<cesDoc id="ori-w-commerce-industry-oih04" lang="ori">
<cesHeader type="text">
<fileDesc>
<titleStmt>
<h.title>ori-w-commerce-industry-oih04.txt</h.title>
<respStmt>
<respType>Electronic file created by</respType>
<respName>Central Institute for Indian Languages, Mysore</respName>
<respType>transferred into Unicode and CES format by</respType>
<respName>"Unicodify" software by Andrew Hardie</respName>
</respStmt></titleStmt>
<publicationStmt>
<distributor>UCREL (on behalf of CIIL)</distributor>
<pubAddress>Department of Linguistics, Lancaster University, Lancaster, LA1 4YT, UK</pubAddress>
<availability region="WORLD"></availability>
<pubDate>03-08-12</pubDate>
</publicationStmt>
<sourceDesc>
<biblStruct>
<monogr>
<h.title>ଗ୍ରାମ୍ଯ.</h.title>
<h.author>ଧରଣୀଧ଱..</h.author>
<imprint>
<pubPlace>India</pubPlace>
<publisher>Unknown - Book.</publisher>
<pubDate>1987</pubDate>
</imprint>
<idno type="CIIL code">oih04</idno>
</monogr></biblStruct></sourceDesc></fileDesc>
<encodingDesc>
<projectDesc>Text collected for the CIIL Corpus, subsequently integrated into the EMILLE/CIIL Monolingual Written Corpora.</projectDesc>
