ତା
ଭାର ଗ୍ରହଣ କରିବା ଆବଶ୍ଯକ ୤ ସାର୍ବଜନିନ ଗ୍ରନ୍ଥାଳଯ ସେବାର ସୁୟୋଗ ସୃଷ୍ଟି କରାଇବା
ପ୍ରତ୍ଯେକ ସରକାରଙ୍କ ପକ୍ଷରେ ବାଧ୍ଧତାମୂଳକ ହୋଇଥିବାରୁ କୌଣସି ପରିସ୍ଥିତିରେ
କୌଣସି ସରକାର ନାଗରିକମାନଙ୍କୁ ଉତ୍ତମ ସାର୍ବଜନିକ ଗ୍ରନ୍ଥାଳଯ ସେବାରୁ ବଞ୍ଚିତ
କରାଇପାରିବେ ନାହିଁ ୤ //
" ପ୍ରତ୍ଯେକ ସ୍ଥାନୀଯ ପ୍ରାଧିକାରୀ ସାର୍ବଜନୀକ ଗ୍ରନ୍ଥାଳଯସେବା ପ୍ରବର୍ତ୍ତନ
କରିବାକୁ ବାଧ୍ଧ " - ୟେତେଶୀଘ୍ର ସମ୍ଭବ , ଏହି ମର୍ମରେ ଆଇନ ପ୍ରଣଯନ ହେବା
ଆବଶ୍ଯକ ୤</p>

<p>ସମସ୍ତ ସାର୍ବଜନିକ ଗ୍ରନ୍ଥାଳଯ ପାଠକମାନଙ୍କୁ ଗ୍ରନ୍ଥାଳଯ ମଧ୍ଧରେ ସ୍ବଚ୍ଛନ୍ଦରେ
ବୁଲି ପୁସ୍ତକ ପୁସ୍ତିକା ବାଛିବା ନିମିତ୍ତ ବ୍ଯବସ୍ଥା କରିବା ଉଚିତ୍୍ ୤ ସ୍ବଚ୍ଛନ୍ଦ ପ୍ରବେଶ
ପ୍ରଣାଳୀ ବିନା ପାଠକ ତାଙ୍କ ପାଇଁ ଖୁବ୍୍ ଦରକାରୀ ପୁସ୍ତକଗୁଡିକୁ ପାଇବା ଅସମ୍ଭବ
ହୋଇପଡେ ୤ ବିନା ପ୍ରବେଶ ପ୍ରଣାଳୀ ଅନୁସରଣ କରିଥିବା ଗ୍ରନ୍ଥାଳଯର ଶିକ୍ଷଣୀଯ
ମୂଲ୍ଯ ଖୁବ୍୍ କମ୍୍ ୤ ଅନୁଭୂତିରୁ ଜଣାୟାଏ , ଉତ୍ତମ ଗ୍ରନ୍ଥାଳଯ ବ୍ଯବହାର କ୍ଷେତ୍ରରେ
ସ୍ବଚ୍ଛନ୍ଦ ପ୍ରବେଶ ପ୍ରଣାଳୀ ବହୁ ଭାରସାମ୍ଯ ରକ୍ଷା କରିପାରେ ୤</p>

<p>ଗ୍ରନ୍ଥାଳଯ କର୍ମଚାରୀ ନିୟୁକ୍ତ ପାଇଁ ଲୋକ ବଛାଗଲା ବେଳେ ସାଧାରଣ ଶିକ୍ଷା
କ୍ଷେତ୍ରରେ ଉଚ୍ଚ ୟୋଗ୍ଯତା ସମ୍ପନ୍ନ ଏବଂ ଗ୍ରନ୍ଥାଳଯ ବିଜ୍ଞାନ କ୍ଷେତ୍ରରେ ଉଚ୍ଚତାଲିମ ପ୍ରାପ୍ତ
ୟୋଗ୍ଯତାକୁ ବିଚାରକୁ ନେବା ଆବଶ୍ଯକ ୤ ସାର୍ବଜନୀନ ଗ୍ରନ୍ଥାଳଯସେବା କ୍ଷେତ୍ରରେ
ଅଭିଜ୍ଞତା ଥିବା ବାଞ୍ଚନୀଯ ୤</p>

<p>ପୁରା ଆଂଶିକ ସମଯ ପାଇଁ ଶିକ୍ଷା ଦେଉଥିବା ଗ୍ରନ୍ଥାଳଯ ବିଜ୍ଞାନ ଶିକ୍ଷାନୁଷ୍ଠାନମାନ
ନିଶ୍ଚିତଭାବେ ପରିଚାଳନା କରାୟିବା ଆବଶ୍ଯକ ୤ ତାଲିମପ୍ରାପ୍ତ ଗ୍ରନ୍ଥାଳଯୀମାନଙ୍କର
ଆବଶ୍ଯକତାକୁ ସମ୍ମୁଖରେ ଱ଖି ଏ ପ୍ରକାରର ବିଦ୍ଯାଳଯମାନଙ୍କର ସଂଖ୍ଯା ୟଥେଷ୍ଟ
ହେବା ଆବଶ୍ଯକ ୤</p>

