<cesDoc id="ori-w-media-omz08" lang="ori">
<cesHeader type="text">
<fileDesc>
<titleStmt>
<h.title>ori-w-media-omz08.txt</h.title>
<respStmt>
<respType>Electronic file created by</respType>
<respName>Central Institute for Indian Languages, Mysore</respName>
<respType>transferred into Unicode and CES format by</respType>
<respName>"Unicodify" software by Andrew Hardie</respName>
</respStmt></titleStmt>
<publicationStmt>
<distributor>UCREL (on behalf of CIIL)</distributor>
<pubAddress>Department of Linguistics, Lancaster University, Lancaster, LA1 4YT, UK</pubAddress>
<availability region="WORLD"></availability>
<pubDate>03-08-12</pubDate>
</publicationStmt>
<sourceDesc>
<biblStruct>
<monogr>
<h.title>ବାଣୀଚ୍ଚି</h.title>
<h.author>ପରୀକ୍ଷିତ</h.author>
<imprint>
<pubPlace>India</pubPlace>
<publisher>Unknown - Magaz</publisher>
<pubDate>1981</pubDate>
</imprint>
<idno type="CIIL code">omz08</idno>
</monogr></biblStruct></sourceDesc></fileDesc>
<encodingDesc>
<projectDesc>Text collected for the CIIL Corpus, subsequently integrated into the EMILLE/CIIL Monolingual Written Corpora.</projectDesc>
<samplingDesc>Simple written text only has been transcribed. Diagrams, pictures and tables have been omitted. Sampling begins at page 0600.</samplingDesc>
<editorialDecl><conformance level="1"></conformance></editorialDecl>
</encodingDesc>
<profileDesc>
<creation><date>03-08-12</date></creation>
<langUsage>Oriya</langUsage>
<wsdUsage>
<writingSystem id="ISO/IEC 10646">Universal Multiple-Octet Coded Character Set (UCS).</writingSystem>
</wsdUsage>
<textClass>
<channel mode="w">print</channel>
<constitution type="composite"></constitution>
<domain type="public"></domain>
<factuality type="fact"></factuality>
</textClass>
<translations></translations>
</profileDesc>
<revisionDesc></revisionDesc>
</cesHeader>

<text><body>

<p>&lt;ସର୍ବପ୍ରଥମ ଓଡିଆ କାହାଣୀ ଉପରେ ଆଧାରିତ ହିନ୍ଦି ଚିତ୍ର
ମୃଣାଳ ସେନ୍୍ଙ୍କ ମୃଗଯା
ସର୍ବଭାରତୀଯ ସ୍ତରରେ ପୁରସ୍କୃତ ଓ ସ୍ବର୍ଣ୍ଣ କମଳ ଲାଭ
କରିବାର ଗୌରବ ଅର୍ଜନ କରିଛି ୤</p>

<p>ଭାରତୀଯ ଚଳଚ୍ଚିତ୍ର ଜଗତରେ ମୃଣାଳ ସେନ୍୍ ଓ
` ମୃଗଯା ' ଚିତ୍ର ଆଜି ଏକ ଶୀର୍ଷକ ସମ୍ବାଦ ୤ ସତ୍ଯଜିତ୍୍
ରାଯ , ତପନ ସିହ୍ନା , ରଞ୍ଜକ ଘଟକଙ୍କ ସାଙ୍ଗକୁ ଶ୍ରୀ ମୃଣାଳ
ସେନ୍୍ ଆଜି କେବଳ ବଙ୍ଗଳା ଚଳଚ୍ଚିତ୍ର ମଧ୍ଯରେ
ଆବଦ୍ଧ ନ ରହି ସମଗ୍ର ଭାରତର ଚିତ୍ରପ୍ରେମୀଙ୍କ ନିକଟରେ
ବେଶ୍୍ ପରିଚିତ , କିନ୍ତୁ ଶ୍ରୀ ସେନ୍୍ ଆମ ଓଡିଶାର 
ଚିତ୍ରପ୍ରେମୀଙ୍କ ନିଟକରେ ବେଶ ସୁପରିଚିତ ୤
ସେ ଓଡିଆ ଚିତ୍ର ନିର୍ଦ୍ଦେଶନା ଦେବାକୁ ମନ ବଳାଇ
ଶ୍ରୀ କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କର ବହୁ ପଠିତ
ଉପନ୍ଯାସ , ` ମାଟିର ମଣିଷ ' କୁ 1967 ମସିହାରେ
ଚିତ୍ରରୂପ ଓ ନିର୍ଦ୍ଦେଶନା ଦେଇ ଓଡିଆ ଚିତ୍ରର ଉତ୍କର୍ଷ
ସାଧନ କରି ୟାଇଛନ୍ତି ୤ ଶ୍ରୀ ମୃଣାଳ ସେନ୍୍ ମଧ୍ଯ ଆଜି
ଏଇ ସର୍ବୋଚ୍ଚ ପ୍ରଶଂସା ଲାଭ କରିବା ସମଯରେ ,
ସମଗ୍ର ଓଡିଆ ଚିତ୍ରପ୍ରେମୀଙ୍କ ନିକଟରେ ପ୍ରସାର
ଅଧିକାରୀ ହୋଇ ପାରିଛନ୍ତି ୤</p>

<p>ତାଙ୍କର ଅନ୍ତର୍ନିହିତ ଦୃଷ୍ଟିଶକ୍ତି ତାଙ୍କୁ ଆଜି ଏକ
ଶ୍ରେଷ୍ଠ ସ୍ଥାନ ହାସଲ କରିବାର ସୁୟୋଗ ଦେଇଛି ୤
ତାଙ୍କର ୟାଦୁକାରୀ ନିର୍ଦ୍ଦେଶନା ୟୋଗୁଁ ଅତୀତରେ
ପ୍ରାନ୍ତୀଯ ତଥା ଜାତୀଯ ଛବିକୁ ନ୍ଯୁନ କରି ` ଭୂବନ
ସୋମ ' ରେ ସେ ରାଷ୍ଟ୍ରପତି ସ୍ବର୍ଣ୍ଣ ପଦକ ପାଇଥିଲେ ୤
କେବଳ ସେତିକି ନୁହେଁ , ` ଏକ ଅଧୁରୀ କାହାଣୀ ' ରେ
ତାଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶଂସା ପତ୍ର ମିଳିବା
ସଙ୍ଗେ ସଙ୍ଗେ ସମାଲୋଚକଙ୍କର ଭୂରି ଭୂରି ପ୍ରଶଂସା
ମଧ୍ଯ ମିଳିଥିଲା ୤ ତା ପରେ ତାଙ୍କୁ ଇଣ୍ଟରଭ୍ଯୁରେ
ମିଳିଲା ରାଷ୍ଟ୍ରପତିଙ୍କ ରୌପ୍ଯ ପଦକ ୤ 1973 ମସିହାରେ
` ପଦାତିକ ' ୟୋଗୁଁ ସେ ରାଷ୍ଟ୍ରପତିଙ୍କ ସ୍ବର୍ଣ୍ଣ ପଦକ
ପ୍ରାପ୍ତ ହେଲେ ୤ ତା ପରେ ଶ୍ରୀ ସେନ୍୍ ତୃତୀଯ ଥର
ଲାଗି ` କୋରସ ' ଚିତ୍ରରେ ରାଷ୍ଟ୍ରପତି ସ୍ବର୍ଣ୍ଣ ପଦକ ପାଇଲେ ୤ ଏଥିରୁ
ଶ୍ରୀ ମୃଣାଳ ସେନଙ୍କ ସ୍ବକୀଯ ନିର୍ଦ୍ଦେଶନା ଶୈଳୀ , ଅନ୍ତର୍ନିହିତ ଦୃଷ୍ଟି ,
ପରିଚାଳନା ଶୈଳୀର ଦର୍ଶନ ବ୍ଯଙ୍ଗ ବ୍ଯୁତ୍ପତ୍ତି ଓ ଆଭିମୁଖ୍ଯରେ ୟେଉଁ
ମର୍ମସ୍ପର୍ଶୀ ଆବେଦନ ରହିଛି ତାହା ବେଶ୍୍ ଅନୁମେଯ ୤</p>

<p>ସ୍ବର୍ଗତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ରଚିତ କ୍ଷୁଦ୍ର ଗଳ୍ପ ` ଶିକାର '
ହେଉଛି ` ମୃଗଯା ' ର ଆତ୍ମା ୤ କାହାଣୀଟି ତତ୍୍କାଳୀନ ବ୍ରିଟିଶ୍୍ ଶାସନରେ
ନିଷ୍ପେଶିତ ହେଉଥିବା ସୁଦୂର ମାଳ ଅଞ୍ଚଳର ଅଶିକ୍ଷିତ ମଣିଷର ସରଳ ଗୁଣ~
ଗ୍ରାମ ଉପରେ ଆଧାରିତ ୤</p>

<p>ଏହି ଚିତ୍ରଟି 1967 ମସିହା ସେପ୍୍ଟେମ୍ବର 24 ତାରିଖରେ କଲି~
କତାର ଲାଇଟ୍୍ ହାଉସ୍୍ ସିନେମା ହଲରେ ମୁକ୍ତିଲାଭ କରି ଦୀର୍ଘ ଦିନ ଧରି
ପୂର୍ଣ୍ଣ ପ୍ରେକ୍ଷାଳଯରେ ଆଗେଇ ଚାଲିଥିଲା ଏବଂ ଗଣିତ ଦର୍ଶକଙ୍କ ଦ୍ବାରା
ପ୍ରଶଂସା ଲାଭ କରିଥିଲା ୤</p>