<samplingDesc>Simple written text only has been transcribed. Diagrams, pictures and tables have been omitted. Sampling begins at page 1202.</samplingDesc>
<editorialDecl><conformance level="1"></conformance></editorialDecl>
</encodingDesc>
<profileDesc>
<creation><date>03-08-12</date></creation>
<langUsage>Oriya</langUsage>
<wsdUsage>
<writingSystem id="ISO/IEC 10646">Universal Multiple-Octet Coded Character Set (UCS).</writingSystem>
</wsdUsage>
<textClass>
<channel mode="w">print</channel>
<constitution type="composite"></constitution>
<domain type="public"></domain>
<factuality type="fact"></factuality>
</textClass>
<translations></translations>
</profileDesc>
<revisionDesc></revisionDesc>
</cesHeader>

<text><body>

<p>&lt;ଗ୍ରାମାଞ୍ଚଳରେ ବୃତ୍ତିଗତ ଢାଞ୍ଚା
ୟେ କୌଣସି ଦେଶ ଅର୍ଥନୈତିକ ବିକାଶର କେଉଁ ପର୍ୟ୍ଯାଯରେ ପହଞ୍ଚିଛି ,
ସଂପୃକ୍ତ ଦେଶର ଜନସଂଖ୍ଯାର ବୃତ୍ତିଗତ ବଣ୍ଟନ ଢାଞ୍ଚାରୁହିଁ ତାହା ସୂଚିତ ହୋଇ
ଥାଏ ୤ ବୃତ୍ତିକୁ ମୁଖ୍ଯତଃ ତିନି ଭାଗରେ ବିଭକ୍ତ କରାୟାଇଥାଏ ୤ ୟଥା -
ମୌଳିକ ବୃତ୍ତି ( Primary occupation ) , ଗୌଣ ବୃତ୍ତି ( Secondary
occupation ) ଏବଂ ତୃତୀଯ-ସ୍ତରୀଯ ବୃତ୍ତି ( Tertiary occupation ) ୤
କୃଷି , ପଶୁପାଳ଩ , ଜଙ୍ଗଲ , ମତ୍ସ୍ଯ ଏବଂ ଖଣି ଆଦି କ୍ଷେତ୍ରରେ ହେଉଥିବା କାର୍ୟ୍ଯ~
କଳାପ ମୌଳିକ ବୃତ୍ତିର ଅନ୍ତର୍ଗତ ୤ ଏ ସମସ୍ତ କ୍ଷେତ୍ରରୁ ଉତ୍ପାଦିତ ଦ୍ରବ୍ଯ ମଣିଷ