<p>ଗ୍ରନ୍ଥାଳଯ କର୍ମଚାରୀମାନଙ୍କର ବେତନ ଜାତୀଯ ସ୍ତରରେ ଅନୁସୃତ ହେଉଥିବା
ନୀତି ଉପରେ ଭିତ୍ତିକରି ସ୍ଥିର କରିବା ବିଧେଯ ୤ ଅଣତାଲିମପ୍ରାପ୍ତ କର୍ମଚାରୀମାନେ ମଧ୍ଧ
ଅନ୍ଯାନ୍ଯ ଅନୁଷ୍ଠାନଗୁଡିକର କର୍ମଚାରୀମାନଙ୍କ ଭଳି ସୁବିଧା ଓ ବେତନ ପାଇବା
ଆବଶ୍ଯକ ୤ ତାଲିମପ୍ରାପ୍ତ କର୍ମଚାରୀମାନଙ୍କ ସୁବିଧା , ସୁୟୋଗ , ଚାକିରୀ ସର୍ତ୍ତାବଳୀ ,
ଉତ୍ତମ କାର୍ୟ୍ଯ ପାଇଁ ପୁରସ୍କାର ଇତ୍ଯାଦିର ରୀତି ଅନ୍ଯାନ୍ଯ ଅନୁଷ୍ଠାନମାନଙ୍କରେ ନିୟୁକ୍ତ
ବୈଷଯିକ କର୍ମଚାରୀମାନେ ଉପଭୋଗ କରୁଥିବା ସୁବିଧା ସୁୟୋଗ ସହିତ ସମାନ
ହେବା ଉଚିତ୍୍ ୤</p>

<p>ବିଯଶେଷତଃ ଗ୍ରନ୍ଥାଳଯର ଆକାର ପ୍ରକାର ଭେଦରେ ବିଭିନ୍ନ ପ୍ରକ୍ରିଯା ସହିତ
ଜଡିତ ଦାଯିତ୍ବ , ବିଶେଷ ୟୋଗ୍ଯତା ଓ ଅଭିଜ୍ଞତାକୁ ବିଚାରକୁ ନେଇ ଭତ୍ତା
ନିର୍ଦ୍ଧାରଣ ହେବା ବିଧେଯ ୤ ପଦୋନ୍ନତି ଓ ବ୍ଯକ୍ତିଗତ ବିକାଶ ନିମିତ୍ତ ପର୍ୟ୍ଯାପ୍ତ ସୁବିଧା
ସୁୟୋଗ ଥିବା ଏକାନ୍ତ ଆବଶ୍ଯକ ୤</p>

<p>ଗ୍ରନ୍ଥାଳଯ ମଧ୍ଧରେ ଆବଶ୍ଯକୀଯ ସମସ୍ତ କର୍ମର ସନ୍ତୋଷଜନକ ସମ୍ପାଦନା ପାଇଁ
ପ୍ରତ୍ଯେକ ପ୍ରାଧିକାରୀ ଆବଶ୍ଯକତାନୁସାରେ ୟଥେଷ୍ଟ ସଂଖ୍ଯକ କର୍ମଚାରୀ ନିୟୁକ୍ତ କରିବାକୁ
ୟତ୍ନ କରିବେ ୤</p>