<p>ଏହି ଚିତ୍ରର ନାଯକ ଶ୍ରୀ ମିଥୁନ୍୍ ଚକ୍ରବର୍ତ୍ତୀ ମଧ୍ଯ
ସର୍ବ ଭାରତୀଯ ସ୍ତରରେ ଶ୍ରେଷ୍ଠ ଅଭିନେତା ରୂପେ ରାଷ୍ଟ୍ର~
ପତିଙ୍କ ପୁରସ୍କାର ଲାଭ କରିବାର ସୁୟୋଗ ଲାଭ
କରିଛନ୍ତି ୤</p>

<p>` ମୃଗଯା ' ଚିତ୍ରର ମୁଖ୍ଯ ନାଯକ ବଙ୍ଗଳାର ନୂତନ ଆଗନ୍ତୁକ ଶିଳ୍ପୀ
ଶ୍ରୀ ମିଥୁନ୍୍ ଚକ୍ରବର୍ତ୍ତୀ ତାଙ୍କ ଶ୍ରେଷ୍ଠ ଅଭିନଯ ପାଇଁ 1976 ମସିହାର
ସର୍ବଶ୍ରେଷ୍ଠ ଅଭିନେତା ରୂପେ ସ୍ବର୍ଣ୍ଣ କମଳ ଲାଭ କରିବାର ଗୌରବ ଅର୍ଜନ
କରିଛନ୍ତି ୤ ମାତ୍ର 22 ବର୍ଷ ବଯସ୍କ ଏଇ ଶ୍ଯାମ ରଙ୍ଗର ୟୁବକ ଶ୍ରୀ ଚକ୍ରବର୍ତ୍ତୀ
ବି.ଏ. ପାସ୍୍ ପରେ ପୁନ୍ନା ଫିଲ୍ମ ଇନ୍୍ଷ୍ଟିଚ୍ଯୁଟରୁ ଅବିନଯରେ ସାର୍ଟିଫିକେଟ
ପାଇ ଆସି ବଙ୍ଗଳା ଚିତ୍ର ଜଗତରେ ମିଶିବାକୁ ଚେଷ୍ଟା କରୁଥିବାବେଳେ ,
ସେ ମୃଣାଳ ସେନ୍୍ଙ୍କ ଆହ୍ବାନ କ୍ରମେ ମୃଗଯାରେ ଅଭିନଯ କରିଥିଲେ ୤
ଏହା ଶ୍ରୀ ଚକ୍ରବର୍ତ୍ତୀଙ୍କର ପ୍ରଥମ ଅଭିନୀତ ଚିତ୍ର ୤ ତାଙ୍କର ଅଭିନଯ କୌଶଳ
ପାଇଁ ସେ ଆଜି ବମ୍ବେର ଆଉ ଚାରି ପାଞ୍ଚଟି ଛବିରେ ଅଭିନଯ ପାଇଁ
ଚୁକ୍ତିବଦ୍ଧ ହୋଇଛନ୍ତି ୤</p>

<p>ତାଙ୍କ ସହ ନାଯିକା ଭୂମିକାରେ ଅଭିନଯ କରିଛନ୍ତି ବଙ୍ଗଳାର
ବିଖ୍ଯାତ ନୃତ୍ଯ ଶିଳ୍ପୀ ଶ୍ରୀ ଉଦଯ ଶଙ୍କରଙ୍କ କନ୍ଯା , ତରୁଣୀ , ସୁଅଭିନେତ୍ରୀ
ମମତା ଶଙ୍କର ୤ ତାଙ୍କର ଅଭିନଯ ମଧ୍ଧ ଉଚ୍ଚକୋଟୀର ୤ ସେଇପରି ଅନ୍ଯ
ଏକ ଚରିତ୍ରରେ ତିଆରି ଅଭିନେତା ଶ୍ରୀ ସାଧୁ ମେହେର ମଧ୍ଯ ଏଥିରେ ଏକ
ଆଦିବାସୀ ଭୂମିକାରେ ସଫଳ ଅଭିନଯ କରିଛନ୍ତି ୤ ଶ୍ରୀ ମେହେର ଏଥିପୂର୍ବରୁ 
` ଅଙ୍କୁର ' ଚିତ୍ର ପାଇଁ ସର୍ବ ଭାରତୀଯ ସ୍ତରରେ ଶ୍ରେଷ୍ଠ ଅଭିନେତା ରୂପେ
1974 ମସିହାରେ ରାଷ୍ଟ୍ରପତିଙ୍କ ଠାରୁ ସ୍ବର୍ଣ୍ଣ କମଳ ଲାଭ କକରିଥିଲେ ୤ ଏହି
ଚିତ୍ରରେ ଅନ୍ଯମାନଙ୍କ ମଧ୍ଯରେ ଶ୍ରୀ ସଜଳ ରାଯ ଚୌଧୁରୀ , ଶମ୍ଭୁ ଭଟ୍ଟାଚାର୍ୟ୍ଯ
ପ୍ରମୁଖ ଅଭିନଯ କରିଛନ୍ତି ୤</p>

<p>ମୃଗଯା ମଧ୍ଯ ବ୍ରିଟିଶ , ରୁଷିଆ ଓ ଚେକୋସ୍ଳୋବାକିଆ ଚଳଚ୍ଚିତ୍ର
ଉତ୍ସବରେ ପ୍ରଦର୍ଶିତ ହେବାର ଆଯୋଜନ ଅଛି ୤ ଶେଷରେ ଆଜି ଆମର
ଓଡିଆ ସାହିତ୍ଯ ଜଗତରୁ ସୃଷ୍ଟି ହୋଇଥିବ କାହାଣୀକୁ ଶ୍ରୀ ମୃଣାଳ ସେନ୍୍
ସର୍ବ ଭାରତୀଯ ଚଳଚ୍ଚିତ୍ର ଜଗତରେ ଚିତ୍ର ରୂପ ଦେଇ ପ୍ରଶଂସାର ଅଧିକାରୀ
ହୋଇଥିବାରୁ ଓଡ଼ିଆ ଚିତ୍ରପ୍ରେମୀ , ସାହିତ୍ଯିକ ଓ ସଂସ୍କୃତିପ୍ରେମୀଙ୍କ
ନିକଟରେ ସେ ଧନ୍ଯବାଦାର୍ହ ୤ //
ବମ୍ବେ ବିଚିତ୍ରା
ଶ୍ରୀ ଜଯପ୍ରକାଶ ନାରାଯଣଙ୍କ ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର
ପ୍ରଥମ ଥର ପାଇଁ ପ୍ରୟୋଜନା ଓ ନିର୍ଦ୍ଦେଶନା
କ୍ଷେତ୍ରରେ ପାଦ ଦେଇଥିବା ଅଭିନେତା ଶ୍ରୀ ପ୍ରେମନାଥ
ତାଙ୍କ ପି.ଏନ.ଫିଲିମ୍୍ସ୍୍ ସଂସ୍ଥାରୁ ଗୋଟିଏ ଛବି ନିର୍ମାଣ
କରିଛନ୍ତି ୤ ତାହା ଉଭଯ ପଞ୍ଜାବୀ ଓ ହିନ୍ଦିରେ ସୁଟିଙ୍ଗ୍୍
ହୋଇଛି , କିନ୍ତୁ ପଞ୍ଜାବୀରେ ତାହାର ନାମକରଣ
କରାୟାଇଛି ` ଜ୍ଞାନୀଜୀ ' ଆଉ ହିନ୍ଦିରେ ` ସନ୍ଥ ଶ୍ରୀ ଅକଲ ' ୤
ଉକ୍ତ ଛବି ପାଇଁ ଶ୍ରୀ ପ୍ରେମନାଥ ୟଶଲୋକ ଡାକ୍ତରଖାନା
ୟାଇ ଲୋକନାଯକ ଶ୍ରୀ ଜଯପ୍ରକାଜୀଙ୍କ ଉପରେ
କେତେକ ସଟ୍୍ ନେଇଛନ୍ତି , ୟାହାକି ଛବିର କାହାଣୀ
ଲାଗି ବିଶେଷ ଗୁରୁତ୍ବପୂର୍ଣ୍ଣ , କିନ୍ତୁ କାହାଣୀର ମୁଖ୍ଯ
କଲାକାର ହେଲେ ସୁନୀଲ ଦତ୍ତ , ପରୀକ୍ଷିତ ସାହାଣୀ ,
ରୀନା ରାଯ , କାମିନୀ କୌଶଲ୍ଯ , କେ.ଏନ୍୍.ସିଂ ,
ରୋମିଓ , ରାଜେନ୍ଦ୍ରନାଥ ୤ ଏଥିରେ ନିଜେ ପ୍ରେମନାଥ
ଜ୍ଞାନୀଜୀ ଭୂମିକା ଅଭିନଯ କରିଛନ୍ତି ୤ ଛବିର ପ୍ରଥମ 
ସୁଭମୁକ୍ତି ହୋଇଛି ଜୁଲାଇ 14 ତାରିଖ ଦିନ ଲଣ୍ଡନରେ ୤
ଏଠାରେ ସ୍ମରଣ କରି ଦିଆୟାଇ ପାରେ ୟେ ମନୋଜଙ୍କ
` ନଯା ଭାରତ ' ଛବିରେ ଅଭିନଯ ପାଇଁ ଶ୍ରୀ ମତୀ ଗାନ୍ଧୀଙ୍କ
ଉପରେ ୟେଉଁ କେତେକ ସଟ୍୍ ନେବାର ଥିଲା ତାହା
ସମଯର ବ୍ଯଙ୍ଗ ବିଦ୍ରୁପ ମଧ୍ଯ ଦେଇ ପ୍ରତିଶୋଧ
ଆକାରରେ ଏହିଠାରେ ହିଁ ପ୍ରତିଫଳିତ ହେଲା ୤</p>