ଜୀବନ ପାଇଁ ଅତ୍ଯାବଶ୍ଯକ ବିବେଚିତ ହେଉଥିବାରୁ ଏଗୁଡିକର ଉତ୍ପାଦନ ପାଇଁ
ଉଦ୍ଦିଷ୍ଟ କାର୍ୟ୍ଯକଳାପକୁ ମୌଳିକ ବୃତ୍ତି କୁହାୟାଇଥାଏ ୤ କ୍ଷୁଦ୍ର ଓ ବୃହତ
ଶିଳ୍ପଗୁଡିକ ଗୌଣ ବୃତ୍ତି ଶ୍ରେଣୀରେ ଅନ୍ତର୍ଭୁକ୍ତ ୤ ପରିବହନ , ୟୋଗାୟୋଗ ,
ବ୍ଯାଙ୍କ ବ୍ଯବସାଯ ଏବଂ ବିତ୍ତ ବ୍ଯବସ୍ଥା ଆଦି ସେବା ତୃତୀଯ ସ୍ତରୀଯ ବୃତ୍ତି ୤ ଏହି
ତୃତୀଯ ସ୍ତରୀଯ କାର୍ୟ୍ଯକଳାପ ମୁଖ୍ଯ ଓ ଗୌଣ ବୃତ୍ତିର ବିକାଶରେ ସହାଯକ
ହୋଇଥାଏ ୤ 1981 ଜନଗଣନାରୁ ଜଣାୟାଏ ୟେ ଆମ ଦେଶର କାର୍ୟ୍ଯଶୀଳ
ଜନସଂଖ୍ଯା ଶତକଡା 68.7 ଭାଗ ଲୋକ କୃଷି ଓ ଆନୁସଙ୍ଗିକ କର୍ମରେ ,
13.5 ଭାଗ ଲୋକ ଔଦ୍ଯୋଗିକ କ୍ଷେତ୍ରରେ ଏବଂ 17.8 ଭାଗ ଲୋକ ଅନ୍ଯାନ୍ଯ
ସେବା କ୍ଷେତ୍ରରେ ନିୟୁକ୍ତ ଅଛନ୍ତି ୤ ଏଥିରୁ ଜଣାୟାଏ ୟେ କୃଷିହ ଆମ ଦେଶ
ଲୋକଙ୍କର ପ୍ରଧାନ ଜୀବିକା ୤ କାରଣ ମୋଟ କାର୍ୟ୍ଯଶୀଳ ଜନସଂଖ୍ଯାର ଦୁଇ
ତୃତୀଯାଂଶରୁ ସାମାନ୍ଯ ଅଧିକ ଲୋକ କେବଳ କୃଷି ଉପରେହିଁ ନିର୍ଭର କରିଥାନ୍ତି ୤
ଏହା ସତ୍ତ୍ବେ ପ୍ରତ୍ଯେକ ବର୍ଷ ଜାତୀଯ ଉତ୍ପାଦର ମାତ୍ର ଶତକଡା 40 ଭାଗ କୃଷିରୁ
ମିଳିଥାଏ ୤ 1984-85 ରେ ଜାତୀଯ ଉତ୍ପାଦନକୁ କୃଷିର ଅବଦାନ ଶତକଡା
ପ୍ରାଯ 37 ଭାଗରୁ ଖସିଆସିଥିଲା ୤ ଏଥିରୁ କୃଷିର ନିମ୍ନ ଉତ୍ପାଦିତା ସୂଚିତ ହୁଏ ୤
ଜୀବନଧାରଣର ଅନ୍ଯାନ୍ଯ ପନ୍ଥା ନ ଥିବାରୁ କୃଷି ଉପରେ ହିଁ ବହୁଭାଗ ଲୋକ
ନିର୍ଭର କରିବାକୁ ବାଧ୍ଧ ହୋଇଥାନ୍ତି ୤ ଏହା ଫଳ଱େ ପ୍ରଚ୍ଛନ୍ନ ବେକାରୀ ଅବସ୍ଥାର
ଉଦ୍ଭବ ହୋଇଥାଏ ୤ ଏଭଳି ଏକ ଅବସ୍ଥାରେ କୃଷି ଉପରେ ନିର୍ଭର କରି
ଚଳୁଥିବା ଲୋକଙ୍କ ମଧ୍ଧରୁ ୟଦି ଅନେକଙ୍କୁ ସେଠାରୁ ପ୍ରତ୍ଯାହାର କରିନିଆୟାଏ
ତାହାହେଲେ ମୋଟ କୃଷି ଉତ୍ପାଦନ କୌଣସିମତେ ହ୍ରାସ ପାଇବ ନାହିଁ ୤ ଏହା
ଜମିରେ ଏକ ଜନଗହଳି ଅବସ୍ଥା ୤ ଅଣ-କୃଷି କ୍ଷେତ୍ରରେ ନିୟୁକ୍ତି ସୁବିଧା ଆନୁ~