<p>ୟେଉଁଠାରେ ଉପରୋକ୍ତ ଆବଶ୍ଯକତା ଗୁଡିକର ପୁରଣ ହୋଇନଥିବ , ସେଠାରେ
ସର୍ବସାଧାରଣ ସେବା ବିଶେଷ ବାଧାପ୍ରାପ୍ତ ହୁଏ ୤ ପାଠକମାନଙ୍କୁ ଉତ୍ତମ ସେବା
ଦେଇପାରୁଥିବା ଦକ୍ଷ କର୍ମଚାରୀମାନଙ୍କୁ ଏଠାରେ ନିୟୁକ୍ତି ଦେବା ପାଇଁ ଆକୃଷ୍ଟ କରାଇବା
ବା ନିୟୁକ୍ତି ଦେଇ ଦୀର୍ଘ ସମଯ ପାଇଁ ରଖାଇବା ସମ୍ଭବ ହୋଇପାରେନା ୤ ଫଳରେ
ସୁସମଞ୍ଜସ ବିକାଶ ଓ ଦକ୍ଷ ପରିଚାଳନା ସହ ଗ୍ରନ୍ଥାଳଯଟି ସର୍ବସାଧାରଣଙ୍କୁ ସର୍ବାଧିକ
ସେବା ୟୋଗାଇ ଦେବାକୁ ସମର୍ଥ ହୋଇପାରେନା ୤ ଅଧିକନ୍ତୁ ଜନସାଧାରଣ ନିୟୁକ୍ତ
କର୍ମଚାରୀଗଣଙ୍କର ପଦବୀ ଓ ୟୋଗ୍ଯତାକୁ ବିଚାରକୁ ନେଇ ସାର୍ବଜନିନ ଗ୍ରନ୍ଥାଳଯ ସେବାକୁ
ମର୍ୟ୍ଯାଦା ଦେଇଥାନ୍ତି ୤ ସୁତରାଂ କର୍ମଚାରୀମାନଙ୍କର ପଦ ମର୍ୟ୍ଯାଦା ନିମ୍ନତର ହେଲେ
ଗ୍ରନ୍ଥାଳଯସେବାର ମାନ ମଧ୍ଧ ନିମ୍ନ ହୋଇଥାଏ ୤</p>

<p>ଏକ ସୁସମର୍ଥିତ ଗ୍ରନ୍ଥାଳଯ ସଂଘର ଉପସ୍ଥିତି ଖୁବ୍୍ ଆବଶ୍ଯକତା ୤ ଗ୍ରନ୍ଥାଳଯ ସେବାର
ବିକାଶ କ୍ଷେତ୍ରରେ ସଂଶ୍ଳିଷ୍ଟ ବ୍ଯକ୍ତିମାନଙ୍କୁ ଏକତ୍ରିତ କରାଇ ଏହା ସେମାନଙ୍କର ପରସ୍ପରର
ଅନୁଭୂତି ଓ ଭାବଧାରା ମଧ୍ଧରେ ସଂୟୋଗ ସ୍ଥାପନ କରିପାରିଥାଏ ୤ ଗ୍ରନ୍ଥାଳଯସେବାର
ବିକାଶ କ୍ଷେତ୍ରରେ ଅନୁସୃତ ନୀତି ନିର୍ଦ୍ଧାରଣ କରାଇ ସେଗୁଡିକୁ ଠିକ୍୍ଭାବେ କାର୍ୟ୍ଯକାରୀ
କରାଇବାକୁ ଗ୍ରନ୍ଥାଳଯ କର୍ମକର୍ତ୍ତାମାନଙ୍କୁ ଦିଗ୍୍ଦର୍ଶନ ଦେଇଥାଏ ୤ ସର୍ବସାଧାରଣଙ୍କ
ନିମିତ୍ତ ଉଦ୍ଦିଷ୍ଟ କାର୍ୟ୍ଯକ୍ରମ ଗୁଡିକୁ ଆଗେଇ ନେଇଥାଏ ୤ ସର୍ବସାଧାରଣଙ୍କ ନିକଟରେ
ଗ୍ରନ୍ଥାଳଯସେବାର ମହତ୍୍ ଲକ୍ଷ୍ଯକୁ ଉପସ୍ଥାପିତ କରାଇପାରେ ୤ ଜାତୀଯ ତଥା ଆନ୍ତର୍ଜାତୀଯ
ସ୍ତରରେ ସର୍ବସାଧାରଣ ସେବା ଉଦ୍ଦେଶ୍ଯରେ ଉଦ୍ଦିଷ୍ଟ ଅନ୍ଯାନ୍ଯ ଆନୁଷ୍ଠାନମାନଙ୍କ
ସହ ସହୟୋଗ ଓ ଉତ୍ତମ ବୁଝାମଣା ସ୍ଥାପନ କରିବାକୁ ସମର୍ଥ ହୋଇପାରେ ୤</p>

<p>ପରିଶେଷରେ କୌଣସି କ୍ଷେତ୍ରରେ ଗ୍ରନ୍ଥା଴ଯ ବିକାଶର ଧାରାକୁ ପ୍ରକୃତ ଭାବେ
ମାପିବାର ଉପାଦାନ ବୋଧହୁଏ ଏହା ହେବ ୟେ , ସେଠାର ଗ୍ରନ୍ଥାଳଯୀ ଗ୍ରନ୍ଥାଳଯ
କର୍ମକର୍ତ୍ତାଗଣ ଓ ସର୍ବୋପରି ଜନସାଧାରଣ ସାର୍ବଜନିକ ଗ୍ରନ୍ଥାଳଯସେବାର ମହତ୍ବ
କେତେଦୂର ହୃଦଯଙ୍ଗମ କରିପାରିଛନ୍ତି ୤
 +&gt;*
               0 
</p></body></text></cesDoc>