<p>ଏ ଭୂମିକା କଣ ସତ ?
ଭାରତୀଯ ହିନ୍ଦି ଚିତ୍ର ଜଗତରେ ଖୁବ୍୍ ଅଳ୍ପ ଦିନ
ଭିତରେ ଜଣେ ପୋଖତ ନିର୍ଦ୍ଦେଶକ ଭାବେ
ଶ୍ରୀ ଶ୍ଯାମ ବେନିଗଲ ସବୁ ଚିତ୍ର ପ୍ରେମିଙ୍କ ହୃଦଯରେ ଆସନ ପାତି
ବସି ଗଲେଣି ୤ ତାଙ୍କ ନିର୍ଦ୍ଦେଶିତ ` ଅଙ୍କୁର ' ଓ ` ନିଶାନ୍ତ ' ଦେଖିବା
ପରେ ୟେଉଁମାନେ ତାଙ୍କର ପରବର୍ତ୍ତୀ ଚିତ୍ର ଦେଖିବା ପାଇଁ
ବ୍ଯାକୁଳ ବଦନରେ ଚାହିଁ ରହିଛନ୍ତି ସେମାନେ ଏ ` ଭୂମିକା ' ର ରହସ୍ଯ ଜାଣି
ରଖିବା ଉଚିତ ୤ ସେଦିନ ସାମ୍ବାଦିକ ମହଲରେ କଥାଟି ଆଲୋଚିତ ହେଉ
ହେଉ ପ୍ରତ୍ଯେକ ପରିସରକୁ ଚାହାଁ ଚାହିଁ ହୋଇଥିଲେ ୤ କେହି କେହି
କହିଲେ ଭୂମିକା ହେଲା ଜଣେ ପୋଖତ ଅଭିନେତ୍ରୀଙ୍କର ଜୀବନ କାହାଣୀ ୤ ସେ
ହେଉଛନ୍ତି ମରହଟ୍ଟା ଷ୍ଟେଜର ତତ୍୍କାଳୀନ ପୋଖତ ଓ ସ୍ବନାମଧନ୍ଯା
ଅଭିନେତ୍ରୀ ୤ ତାଙ୍କ ନାଁ ହେଲା ହଂସା ଵାଦେକର ୤ ସେ ୟେଉଁ ଆତ୍ମଜୀବନୀ
ଲେଖି ୟାଇଥିଲେ ତାହା ପାଠକ ମହଲରେ ବିଶେଷ ଆଦୃତ ହେବା ପରେ
ତାହାକୁ ଏବେ ପରଦା ପଟ୍ଟରେ ରୂପ ପ୍ରଦାନ କରୁଛନ୍ତି ୟଶସ୍ବୀ ନିର୍ଦ୍ଦେଶକ
ଶ୍ଯାମ ବେନିଗଲ ୤ ହଂସାଙ୍କ ହର୍ଷ ବିଷାଦର କାହାଣୀ ଏହି ଭୂମିକା
ବାସ୍ତବଧର୍ମୀ ଚିତ୍ର ରୂପେ କାହାକୁ କେମିତି ଲାଗିବ ଦେଖାୟାଉ ୤</p>

<p>ମୁଁ ଆଉ ଫ୍ଳପ ନିଉଜ ନୁହେଁ ୤
ଭାରତୀଯ ଚିତ୍ରପ୍ରେମୀମାନେ ନିଶ୍ଚଯ ଅନୁଭବ କରି ଆସୁଥିବେ ୟେ
ଅଭିନେତା ଶତୃଘ୍ନ ସିହ୍ନା ପାରସ , ଜନିମେରା ନାମ , ଭାଇ ହୋ ତୋ ଐସା ୤
ପ୍ରକୃତି ଚିତ୍ରରେ ଖଳ ଭୂମିକା ଅଭିନଯକରି ୟେଉଁ କୃତିତ୍ବ ଅର୍ଜନ କରି
ଥିଲେ , ତାହାର କିଯତଂଶ ୟେ ହିରୋ ହୋଇ ରକ୍ଷା କରି ପାରିଲେ ନାହିଁ ୤
ତଥାପି ସେ ମୁହଁ ଟାଣ କରି ଅଛନ୍ତି ୟେ ସେ ନିଶ୍ଚଯ ହିରୋ ରୂପେ
ସଫଳତା ହାସଲ କରିବେ ୤ କାରଣ ତାଙ୍କର କୁଆଡେ ହିରୋ ଇମେଜ
ଅଛି ୤ ବର୍ତ୍ତମାନ ତାଙ୍କ ମୁହଁ ଟାଣ ଆହୁରି ବଢି ୟାଇଛି ୤ ଗତ ନିର୍ବାଚନରେ
ସେ ଜନତା ସପକ୍ଷରେ ପ୍ରଚାର ଆରମ୍ଭ କରିଥିଲେ ୤ ତେଣୁ ସେ ଜନତାର
ଲୋକ ୤ ବମ୍ବେ ଚିତ୍ର ମହଲରେ ତାଙ୍କର କାଟତି ଏବେ ଏତେ ବେଶି ୟେ
ଆନ୍ତର୍ଜାତିକ କ୍ଯାତି ପ୍ରାପ୍ତ ପତ୍ରିକା ଟାଇମ୍୍ର କଭର ପେକ୍୍ରେ ତାଙ୍କୁ
ପ୍ରଚାର କରାୟାଇଛି ୤ ସେ ପୋଜ୍୍ଟି ତାଙ୍କର ` ଆଦ୍୍ମୀ ସଡକ୍୍ କା ' ର
କାପସନ ୤ ପୁଣି ` ସୋଲେ ' ର ଜନ୍ମଦାତା ଜି.ପି.ସିପ୍୍ପା ଏଣ୍ଡ ସନସ୍୍ ତାଙ୍କୁ
ତାଙ୍କର ଆଗାମୀ ଚିତ୍ର ` ସାନ୍୍ ' ରେ ଆମ୍୍ଜାଦ ଖାଁ ପରିବର୍ତ୍ତେ ଗ୍ରହଣ
କରିଥିବାରୁ ଚିତ୍ର ମହଲରେ ହଲଚଲ ସୃଷ୍ଟି ହୋଇଛି ୤</p>

<p>ଦଇବ ମୋତେ ରକ୍ଷା କଲା
ପ୍ରୟୋଜକ ବି.ଆର.ଚୋପ୍ରାଙ୍କ ଦ୍ବାରା ଅଭିନେତ୍ରୀ ଭିମା ପ୍ରଥମେ
` ହମ୍୍ରାଜ ' ରେ ଚିତ୍ର ଜଗତକୁ ଆସିଲେ ୤ ସେଥିରେ ସେ ଫ୍ଳପ୍୍ ହେବାରୁ ତାଙ୍କୁ
ଆଉ କୌଣସି ପ୍ରୟୋଜକ ଗ୍ରହଣ କଲେ ନାହିଁ ୤ ସେ କାଁ ଭାଁ ଦୁଇଟି ତିନୋଟି
ଚିତ୍ରରେ ଦେଖା ଦେଇଥିଲେ ୤ ସେ ଜଣେ ବିବାହିତା ତାରକା ୤ ଗତ
କେତେ ବର୍ଷ ହେଲା ସ୍ବାମୀଙ୍କ ସହ ତାଙ୍କର ସହୟୋଗୀ ଭଲ ରହୁ ନ ଥିବାରୁ
ସେ ବଡ ବିବ୍ରତ ହୋଇ ପଡିଥିଲେ ଏବଂ ସେଥିଲାଗି ସ୍ବାମୀଙ୍କ ଠାରୁ ଅଲଗା
ରହି ତାଙ୍କ ଉପାର୍ଜନ ଉପରେ ସେ ଆଇନତଃ ଅଧିକାର ସାବ୍ଯସ୍ତ କରି
ବସୁଥିଲେ , କିନ୍ତୁ ଇତ୍ଯବସରରେ ତାଙ୍କୁ ସହାଯତା କଲା ନାହିଁ ୤
ସେ କ୍ଯାନ୍୍ସର ରୋଗରେ ଆକ୍ରାନ୍ତ ହୋଇ ନିକଟରେ ପ୍ରାଣ ହରାଇଛନ୍ତି ୤
ଫଳରେ ତାଙ୍କ ସ୍ବାମୀ ମହା ଗଣ୍ଡଗୋଳରୁ ତ୍ରାହି ପାଇଲେ ବୋଲି କୁହା
ୟାଉଛି ୤</p>

<p>ଆସ୍୍ମାନ
ବିଖ୍ଯାତ ନିର୍ମାତା ପ୍ରେମଜା ବର୍ତ୍ତମାନ ଭାରତର ଶାନ୍ତି ବାତାବରଣ ଭିତରେ
ନିଜକୁ ହଜାଇ ଦେଇ ବହୁ ପ୍ରଖ୍ଯାତ ତାରକାମାନଙ୍କୁ ନେଇ ଗୋଟିଏ ନୂତନ
ଚିତ୍ର ପ୍ରସ୍ତୁତ କରୁଛନ୍ତି ୤ ଚିତ୍ରଟିର ଗଳ୍ପ ଏବଂ ସ୍କ୍ରିନ ପ୍ଳେ ସୁବିଖ୍ଯାତ ଲେଖକ
ସଲିମ୍୍ ଜାଭେଦଙ୍କ ଦ୍ବାରା ଲିଖିତ ୤ ଲକ୍ଷ୍ମୀକାନ୍ତ ପ୍ଯାରେଲାଲ ଉକ୍ତ ଚିତ୍ରର ସଙ୍ଗୀତ
ନିର୍ଦ୍ଦେଶନା ଦେଇଛନ୍ତି ୤ ଚିତ୍ରଟିର ନାମ ହେଲା ଆସମାନ ୤ ଏହି ଚିତ୍ରରେ ଧର୍ମେନ୍ଦ୍ର , 
ଅମିତାଭ ବଚନ , ରେଖା ଏବଂ ଅନ୍ଯାନ୍ଯ ବହୁ ବିଖ୍ଯାତ ଅଭିନେତା ଅଭିନେତ୍ରୀ 
ଅଂଶ ଗ୍ରହଣ କରୁଛନ୍ତି ୤</p>