ପାତିକଭାବେ ବୃଦ୍ଧି ନପାଇ ଦ୍ରୁତ ଜନସଂଖ୍ଯା ବୃଦ୍ଧି ଘଟୁଥିବାରୁ ଜମିରେ ଜନଗହଳି
ବୃଦ୍ଧି ପାଇବାରେ ଲାଗିଛି ୤ ପ୍ରଚ୍ଛନ୍ନ ବେକାରୀ ଦେଶର ଅର୍ଥନୈତିକ ଅନଗ୍ରସରତାର
ଏକ ମୁଖ୍ଯ କାରଣ ୤ ଅର୍ଥନୈତିକ ଦୃଷ୍ଟିରୁ ଉନ୍ନତ ଦେଶଗୁଡିକରେ ସାଧାରଣତଃ
ଅତି କମ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି ୤ ଉଦାହରଣ ସ୍ବରୂପ ,
ୟୁକ୍ତରାଜ୍ଯ , ୟୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶରେ କାର୍ୟ୍ଯଶୀଳ ଜନସଂଖ୍ଯାର ମାତ୍ର
ଶତକଡା 2 ଭାଗ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ଭାରତରେ
ଶତକଡା ପ୍ରାଯ 69 ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି ୤ ସେହିଭଳି ,
ଭାରତରେ ମୋଟ କାର୍ୟ୍ଯଶୀଳ ଜନସଂଖ୍ଯାର ମାତ୍ର ଶତକଡା 13.5 ଭାଗ ଲୋକ
ଔଦ୍ଯୋଗିକ କ୍ଷେତ୍ରରେ ନିୟୁକ୍ତ ଥିବାବେଳେ ୟୁକ୍ତରାଜ୍ଯ ଓ ୟୁକ୍ତରାଷ୍ଟ୍ର ଆମେରିକାରେ
ୟଥାକ୍ରମେ ଶତକଡା 42 ଓ 32 ଭାଗ ଲୋକ ଔଦ୍ଯୋଗିକ କ୍ଷେତ୍ରରେ ନିୟୁକ୍ତ
ଅଛନ୍ତି ୤</p>

<p>ଭାରତରେ ଗ୍ରାମ୍ଯ ଅର୍ଥନୀତିର ବୈଶିଷ୍ଟ୍ଯ
ଭାରତରେ ଶତକଡା 77 ଭାଗ ଲୋକ ଗ୍ରାମାଞ୍ଚଳରେ ବସବାସ କରିଥାନ୍ତି
ଏବଂ କାର୍ୟ୍ଯଶୀଳ ଲୋକଙ୍କ ମଧ୍ଧରୁ ଶତକଡା 69 ଭାଗ କୃଷିକୁହିଁ ଜୀବନର
ଏକମାତ୍ର ବୃତ୍ତି ରୂପେ ଗ୍ରହଣ କରିଛନ୍ତି ୤ ଏହିଭଳି ଏକ ପରିପ୍ରେକ୍ଷୀରେ ଭାରତୀଯ
ଗ୍ରାମ୍ଯ ଅର୍ଥନୀତିର ଗୁରୁତ୍ବ ସହଜରେ ଅନୁମେଯ ୤ ଏହି ଗ୍ରାମ୍ଯ ଅର୍ଥନୀତିରେ ପ୍ରଧାନ
ବୈଶିଷ୍ଟ୍ଯଗୁଡିକୁ ସଂକ୍ଷେପରେ ଆଲୋଚନା କରାୟାଉ ୤</p>

<p>କୃଷି-ପ୍ରଧାନ ଅର୍ଥନୀତି - ଗ୍ରାମାଞ୍ଚଳରେ କୃଷିକୁହିଁ ଲୋକମାନଙ୍କର
ପ୍ରଧାନ ବୃତ୍ତି ୤ କୃଷିରେ ଅତିରିକ୍ତ ଜନସଂଖ୍ଯାର ଚାପ ପ୍ରବଳଭାବରେ ଅନୁଭୂତ
ହେଉଛି ୤ କୃଷି ଜାତଗୁଡିକ ବହୁଭାଗରେ ବିଭକ୍ତ ଓ ବିକ୍ଷିପ୍ତ ହୋଇରହିଛି ୤
କୃଷି ଉତ୍ପାଦିତାର ସ୍ତର ଅତି ନିମ୍ନରେ ୤ ଆଧୁନିକ କୃଷି ପ୍ରଣାଳୀର ବହୁଳ
ପ୍ରବର୍ତ୍ତନ ନାହିଁ ୤ ତେଣୁ ସବୁଜ ବିପ୍ଳବ ସାମାନ୍ଯ କେତେକ ଅଞ୍ଚଳ ମଧ୍ଧରେ
ସୀମାବଦ୍ଧ ହୋଇ ରହିଛି ୤</p>

<p>ସମ୍ପଦର ଅସମ ବଣ୍ଟନ - ଗ୍ରାମାଞ୍ଚଳରେ ପରିସମ୍ପତ୍ତିର ବଣ୍ଟନ
କ୍ଷେତ୍ରରେ ବିରାଟ ଅସମତା ରହିଥିବାର ଦେଖାୟାଇଥାଏ ୤ ଗ୍ରାମାଞ୍ଚଳର ପରିବାର
ମାନଙ୍କ ମଧ୍ଧରୁ ସବୁଠାରୁ ଧନୀ ଶତକଡା 10 ଭାଗ ଲୋକ ଗ୍ରମାଞ୍ଚଳ ସମ୍ପତ୍ତିର
ଶତକଡା 51 ଭାଗ ସମ୍ପତ୍ତିର ମାଲିକ ୤ ଅଥଚ ସବୁଠାରୁ ଗରିବ ଶତକଡା 10
ଭାଗ ଲୋକଙ୍କ ହାତରେ ରହିଛି ଗ୍ରାମାଞ୍ଚଳ ସମ୍ପତ୍ତିର ମାତ୍ର ଶତକଡା 0.1 ଭାଗ ୤
ଗରିବମାନଙ୍କ ସମ୍ପତ୍ତି କହିଲେ ମୁଖ୍ଯତଃ ସେମାନଙ୍କ ଅତ୍ଯାବଶ୍ଯକ ଘରକରଣା
ଜିନିଷ ଏବଂ ଆଉ କିଛି ହଳବଳଦ ଓ ଗାଈବାଛୁରୀ ୤ ଏହା ସାଙ୍ଗକୁ ଗ୍ରାମାଞ୍ଚଳରେ
ମୁଣ୍ଡ ଟେକିଛି ବିଭିନ୍ନ ଶ୍ରେଣୀ - କୃଷକ , କୃଷିଶ୍ରମିକ , କୁଶଳୀ କାରିଗର ଏବଂ
ଛୋଟକାଟିଆ ବ୍ଯବସାଯୀ ଆଦି ୤ ପୁଣି , ଚାଷୀମାନଙ୍କ ମଧ୍ଧରେ ଅଛନ୍ତି ବଡ ଚାଷୀ ,
ସାନ ଚାଷୀ , ଏବଂ ନାମକୁ ମାତ୍ର ଚାଷୀ ୤ //
ଶିଳ୍ପାଯନ ସମସ୍ଯା - ଗୋଟିଏ ସ୍ବଳ୍ପବିକଶିତ ଅର୍ଥନୀତି ଥରେ
ଉଦ୍ଯୋଗିକରଣ ପନ୍ଥା ବାଛିନେଲେ ବହୁ ସମସ୍ଯାର ସମ୍ମୁଖୀନ ହେବାକୁ ପଡି~
ଥାଏ ୤ ସେହି ସମସ୍ଯା ହେଲା , ଉଦ୍ଯୋଗିକରଣର ପରିସର ଓ ଧାରା ୤ ସଂପୃକ୍ତ
ସ୍ବଳ୍ପ ବିକଶିତ ଦେଶ ଉଭଯ ଦେଶ ଭିତରୁ ଓ ବିଦେଶରୁ କେତେ ପରିମାଣର
ସମ୍ବଳ ସଂଗ୍ରହ କରିପାରିବାରେ ସମର୍ଥ ହେବ ତାହାହିଁ ସେ ଦେଶର ଉଦ୍ଯୋଗି~
କରଣର ପରିସର ଓ ଧାରାକୁ ନିର୍ଦ୍ଧାରଣ କରିବ ୤ ଦ୍ବିତୀଯ ସମସ୍ଯା ହେଲା ,