<p>କସମ୍୍ ଵାଦେ
ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଶ୍ରୀ ରମେଶ ବହେଲ ଏବେ ନିକଟରେ
ତାଙ୍କ ପ୍ରଯୋଜିତ ତଥା ପରିଚାଳିତ କସମ ଵାଦେ ପାଇଁ ଶ୍ରୀନଗରରୁ
ସୁଟିଙ୍ଗ୍୍ ସାରି ଫେରିଛନ୍ତି ୤ ଏଥିରେ ଅମିତାଭ ବଚନଙ୍କ ବିପକ୍ଷରେ
ରାକ୍ଷୀ ଓ ରଣଧୀର କପୁରଙ୍କ ବିପକ୍ଷରେ ନିତୁ ସିଂଙ୍କୁ ଆପଣମାନେ
ଦେଖିବାକୁ ପାଇବେ ୤ ଚିତ୍ରର ସହାଯକ ଭୂମିକାରେ ବିଜଯେନ୍ଦ୍ର
ଓ ଅନ୍ଯାନ୍ଯ ଥିଲେ ସୁଦ୍ଧା ଏଠି ଏକ କୌତୁହଳର ବିଷଯ ଏହିକି 
ୟେ ଏଥିରେ 200 ଜୁନିଯର କଳାକାରଙ୍କୁ ଦେଖିବାକୁ ମିଳିବ ୤ ଚିତ୍ରର 
ସଙ୍ଗୀତ ପରିଚାଳନା କରିଛନ୍ତି ଆର.ଡି.ବର୍ମନ ଓ ଗୀତ ରଚନା କରିଛନ୍ତି
ସୁବିଖ୍ଯାତ ଗୁଲଶନ୍୍ ବାଵରା ୤</p>

<p>କ୍ରାନ୍ତି -
ଖ୍ଯାତି ପ୍ରାପ୍ତ ଚିତ୍ର ନିର୍ମାତା ଶ୍ରୀ ମନୋଜ କୁମାର ତାଙ୍କ ବିଶାଳ
ଚିତ୍ର ସଂସ୍ଥା ତରଫରୁ ନୂଆ ଚିତ୍ର କ୍ରାନ୍ତିର ସୁଟିଙ୍ଗ କାର୍ୟ୍ଯ ୟଥା ଶୀଘ୍ର ଆରମ୍ଭ
କରି ଦେବାକୁ ବସିଲେଣି ୤ ଏହା ଏକ ଐତିହାସିକ କାହାଣୀ ଓ ଏହାକୁ ରଚନା
କରିଛନ୍ତି ସଲିମ୍୍ ଜାଭେଦ ; କିନ୍ତୁ ଏହାର ଚିତ୍ରନାଟ୍ଯ , ନିର୍ଦ୍ଦେଶନା ତଥା 
ସଂପାଦନା ଭାର ନେଇଛନ୍ତି ସ୍ବଯଂ ମନୋଜ କୁମାର ୤ ସଙ୍ଗୀତ ପରିଚାଳନା
କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ଯାରେଲାଲ ୤ ଏଥିରେ କଲାକାରର ସାଜ ସଜା ଖୁବ୍୍
ଜାକ୍୍ଜମକ ଓ ଭିଡ ୤ ମୁଖ୍ଯ ଭୂମିକାରେ ରହିଲେ ଦିଲ୍ଲୀପ କୁମାର , ମନୋଜ
କୁମାର , ଶଶୀ କପୁର , ଶତୃଘ୍ନ ସିହ୍ନା , ଅମ୍୍ଜାଦ୍୍ ଖାଁ , ହେମାମାଳିନୀ ,
ପରବିନ୍୍ ବାବି ଓ ଆହୁରି ଅନେକ ୤</p>

<p>ଦେଶ ପ୍ରେମୀ -
` ଧର୍ମବୀର ' ପରେ ମନମୋହନ ଦେଶାଇ ବର୍ତ୍ତମାନ ଆଉ ଏକ ତାରକା ଖଚିତ ତଥା
ବ୍ଯଯବହୁଳ ଚିତ୍ରରେ ହାତ ଦେଲେଣି ୤ ତାର ନାଁ଎ ହେଲା ଦେଷପ୍ରେମୀ ୤ ଏଥିରେ
ତେଲୁଗୁପ ବିଖ୍ଯାତ ଅଭିନେତା ଶିବାଜୀ ଗଣେଶମ୍୍ , ବଙ୍ଗଳାର ବିଖ୍ଯାକ ହିରୋ ଉତ୍ତମ
କୁମାର ଓ ହିନ୍ଦିର ବିଖ୍ଯାତ ନାଯକ ସଂଜୀବ କୁମାର ଓ ଅମିତାଭ ବଚନ ଅଭିନଯ କରୁଛନ୍ତି ୤
ଏଥିରେ ନାଯିକା ରହିଲେ ହେମାମାଳିନୀ , ଶର୍ମିଲା ଠାକୁର , ରାଷୀ ୤ ଏହାର କାହାଣୀକାର
ହେଲେ ସଲିମ ଜାଭେଦ ଓ ଚିତ୍ରଟିର ସୁଟିଂ କାର୍ୟ୍ଯ ଆଗାମୀ ମାସରୁ ଚାଲୁ ହେବ ୤</p>

<p>ତିସରି ଆଁଖ୍୍ -
ଫିଲମାନଯର ମୁକ୍ଯ ଏସ.ମୁଖାର୍ଜୀଙ୍କ କନିଷ୍ଠ ପୁତ୍ର ଶ୍ରୀ ସୁବୀର
ମୁଖାର୍ଜୀ କେ.ଏ.ନାରାଯଣଙ୍କ ଦ୍ବାରା ଲିଖିତ ` ତିସରି ଆଁଖ୍୍ ' କୁ ଚିତ୍ର ରୂପ
ଦେଉଛନ୍ତି , ଏହି ଚିତ୍ରର ସୁଟିଙ୍ଗ୍୍ ଏପ୍ରିଲ 14 ରୁ ଆରମ୍ଭ ହୋଇ ୟାଇଛି ୤
ଏତିରେ ଧର୍ମେନ୍ଦ୍ର , ଶତ୍ରୃଘ୍ନ ସିହ୍ନା ଏବଂ ଜିନତ ଅମନ୍୍ ଅଭିନଯ କରୁଛନ୍ତି ୤
ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ଯାରେଲାଲ ୤ ଏହାକୁ
ନିର୍ଦ୍ଦେଶନା ଦେଇଛନ୍ତି ସୁବୋଧ ମୁଖାର୍ଜୀ ୤</p>

<p>କସମ ଖୁନ୍୍ କି -
ପ୍ରସନ୍ନ କାପୁରଙ୍କ ପ୍ରୟୋଜିତ ଏବଂ ଅଶୋକ ରାଯଙ୍କ ନିର୍ଦ୍ଦେଶନାରେ ,
ଜିତେନ୍ଦ୍ର , ସୁଲକ୍ଷଣା ପଣ୍ଡିତ , ଫରିଦା ଜଲାଲ , ଆସ୍ରାଣି , ଅରୁଣା
ଇରାନୀ , ନିରୂପା ରାଯ , ଓମ୍୍ ଶିବପୁରି , ଶକ୍ତି କାପୁର , ପ୍ରେମ ଚୋପ୍ରା 
ଏବଂ ଅମଜାଦ ଖାଁଙ୍କୁ ଦେଖିବାକୁ ପାଇବେ ତିରୁପତି ପିକଚର୍ସର ` କସମ
ଖୁନ୍୍ କି ' ଚିତ୍ରରେ ୤ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କଲ୍ଯାଣଜୀ ଏବଂ
ଆନନ୍ଦଜୀ ୤</p>

<p>ନଜରାନା -
ଶଶି କାପୁର , ରାଷୀ ଏବଂ ମାଷ୍ଟର ରାଜୁଙ୍କ ହୃଦଯସ୍ପର୍ଶଶୀ ଅଭିନଯ 
ଦେଖିବାକୁ ପାଇବେ ବିଖ୍ଯାତ ପ୍ରୟୋଜକ ଭାପି ସୋନିଙ୍କ ନିର୍ମିତ ନଜରାନା
ଚିତ୍ରରେ ୤ ଏହାର ନିର୍ଦ୍ଦେଶନା ମଧ୍ଯ ଭାପି ସୋନି ନିଜେ ଦେଇଛନ୍ତି ୤ ଗଳ୍ପଟି
ଏକ ବିଖ୍ଯାତ ଲେଖକଙ୍କର ୤ ଆପଣ ବୋଧେ ଜାଣି ସାରିଲେଣି ୤
ହସିଲେ ୟେ ? ... କଣ ମନେ ପଡୁନି ? ତେବେ ଶୁଣନ୍ତୁ ଶଚୀନ୍୍
ବେମିକ ୤ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆର.ଡି.ବର୍ମନ ୤</p>

<p>ଆହୁତି -
ଆର.ଏମ.ସୋନି ଏବଂ ରୀତା ଡି.ଶାହାଙ୍କ ପ୍ରଯୋଜିତ ଏବଂ
ଅଶୋକ ଭୂଷଣଙ୍କ ଦ୍ବାରା ନିର୍ଦ୍ଦେଶିତ ଚିତ୍ର ` ଆହୁକି ' ର ସୁଟିଙ୍ଗ୍୍ ବର୍ତ୍ତମାନ
ଖୁବ୍୍ ଜୋରରେ ଆଗେଇ ଚାଲିଛି ୤ ଏଥିରେ ବହୁ ବିଖ୍ଯାତ ଏବଂ ସ୍ବନାମ
ଧନ୍ଯ ଚିତ୍ର ତାରକାମାନଙ୍କୁ ଦେଖିବାକୁ ପାଇବେ ୤ ୟଥା - ରାଜେନ୍ଦ୍ର
କୁମାର , ଶସି କାପୁର , ପରବିନ୍୍ ବାବି , ରାକେଶ ରୋଶନ , ଜହିରା , ଆଶା
ନଜଦେବ ଏବଂ ଅଜିତ ୤ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ
ପ୍ଯାରେଲାଲ ୤ ନିକଟରେ ଆନନ୍ଦ ବକ୍୍ସିଙ୍କ ଦ୍ବାରା ଲିଖିତ ଗୋଟିଏ ଗୀତ
ରେକଡିଂ ହୋଇଗଲା ୤ ଏହି ଗୀତଟି ଦ୍ବୈତ କଣ୍ଠରେ ଗାଇଛନ୍ତି କିଶୋର
କୁମାର ଏବଂ ଅନୁରାଧା ୤</p>

<p>ନୂତନଙ୍କ ନୂତନ ଚିତ୍ର ` ଜାଗ୍ରୁତି ' 
ନୂତନଙ୍କର ଆଉ ଏକ ଚିତ୍ର ଏବେ ପ୍ରଦର୍ଶିତ ହେବାକୁ ୟାଉଛି ୤ ସେହି
ଚିତ୍ରଟି ହେଉଛି ପ୍ରଯୋଜକ ବିମଳ ଭାଟିଆଙ୍କ ଜାଗ୍ରୁତି ୤ ଉକ୍ତ ଛବିରେ
ଅଭିନଯ କରିଛନ୍ତି ନୂତନ , ବିନୋଦ ମେହେରା , ରୀନା ରାଯ , ପ୍ରେମ ଚୋପ୍ରା ,
ଆଇ.ଏସ୍୍.ଜୋହର , ଆସରାନୀ , ପିଣ୍ଟଲ , ଜୁଲିଅର ମେହେମୁଦ୍ ଓ ମାଷ୍ଟର
ସତ୍ଯଜିତ ୤ ନିର୍ଦ୍ଦେଶକ , ହେଉଛନ୍ତି ସ୍ବନାମଧନ୍ଯ ନିର୍ଦ୍ଦେଶକ ରାଜେନ୍ଦ୍ର
ଭାଟିଆ ୤ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ଯାରେଲାଲ ୤</p>

<p>ଗୁଲଜାରଙ୍କର ଆଉ ଏକ ପଦକ୍ଷେପ ` କିନାରା ' 
ଗୁଲଜାର ରାକ୍ଷୀଙ୍କୁ ପାକରୁ ଦୂରେଇ ଦେବା ପରେ ବହୁ ବହୁ ଚିତ୍ରରେ
ହାତ ଦେଇଛନ୍ତି ୤ ଦେବଦାସର କାର୍ୟ୍ଯ ଶେଷ ହୋଇନାହିଁ , କିନ୍ତୁ ଏହା
ମଧ୍ଯରେ ସେ ଆଉ ଏକ ଚିତ୍ର ସଂପୂର୍ଣ୍ଣ କରି ଦର୍ଶକମାନଙ୍କ ପାଇଁ ପ୍ରସ୍ତୁତ
କରି ସାରିଲେଣି ୤ ସେହି ଚିତ୍ରଟି ହେଉଛି ସଙ୍ଗୀତ ଭରପୁର କିନାରା ୤
ଏଥିରେ ଅଭିନଯ କରିଛନ୍ତି ଜିତେନ୍ଦ୍ର , ହେମାମାଳିନୀ ୤ ସଙ୍ଗୀତ ନିର୍ଦ୍ଦଶନା
ଦେଇଛନ୍ତି ରାହୁଲ ଦେବ ବର୍ମନ ୤ ଏହି ଚିତ୍ରଟି ଏଇ ମାରେ ପ୍ରଦର୍ଶିତ 
ହେବ ୤</p>

<p>ଜାନେ ତୁ ଜାନେ କହାଁ ...
ଜି.ପି.ଅଗରଵାଲଙ୍କର ଜାଣେ ତୁ ଜାନେ କହାଁ ୤ ଶେଷ ହୋଇ
ୟିବା ଉପରେ ୤ ଉକ୍ତ ଛବିରେ ଅଭିନଯ କରିଛନ୍ତି ଆପଣଙ୍କର ପ୍ରିଯ ଅଭି~
ନେତା ଶଚିନ୍୍ , ଶାରିକା , ରାଧା ଶଲୁଜା , ପ୍ରେମ ନାରାଯଣ , ହେଲେନ୍୍ ,
ଅରୁଣ ଦତ୍ତ , ଗୀତ ଲେଖିଛନ୍ତି ନୂତନ ନିର୍ଦ୍ଦେଶକ ବାଜୁଜୀ ୤</p>

<p>ତୁହ୍ମାରି କସମ୍୍ ...
ରବି ଚୋପ୍ରାଙ୍କ ନିର୍ଦ୍ଦେଶନାରେ ତୁହ୍ମାରି କସମ୍୍
ପ୍ରସ୍ତୁତ ହେବାକୁ ୟାଉଛି ୤ ଉକ୍ତ ଛବିରେ ଜିତେନ୍ଦ୍ର ,
ମୌସୁମୀ , ନବିନ୍୍ ନିଶ୍ଚଳ , ପଦ୍ମିନୀ , କପିଳ ପ୍ରଭୃତି
ଅଭିନଯ କରିଛନ୍ତି ୤ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି 
ରାଜେଶ ରୋସନ ୤ //
ହିନ୍ଦି ଚିତ୍ର ଜଗତର ହାସ୍ଯମଯୀ ଅଭିନେତ୍ରୀ
ନୀତୁ ସିଂ ବିବାହ କରିବେ 
ଗୋଟିଏ ତରୁଣୀ ଗୋଟିଏ ତରୁଣ ପ୍ରତି ଆକସ୍ମିକ ଭାବେ ଆକୃଷ୍ଟ
ହୋଇ ପଡିବା ଘଟଣା କିଛି ବିଚିତ୍ର ନୁହେଁ ୤ ପ୍ରତ୍ଯେକ ତରୁଣର ଶରୀରରେ
ଏକ ପ୍ରକାର ମାଦକତା ପୂରି ରହିଛି ଏବଂ ଏହା ୟେତେବେଳେ କ୍ରିଯା~
ଶୀଳ ହୋଇ ସେମାନଙ୍କର ହୃଦଯ କନ୍ଦରରେ ପ୍ରତିଧ୍ବନିତ ହୁଏ , ସେତେ~
ବେଳେ ସେମାନେ ତରୁଣମାନଙ୍କ ପ୍ରତି ଆକୃଷ୍ଟ ହୋଇ ଜୀବନରେ ପରିତୃପ୍ତି
ଲାଭ କରେ , ତା ନୁହେଁ ୤ ସେ ଆକର୍ଷିତ କରିଥିବା ତରୁଣକୁ ନିଜର
ପ୍ରିଯତମ ବୋଲି ପରିକଳ୍ପନା କରେ ଏବଂ ତାର ସାନ୍ନିଧ୍ଯ ଲାଭ କରିବା
ପାଇଁ ଚେଷ୍ଟିତ ହୁଏ ୤ ସେହିପରି ଗୋଟିଏ ଘଟଣା ହିନ୍ଦି ଚଳଚ୍ଚିତ୍ର ଜଗତର
ସ୍ବନାମଧନ୍ଯା ତରୁଣୀ ଅଭିନେତ୍ରୀ ନୀତୁ ସିଂଙ୍କ ଜୀବନରେ ଘଟିଛି ୤ ଏହି
ଅଳ୍ପ କେତେ କାଳ ପୂର୍ବେ ସେ ବିବାହ ପ୍ରତି ବୀତସ୍ପୃହ ଥିଲେ ; ମାତ୍ର ଏହି
ମାଦକତାର କାଉଁରୀ ସ୍ପର୍ଶରେ ସେ ଋଶିକାପୁରୁଙ୍କ ନିଜର ପ୍ରଯତମ କରି~
ବାକୁ ମନସ୍ଥ କଲେଣି ଏବଂ ସେ ମିସେସ୍୍ କପୁର ହୋଇୟିବେ ବୋଲି
ସାମ୍ବାଦିକମାନଙ୍କ ଆଗରେ ଘୋଷଣା କରି ସାରିଲେଣି ୤</p>