ସେହି ସ୍ବଳ୍ପବିକଶିତ ଦେଶ କେଉଁ ପ୍ରକାରର ଉଦ୍ଯୋଗ ବା ଶିଳ୍ପ ପ୍ରତିଷ୍ଠା କରିବ ?
ଏହା ରପ୍ତାନି-ଭିତ୍ତିକ ଉଦ୍ଯୋଗ ପ୍ରତିଷ୍ଠା କରିବ ନା ପୁଞ୍ଜି-ଦ୍ରବ୍ଯ ଉତ୍ପାଦନକାରୀ
ଉଦ୍ଯୋଗ ପ୍ରତିଷ୍ଠା କରିବ ? ଏହିଭଳି କେତେକ ବିକଳ୍ପ ମନୋନଯନ ପନ୍ଥା
ମଧ୍ଧରୁ ଗୋଟିଏ ଗୋଟିଏ ବାଛି ନେବାକୁ ହେବ ୤ ତୃତୀଯ ସମସ୍ଯା ହେଲା ,
ଅଗ୍ରାଧିକାରର କ୍ରମ ନିର୍ଦ୍ଧାରଣ ୤ ଆଶୁ ଫଳପ୍ରାପ୍ତିର ସମ୍ଭାବନାରୁ ନିଶ୍ଚିତଭାବେ
ସ୍ବଳ୍ପ ବିକାଶ କ୍ଷେତ୍ରରେ ଅଗ୍ରାଧିକାରର କ୍ରମ ନିର୍ଦ୍ଧାରଣ କରିବାରେ ଏକ ଗୁରୁତ୍ବ~
ପୂର୍ଣ୍ଣ ବିଚାର ଆକାରରେ ଗ୍ରହଣ କରାୟାଇଥାଏ ୤ ଚତୁର୍ଥ ସମସ୍ଯା ହେଲା ;
ଉଦ୍ଯୋଗଗୁଡିକର ସ୍ଥାପନ ପାଇଁ ସ୍ଥାନ ନିରୂପଣ ୤ ଅର୍ଥନୈତିକ ବିକାଶ କାର୍ୟ୍ଯ~
କ୍ରମରେ ନୂତନ ଉଦ୍ଯୋଗଗୁଡିକର ସ୍ଥାପନ ପାଇଁ ସ୍ଥାନ ନିରୂପଣ ଏକ ଗୁରୁତ୍ବପୂର୍ଣ୍ଣ
ପ୍ରଶ୍ନ ୤ ନିଷ୍କାରକ ଉଦ୍ଯୋଗ କ୍ଷେତ୍ରରେ ଅପରିବର୍ତ୍ତନୀଯ ପ୍ରାକୃତିକ ଅବସ୍ଥାହିଁ ସ୍ଥାନ
ନିରୂପଣ କରିଥାଏ ୤ ଅନ୍ଯାନ୍ଯ ଉଦ୍ଯୋଗ କ୍ଷେତ୍ରରେ ସ୍ଥାନ ନିରୂପଣ କରାଗଲା~
ବେଳେ ଦେଶର ସମତୁଲ ଆଞ୍ଚଳିକ ବିକାଶ ୟେପରି ସଙ୍ଘଟିତ ହୋଇପାରିବ ,
ସାଧାରଣତଃ ସେଦିଗରେ ୟଥାସମ୍ଭବ ଉଦ୍ଯମ କରାୟାଇଥାଏ ୤ ପଞ୍ଚମ ସମସ୍ଯା
ହେଲା , ଶିଳ୍ପିକରଣରେ ବୃହତ୍ ଶିଳ୍ପକୁ ଅଗ୍ରାଧିକାର ଦିଆୟିବ ନା କ୍ଷୁଦ୍ର ଶିଳ୍ପକୁ
ଅଗ୍ରାଧିକାର ଦିଆୟିବ ୤ ବୃହତ୍୍ ଶିଳ୍ପଗୁଡିକ ସାଧାରଣତଃ ପୁଞ୍ଜି-ପ୍ରଧାନ ଏବଂ
କ୍ଷୁଦ୍ର ଶିଳ୍ପଗୁଡିକ ସାଧାରଣତଃ ଶ୍ରମ-ପ୍ରଧାନ ୤ ଏକ ଶ୍ରମ-ଉଦ୍୍ବୃତ୍ତ ଅର୍ଥନୀତି
ଶ୍ରମ-ପ୍ରଧାନ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିବା ସ୍ବାଭାବିକ ୤
କିନ୍ତୁ କେତେଗୁଡିଏ ମୂଳ ଓ ମୌଳିକ ଶିଳ୍ପକୁ କ୍ଷୁଦ୍ରାକାରରେ ପ୍ରତିଷ୍ଠା କରିବା