<p>ଋଷିକାପୁରଙ୍କର କମନୀଯ ରୂପକାନ୍ତି ନୀତୁ ସିଂହଙ୍କର ହୃଦଯକୁ
ଆନ୍ଦୋଳିତ କରିଛି ଏବଂ ବିବାହ ପ୍ରତି ତାଙ୍କର ୟେଉଁ ବୀତସ୍ପୃହ ପରିଲକ୍ଷିତ
ହେଉଥିଲା , ତାହା ସଂପୂର୍ଣ୍ମ ରୂପେ ଦୂରୀଭୂତ ହୋଇୟାଇଛି ୤ ନାଯିକା ନୀତୁ
କହନ୍ତି , ସେ ୟେ କୌଣସି ପ୍ରକାର ଜୀବନ ନିର୍ବାହ କରନ୍ତୁ ନା କାହିଁକି
ହିନ୍ଦି ଚିତ୍ର ଜଗତର ତରୁଣ ତେଜୋଦ୍ଦୀପ୍ତ ନାଯକ ଋଷିକାପୁରଙ୍କ ନିଶ୍ଚିତ
ଭାବରେ ବିବାହ କରି ହେବେ ତାଙ୍କର ପ୍ରିଯତମା ଏବଂ ନୀତୁ ସିଂହ ପରି~
ବର୍ତ୍ତରେ ତାଙ୍କ ନାମ ରହିବ ନୀତୁ କପୁର ୤ ଋଷି କାପୁରଙ୍କର ନିଶ୍ଚିତ
ଭାବରେ ସେ ଲାମ୍ବାଦିକମାନଙ୍କ ଆଗରେ ସ୍ବୀକାରୋକ୍ତି ପ୍ରଦାନ କରିଛନ୍ତି ୤
ନୀତୁ ଜାଣନ୍ତି ୟେ ଘରେ ରହିଲେ ରୋଷାଇ କରିବାକୁ ପଡେ ଏବଂ ବୃଥାରେ
ସମଯ ଅତିବାହିତ ହୁଏ ୤ ପୁନଶ୍ଚ ନୀତୁ ଜାଣିବାକୁ ପାଆନ୍ତି ୟେ ଚିନ୍ତୁ
( ଋଷିକାପୁର ) କିପରି ଦିନସାରା କାର୍ୟ୍ଯବ୍ଯସ୍ତ ରହି ରାତିରେ drink କରି~
ବାକୁ ୟାଆନ୍ତି ୤ ତେଣୁକରି ନୀତୁ ଏହି ଘଟଣା ପ୍ରତି ଦୃଷ୍ଟିଦେଇ କହୁଛନ୍ତି ୤
କିନ୍ତୁ ଏଣେ ତେଣେ ପ୍ରେମର ଛଳନା କରି ଅଗଣିତ ରୂପସୀଙ୍କର ଚିତ୍ତକୁ
ଆକର୍ଷଣ କରିପାରନ୍ତି , କିନ୍ତୁ ୟାହାହେଲେ ଏକମାତ୍ର ବ୍ଯକ୍ତି ,
ୟାହାଙ୍କୁ ନୀତୁ ବିବାହ କରିବେ ୤ ଏଥିରେ ଦ୍ବିତୀଯ କଥା କିଛି ନାହିଁ , ତାହା
ନୀତୁ ଆଦୌ ଜାଣନ୍ତି ନାହିଁ ୤ ତାଙ୍କ ନିମିତ୍ତ ନୀତୁ ଉପୟୁକ୍ତ ରାତ୍ରୀ ବୋଲି
କେବଳ ପରିକଳ୍ପନା କରନ୍ତି ୤ କାରଣ ନୀତୁ ହେଉଛନ୍ତି ଶିକ୍ଷାପ୍ରବୀଣା ,
ସହନଶୀଳା ଏବଂ ଚିତ୍ରଙ୍କୁ ସେ ସଂପୂର୍ଣ୍ଣ ରୂପେ ବୁଢିଛନ୍ତି ୤ ଏବେ ନୀତୁ
କହୁଛନ୍ତି ୟେ ତାଙ୍କର ବିବାହ ୟୋଗ୍ଯ ବଯସ ହୋଇଗଲାଣି ୤ ସାଧାରଣ
ଭାବରେ ଗୋଟିଏ ବିବାହିତ ଦମ୍ପତିଙ୍କର କିଛି ଗୋଟାଏ ନୈତିକ କର୍ତ୍ତବ୍ଯ
ବୋଧ ରହିଛି ୤ ଏହି କର୍ତ୍ତବ୍ଯ ବୋଧର ବଶବର୍ତ୍ତୀ ହେବାରେ ଗୋଟିଏ
ଦମ୍ପତିଙ୍କର ଜୀବନର ସାର୍ଥକତା ରହିଛି ବୋଲି ନୀତୁ କହନ୍ତି ୤</p>

<p>ପାର୍ଟି , ବିଳମ୍ବିତ ରାତ୍ରି , ଡ୍ରିଙ୍କ , ଜୂଆ ଖେଳ , ଟେବୁଲ ଟେନିସ୍୍ ଉଚ୍ଚ
ସ୍ବର , ଆଡମ୍ବର ଏବଂ ବାହ୍ଯ ସୌନ୍ଦର୍ୟ୍ଯପୂର୍ଣ୍ଣ ଅମୂଲ୍ଯ ପୋଷାକ ଉପରେ
ଚିନ୍ତୁ ୟଥେଷ୍ଟ ଗୁରୁତ୍ବ ଆରୋପ କରନ୍ତି , ମାତ୍ର ନୀତୁ ଏସବୁକୁ ଆଦୌ ପସନ୍ଦ
କରନ୍ତି ନାହିଁ ୤ ଏହା ନୀତୁଙ୍କର ଅହଂଭାବ ଏବଂ ନୀତୁଙ୍କର ନିଃସ୍ବାର୍ଥ~
ପରତା ପରିଲକ୍ଷିତ ହୁଏ ୤ ବୋଧହୁଏ ଏହା ଦୁହିଁଙ୍କର ସଙ୍ଗମ ସ୍ଥଳର
କେନ୍ଦ୍ରବିନ୍ଦୁ ୤ ନୀତୁଙ୍କର ମଧୁରତା , ମାନ୍ଯତା , ଅନାବିଳ ପ୍ରେମ ଏବଂ
ତ୍ଯାଗପୂତ ଜୀବନୟାପନ ପ୍ରଣାଳୀକୁ ଚିତ୍ର ପସନ୍ଦ କରି ପାରନ୍ତି ଏବଂ ଏହି
କାରଣରୁ ତାଙ୍କୁ ଭଲ ପାଇ ପାରନ୍ତି ୤ ଚିତ୍ର କେତେବେଳେ girl friend
ନୀତୁଙ୍କ ନିକଟରେ ଗୋଟିଏ ଫଳରେ ପରିଣତ ହୋଇୟାଇ ପାରନ୍ତି ୤ ଏହି
ଫଳର ସୁମଧୁର ଆକର୍ଷଣ ଦ୍ବାରା ନୀତୁ ଆକର୍ଷିତ ହୋଇ ତାକୁ ତୋଳି
ନେଇ ପାରନ୍ତି ୤</p>

<p>ନୀତୁ ନିଜର ବ୍ଯକ୍ତିତ୍ବକୁ ଦୃଷ୍ଟି ଦିଅନ୍ତି ନାହିଁ ୤ ତା ପରିବର୍ତ୍ତରେ
ଚିନ୍ତୁଙ୍କର ବ୍ଯକ୍ତିତ୍ବ ପ୍ରତି ବିଶେଷ ଗୁରୁତ୍ବ ଆରୋପ କରନ୍ତି ୤ ନୀତୁ ନିଜକୁ
ଇତି ଭାଗ୍ଯବତୀ ନାଯିକା ବୋଲି ମନେ କରନ୍ତି ୤ କାରଣ ଭବିଷ୍ଯତରେ
ସେ ହେବେ ଚିନ୍ତୁଙ୍କ ପରି ଜଣେ ବିଶିଷ୍ଟ ଅଭିନେତାଙ୍କର ପତ୍ନୀ ୤</p>

<p>କବୀର ପରବିନ୍୍ଙ୍କର ବିଚ୍ଛେଦ ନୀତୁଙ୍କର ଶରୀରକୁ ଉତ୍ତେଜିତ 
କରି ଦେଇଛି ଏବଂ ୟେ ରାତି ରାତି ଧରି ଏହି କଥା ଚିନ୍ତା କରିବାରେ ଲାଗି~
ଛନ୍ତି ୤ ସେ ଏକ ଦାର୍ଶନିକ ଦୃଷ୍ଟିଭଙ୍ଗୀ ନେଇ ମନକୁ ମନ ପ୍ରଶ୍ନ କରନ୍ତି ୟେ
ୟଦି ଦୁଇଟି ତରୁଣ ତରୁଣୀ ଏକତ୍ରିତ ହୋଇ ପୁନର୍ବାର ପରସ୍ପର ଠାରୁ
ବିଚ୍ଛିନ୍ନ ହୋଇୟାଆନ୍ତି , ତେବେ ଗୋଟିଏ ବିବାହିତ ଦମ୍ପତିର ଅବସ୍ଥା
କଅଣ ହେବ ୤ ସେମାନଙ୍କର ମଧୁମଯ ସଂପର୍କରେ ବ୍ଯାଘାତ ଘଟିତ ଏବଂ
ପ୍ରତ୍ଯେକଙ୍କ ଜୀବନରେ ଏହା ଘଟିବା କିଛି ଅସଙ୍ଗତ ଘଟଣା ନୁହେଁ ୤ ସେ
ଚିନ୍ତୁଙ୍କ ବିଷଯ ଚିନ୍ତା କଲାବେଳେ ଖୁବ୍୍ ଦୁଃଖ ପ୍ରକାଶ କରି ତାଙ୍କୁ ପ୍ରଶ୍ନ
କରନ୍ତି - " ଆମେ ପରସ୍ପର ଠାରୁ ବିଚ୍ଛିନ୍ନ ହୋଇୟିବା ନାହିଁ ତ ? " କିନ୍ତୁ
ମଧ୍ଯ ନୀତୁକୁ ପୁଣି ଏହି ପ୍ରଶ୍ନ କରନ୍ତି ୤ ଏହାର ପ୍ରତ୍ଯୁତ୍ତରରେ ନୀତୁ କହନ୍ତି
ୟେ ବିବାହ , ବିଚ୍ଛେଦର ପରିମାପକ ନୁହେଁ ଏବେ ସେ ବିଚ୍ଛେଦ ପାଇଁ
ବିବାହ କରିବେ ନାହିଁ ୤ କାରଣ ସେ ଜଣେ ଫିଲ୍ମ ହିରୋଇନ୍୍ ହେଲେ
ମଧ୍ଯ ତାଙ୍କର ଗୃହ କଳା ରହିଛି ଏବଂ ସେ ପ୍ରେମର ଛଳନା କରି ପ୍ରେମିକ~
ମାନଙ୍କୁ ବିଭ୍ରାନ୍ତ କରିବାକୁ ପସନ୍ଦ କରନ୍ତି ନାହିଁ ୤ ଚିନ୍ତୁଙ୍କୁ ପ୍ରେମ ପାଶରେ
ଆବଦ୍ଧ କରିବା ପାଇଁ ନୀତୁ ସର୍ବଦା ୟତ୍ନଶୀଳ ଅଟନ୍ତି ୤ କାଳର କରାଳ
ସ୍ରୋତରେ ନୁହେଁ ଦିନେ ନା ଦିନେ ସଂୟୁକ୍ତ ହୋଇୟିବ ୤ ଏହି ଗୁପ୍ତ
ପରିକଳ୍ପନା ସେ ୟଦି ତାଙ୍କର ସହଚରୀମାନଙ୍କ ସମ୍ମୁଖରେ ଉତ୍୍ଥାପନ
କରନ୍ତି , ତେବେ ସେ ଜୀବନରେ ଏକ ବିରାଟ ଭୁଲ୍୍ କରିଛନ୍ତି ବୋଲି
ଜାଣିବେ ଏବଂ ଏହି ଭୁଲ୍୍ ପାଇଁ କ୍ଷମାର ପ୍ରଶ୍ନ ନାହିଁ ବୋଲି ବିବେଚନା
କରିବେ ୤ ଚିନ୍ତୁଙ୍କ ପ୍ରେମିକା ହିସାବରେ ନୀତୁ କିପରି ଉପୟୁକ୍ତ ସମ୍ମାନ
ଦେଇ ପାରିବେ , ସେଥିପାଇଁ ସେ ସର୍ବଦା ଚିନ୍ତା କରନ୍ତି ୤ ନୀତୁଙ୍କର
ପୋଷାକ ପରିଚ୍ଛଦ ପ୍ରତି କିନ୍ତୁ ଆଦୌ ଦୃଷ୍ଟି ନିକ୍ଷେପ କରନ୍ତି ନାହିଁ ୤ ନୀତୁ~
ଙ୍କର ଲୋଭନୀଯ ଶରୀର ଚିନ୍ତୁଙ୍କୁ ପାଗଳ କରିଦିଏ ୤</p>

<p>ନୀତୁ ଚିନ୍ତୁକୁ ଭଲ ପାଆନ୍ତି ନାହିଁ ବୋଲି ଛଳନା କରନ୍ତି , ମାତ୍ର
ବାସ୍ତବ କ୍ଷେତ୍ରରେ ସେ କପୁରଙ୍କ ପରି ଜଣେ ଜାମାତା ପାଇବା ପାଇଁ ଉଚ୍ଚ
ଅଭିଳାଷ ପୋଷଣ କରନ୍ତି ୤ ନୀତୁଙ୍କର ବିବାହ ବିଷଯରେ ଚିନ୍ତା କରିବା
ପାଇଁ ଅଥବା ତାଙ୍କୁ ପରେ ବିବାହରୁ ନିବର୍ତ୍ତାଇବା ପାଇଁ ତାଙ୍କ ମାଆଙ୍କୁ
ଆଦୌ ସମଯ ନାହିଁ ୤ କାରଣ ସେ ତାଙ୍କର ଵାନ୍୍ଟନ ଚାଇନିଜ୍୍ ରେଷ୍ଟୁ~
ରାଣ୍ଟ ଏବଂ ବିଉଟି ପାର୍ଲୋର ପ୍ରତିଷ୍ଠାନ ଦୁଇଟିକୁ ପରିଚାଳନା କରିବାରେ
ଖୁବ୍୍ ବ୍ଯସ୍ତ ରୁହନ୍ତି ୤</p>

<p>ଛୁଟି ଦିନମାନଙ୍କରେ ଚିନ୍ତୁ ପ୍ରତ୍ଯେକ girl friend ମାନଙ୍କ ନିକଟକୁ
ଟ୍ରଙ୍କଲ କରି ଆନନ୍ଦ ଲାଭ କରନ୍ତି ୤ ଏହି ଟ୍ରଙ୍କଲରେ ସେ ଅନେକ ଟଙ୍କା
ଖର୍ଚ୍ଚ କରନ୍ତି ୤ ଦିନକୁ ଅଧଘଣ୍ଟା ଲେଖାଏଁ ଦୁଇଥର ସେ ଟ୍ରାଭ୍କଲ୍୍ କାର୍ୟ୍ଯରେ
ମନୋନିବେଶ କରନ୍ତି ୤ ଏହାଛଡା ଆଉ ମଧ୍ଯ ଲାଲ୍୍ଭାନିସ୍୍ ଜେଟ୍୍ରେ
ସେ ପହଁରିବା ପାଇଁ ଭଲ ପାଆନ୍ତି ୤ ନୀତୁଙ୍କ ନିକଟକୁ ଫୋନ୍୍ କରିବା ପାଇଁ
ସେ ବହୁ ସମଯ ପାଆନ୍ତି ୤ ଅନ୍ଯାନ୍ଯ ଝିଅମାନଙ୍କ ଅପେକ୍ଷା ଚିନ୍ତୁ ନୀତୁଙ୍କ
ବେଶି ସୁବିଧା ସୁୟୋଗ ଦିଅନ୍ତି ଏବଂ ତାଙ୍କ ମନ ପ୍ରଫୁଲ ରଖନ୍ତି ୤
ନୀତୁଙ୍କ ବୁଝିବାରେ ଚିନ୍ତୁଙ୍କର ଦାମ୍ଭିକତା ହେଉଛି କେବଳ କଳ୍ପନା ପ୍ରସୂତ ୤
ସେ ବାସ୍ତବିକ ୟେପରି ବ୍ଯବହାର ଦେଖାନ୍ତି ତାହା କଠୋର ପରି
ଜଣାୟାଏ , ମାତ୍ର ନୀତୁଙ୍କର ନମ୍ରତା ରୂପକ ଅସ୍ତ୍ର ଚିନ୍ତୁଙ୍କର କଠୋରତାକୁ
ଭଗ୍ନ କରିଦିଏ ୤ ଚିନ୍ତୁଙ୍କର ପୁଣି ଗୋଟିଏ ବିଶେଷ ଗୁଣ ରହିଛି ୤ ସେ
ଝିଅମାନଙ୍କର ଜନ୍ମ ଦିନରେ ସୁନ୍ଦର ସୁନ୍ଦର ଉପହାର ପଠାନ୍ତି ୤</p>

<p>ବର୍ତ୍ତମାନ ଲକ୍ଷ୍ଯ କରାୟାଉଅଛି ୟେ ଚିନ୍ତୁ ୟେଉଁ ପିଲ୍ମକୁ ପସନ୍ଦ
କରୁନାହାନ୍ତି , ସେହି ଫିଲ୍ମରେ ନୀତୁ ଦସ୍ତଖତ କରୁ ନାହାନ୍ତି ୤ ତାଙ୍କୁ ୟଦି
sexy girl ର ଅଭିନଯ କରିବା ପାଇଁ ପ୍ରୟୋଜକମାନେ ଅନୁରୋଧ କରୁଛନ୍ତି
ସେ କେବଳ ଏତିକି କହୁଛନ୍ତି - " ଆପଣମାନେ ଏ ବିଷଯରେ ଋଷି~
କପୁରଙ୍କର ପରାମର୍ଶ ଗ୍ରହଣ କରିପାରନ୍ତି ୤ " ଋଷିଙ୍କର ଗ୍ରୀନ୍୍ ସିଗ୍୍ନାଲ ବିନା
ସେ ଫିଲ୍ମରେ ଅଭିନଯ କରିବେ ନାହିଁ ବୋଲି ପ୍ରାଞ୍ଜଳ ଭାବରେ
ପ୍ରୟୋଜକ ଏବଂ ନିର୍ଦ୍ଦେଶକମାନଙ୍କୁ ଜଣାଇ ଦେଉଅଛନ୍ତି ୤ ନୀତୁଙ୍କ ଠାରୁ
ନିରାଶ ହୋଇ ସେମାନେ ଅନ୍ଯାନ୍ଯ ଶସ୍ତା ଅଭିନେତ୍ରୀମାନଙ୍କ ଠାରୁ
Contracy sine ନେଇ ୟାଉ ଅଛନ୍ତି ୤</p>

<p>ଏହାଥିଲା ଉଜ୍ବଳ ଅପରାହ୍ନ ୤ ନୀତୁ ସିଂଙ୍କୁ ନେଇ ବାସୁ
ଚାଟାର୍ଜୀଙ୍କ ନିର୍ଦ୍ଦେଶିତ ପିଲ୍ମ ` ପ୍ରିଯତମା ' ର ସୁଟିଂ ପାଇଁ ଆଯୋଜନ
ଚାଲିଥାଏ ୤ ବର୍ଷାର ପରବର୍ତ୍ତୀ ଏକ ଦୃଶ୍ଯ ସୁଟିଂ ପାଇଁ ବାସୁ ଚାଟାର୍ଜୀ ବ୍ଯସ୍ତ 
ଅଳ୍ପ କେତେ ଘଣ୍ଟା ବାକି ଥାଏ ୤ ଏହି ପରିପ୍ରେକ୍ଷୀରେ ଅନେକ ଲୋକ
ଆଗ୍ରାହାନ୍ବିତ ହୋଇ ନୀତୁଙ୍କ ସହିତ ଆଳାପ ଅଲୋଚନା ଆରମ୍ଭ କରି~
ଦେଲେ ୤ ସେମାନେ ଚିନ୍ତୁ ନୀତୁଙ୍କର ବିବାହ ପ୍ରସଙ୍ଗ ବିଷଯରେ କାମାର୍ତ୍ତ
ହୋଇ ତର୍କ ବିତର୍କ ମଧ୍ଯ ଆରମ୍ଭ କରିଦେଲେ ୤ ଉଦ୍ଦିଷ୍ଟ ମୋଟର କାରରେ
ନ ଆସି ଗୋଟିଏ ଦେଶୀଯ ଫିଆଟ୍୍ କାରରେ ନୀତୁ ଆସିଛନ୍ତି ଜାଣି ଅନେକ
ଲୋକ ହତାଶ ହେଲେ ୤ ଅନ୍ଯ କେତେକ ଲୋକ ବାବିଲେ ୟେ ବାସ୍ତବ
ଜୀବନରେ ନୀତୁ ସ୍ବାସ୍ଥ୍ଯବତୀ ନୁହନ୍ତି , ମାତ୍ର ରୂପେଲୀ ପର୍ଦ୍ଦାରେ ସେ
ସେହିପରି ଦେଖାୟାଆନ୍ତି ୤ ନୀତୁଙ୍କ ପାଖରେ ବସିଥିବା ଚାଇନିଜ୍୍ ଗାର୍ଲ
ହେଲେନକୁ ଦେଖି ଅନେକ ଲୋକ କୌତୁହଳବଶତଃ କହି ପକାଇଲେ
ୟେ ଏ ଝିଅଟି ଅନ୍ତତଃ ନୀତୁଙ୍କର ନିକଟ ସଂପର୍କୀଯା ହୋଇପାରେ ୤</p>

<p>ପ୍ରାଯ ପ୍ରିତି ମିନିଟ୍୍ରେ ଜନଗହଳି ବଢୁଥାଏ ଏବଂ ଅଗଣିତ ଦର୍ଶକ
ମଣ୍ଡଳୀ ସୁଟିଂର ଶୁଭ ମୁହୁର୍ତ୍ତକୁ ବିସ୍ଫୋରିତ ନଯନରେ ଚାହିଁ ବସି ଥାଆନ୍ତି ୤
ଏତେ ଜନଗହଳି ମଧ୍ଯରେ ରାସ୍ତାର ଗାଡି ମଟର ସବୁ slow ହୋଇଗଲା
ଏବଂ ଏହି ଭିଡକୁ ଆଯତ୍ତ କରିବା ପାଇଁ ଛକରେ ଏକମାତ୍ର ପୋଲିସ୍୍
ହାବିଲଦାର ନିୟୁକ୍ତି ହୋଇଥିଲା ୤ ସେ ରାସ୍ତାର ଏପଟ ସେପଟ ହେଉଥାଏ
ଏବଂ ଏପରି ଅସମ୍ଭାଳ ଘଟଣା ଦେଖି ଅନୁମାନ କରିନେଲା ୟେ ଫିଲ୍ମ ସୁଟିଂ~
ହେବ ୤ ସେ ତାର ବାଡିକୁ ତଳେ ପିଟି ଲୋକଙ୍କ ପଛକୁ ଫେରିୟିବା ପାଇଁ
ଆଦେଶ ଦେଲା ୤</p>

<p>ନୀତୁ ଧଳା ଟ୍ରାଉଜର ପିନ୍ଧିଥିଲେ ଏବଂ ଗୋଟିଏ ନାଲି ରଙ୍ଗର
ଶାଲ୍୍ ପରିବେଷ୍ଟନ କରିଥିଲେ ୤ ଏହାଛଡା ସେ ଗୋଟିଏ କଳା ରଙ୍ଗର
sexy pencho ପିନ୍ଧିଥିଲେ ୤ ସେ ବର୍ଷାକାଳୀନ ଦୃଶ୍ଯରେ ରୋଲ୍୍ କରିବେ
ବୋଲି ଏହି ମିଳନ ପୋଷାକ ପରିଧାନ କରିଥିଲେ ୤ ସୁଟିଂ ପାଇଁ ସେ
ପ୍ରସ୍ତୁତ ହୋଇ ୟାଇଥିଲେ ୤ ଠିକ୍୍ ଏହି ସମଯରେ ଚିନ୍ତୁ କାହାନ୍ତି ବୋଲି
ନୀତୁଙ୍କୁ ପ୍ରଶ୍ନ କରାଗଲା ୤ ଏହି ପ୍ରଶ୍ନବାଚୀ ନୀତୁଙ୍କୁ ଖୁବ୍୍ ଅସହ୍ଯବୋଧ
ହେଲା ୤ ସେ ବାରମ୍ବାର ଦୁଃଖର ସହିତ ଉଚ୍ଚାରଣ କରିବାକୁ ଲାଗିଲେ
- ଚିନ୍ତୁ ? ସେ ତ ଲଣ୍ଡନ ଅଭିମୁଖେ ୟାତ୍ରା କରିଛନ୍ତି ୤ ମୁଁ କିପରି
ଭାବରେ ତାଙ୍କ ସହିତ ଅନ୍ତର୍ହିତ ହୋଇପାରିବି ସେ କଥା କହିବାକୁ
ଅକ୍ଷମ ୤ ମୋତେ ଏହି ବର୍ଷା ଦୃଶ୍ରେ ଅଭିନଯ କରିବାକୁ ବାଧ୍ଯ ୤ ଚିନ୍ତୁ
ଓ ମୁଁ ମିଳିତ ଭାବରେ ଅନେକ ସମଯ ଅତିବାହିତ କରିଛୁ , ମିଳତ
ଭାବରେ ଫିଲ୍ମଗୁଡିକରେ ଅଭିନଯ କରିଛୁ , ମିଳିତ ଭାବରେ ରାତ୍ରି ବିହାର
କରିଛୁ , ମାତ୍ର ଚିନ୍ତୁ ଆଉଟ୍୍ ଡୋର ପାଇଁ ମୋତେ ଛାଡି ଚାଲି
ୟାଇଛନ୍ତି ୤ ମୁଁ କଦାପି ତାଙ୍କର ଅନୁପସ୍ଥିତିକୁ ସହ୍ଯ କରି ପାରିବି ନାହିଁ ୤
ମୁଁ ଭଯଙ୍କର ଭାବରେ ତାଙ୍କ ସହିତ ଲୀନ ହୋଇୟିବି ୤ ସେ ଷୋହଳ
ଦିନ ପାଇଁ ଚାଲି ୟାଇଛନ୍ତି ଏବଂ ଆଜି ହେଉଛି ମାତ୍ର ତୃତୀଯ ଦିନ ୤
ତାଙ୍କ ଅନୁପସ୍ଥିତ ଦ୍ବାରା ମୁଁ ନିଜକୁ ହଜାଇଲା ଭଳି ଅନୁଭବ କରୁଛି ୤
ସେତେବେଳକୁ ପ୍ରିଯତମାର ସୁଟିଂ ସମଯ ହୋଇୟାଇଥିଲା ଏବଂ
ନିର୍ଦ୍ଦେଶକ ନୀତୁଙ୍କୁ ଆସିବା ପାଇଁ ନିର୍ଦ୍ଦେଶ ଦେଲେ ୤ ବର୍ଷାର ଦୃଶ୍ଯ
ନିଆୟିବା ପାଇଁ କୃତ୍ରିମ ବର୍ଷା କରାଗଲା ୤ ଲୋକମାନେ ଗହଳ ଭାଙ୍ଗି
ପଳାଇ ଗଲେ ୤ ସେହି ବର୍ଷାଧାରା ମଧ୍ଯରେ ନୀତୁ ତାଙ୍କର ଅଭିନଯ
ପ୍ରଦର୍ଶନ କଲେ ୤ ସେହି ବର୍ଷା ଭିତରେ ମଧ୍ଯ ନାଚ , ରୀତ ସବୁ
ସମ୍ପାଦିତ ହେଲା ୤ କିଛି ସମଯ ମଧ୍ଯରେ ସୁଟିଂ କାର୍ୟ୍ଯ ସରିଗଲା ୤ ନୀତୁଙ୍କର
ପ୍ରାଣସ୍ପର୍ଶୀ ଅଭିନଯ ଦ୍ବାରା ବାସୁ ଚାଟାର୍ଜୀ ମୁଗ୍ଧ ହୋଇ କହିଲେ - " ଅତି
ଚମତ୍କାର ୤ କୌଣସି ଫିଲିମ୍୍ରେ ନୀତୁଙ୍କୁ ତାଙ୍କର ପ୍ରତିଭାକୁ ପ୍ରମାଣିତ
କରିବା ପାଇଁ ସୁୟୋଗ ଦିଆୟାଉ ନ ଥିଲା ୤ ମୁଁ ` ପ୍ରିଯତମା ' ଫିଲିମ୍୍ରେ
ତାଙ୍କୁ ସେ ସୁୟୋଗ ଦେଉଛି ୤ "
 +&gt;*
               0 
</p></body></text></cesDoc>