ସମ୍ଭବ ହୋଇ ନପାରେ ୤ ତେଣୁ ବୃହତ୍୍ ଓ କ୍ଷୁଦ୍ର ଶିଳ୍ପର ଅନୁପୂରକ ଭୂମିକାକୁ
ଗ୍ରହଣ କରିନେଇ ଉଦ୍ଯୋଗିକରଣର ନିଷ୍ପତ୍ତି ନେବାକୁ ହେବ ୤</p>

<p>ଗ୍ରାମ୍ଯ ଶିଳ୍ପାଯନର ଭୂମିକା
ଭାରତରେ ୟୋଜନାବଦ୍ଧ ବିକାଶର ଦୀର୍ଘ 35 ବର୍ଷ ପରେ ମଧ୍ଧ ଦେଶର
ଔଦ୍ଯୋଗିକ ବିକାଶ ଆଶାନୁରୂପ ହୋଇପାରିନାହିଁ ୤ ୟାହା ବା ହୋଇଛି ତାହା
ସହରାଞ୍ଚଳ ମଧ୍ଧରେ ପ୍ରାଯତଃ ସୀମାବଦ୍ଧ ହୋଇ ରହିଛି ଏବଂ ସହରାଞ୍ଚଳର ନିୟୁକ୍ତି
ଓ ଭିତ୍ତିଭୂମି ଅଭିବୃଦ୍ଧି ଦିଗରେ ସାହାୟ୍ଯ କରିଛି ୤ ଗ୍ରାମାଞ୍ଚଳରେ ତାର ସେପରି
କିଛି ଆଖି ଦୋଖାଣିଆଁ ପ୍ରଭାବ ପଡିନାହିଁ ୤ ଗାଆଁ ଗହଳରେ ବେକାରୀ ବୃଦ୍ଧି
ପାଇବାରେ ଲାଗିଛି ୤ ସଂପୂର୍ଣ୍ଣ ବେକାରୀକୁ ବାଦ୍୍ଦେଲେ ଅର୍ଦ୍ଧବେକାରୀ ଓ ପ୍ରଚ୍ଛନ୍ନ
ବେକାରୀ ଭଳି ଅନ୍ଯାନ୍ଯ ରୂପରେ ମଧ୍ଧ ବେକାରୀ ପ୍ରକଟିତ ହୋଇ ରହିଛି ୤ ଗ୍ରାମ୍ଯ
ଅର୍ଥନୀତିର ଅଭିବୃଦ୍ଧି ହାର ଅତି ମନ୍ଥର ୤ ସାମାଜିକ ନ୍ଯାଯ ନାହିଁ ୤ ଦେଶରୁ
ବେକାରୀ , ଅର୍ଦ୍ଧବେକାରୀ ଓ ପ୍ରଚ୍ଛନ୍ନ ବେକାରୀ ଅବସ୍ଥା ଦୂର କରିବା ପାଇଁ ,
ଦାରିଦ୍ର୍ଯକୁ ହଟାଇବା ପାଇଁ ଏବଂ ସାମାଜିକ ନ୍ଯାଯ ସହ ଅର୍ଥନୈତିକ ଅଭିବୃଦ୍ଧି
ଘଟାଇବା ପାଇଁ ଗାଆଁଗହଳରେ ଦ୍ରୁତ ଉଦ୍ଯୋଗିକରଣ ଏକାନ୍ତ ଆବଶ୍ଯକ
ମନେହୁଏ ୤ ଉଦ୍ଯୋଗିକରଣ ଉଦ୍ଯମ ୟଦି କେବଳ ସହରାଞ୍ଚଳ ମଧ୍ଧରେ ସୀମା~
ବଦ୍ଧ ହୋଇ ରହେ ତାହାହେଲେ ଏହି ଲକ୍ଷ୍ଯ ପୂରଣ ହୋଇପାରିବ ନାହିଁ ୤ କୃଷି
କ୍ଷେତ୍ରରେ ନିୟୁକ୍ତି ବ୍ଯତୀତ ଗାଆଁଗହଳର କାରିଗରୀ ଓ ହସ୍ତଶିଳ୍ପ ଆଦିରେ ବହୁ
ସଂଖ୍ଯକ ଲୋକ ଲାଭଜନକ ଭାବେ ନିୟୁକ୍ତି ପାଇଥାନ୍ତି ୤ ଏଗୁଡିକ କୃଷିର ଅନୁ~
ପୂରକ ବୃତ୍ତି ରୂପେ ଗଣ୍ଯ ହୋଇଥାନ୍ତି ଏବଂ ବେଶ ଉତ୍ତମଭାବେ ଗ୍ରାମାଞ୍ଚଳ
ଲୋକଙ୍କ ଆଯ ବୃଦ୍ଧି କରିବାରେ ସାହାୟ୍ଯ କରିଥାନ୍ତି ୤ ଏହି ଉଦ୍ଯୋଗଗୁଡିକରେ
ମିଳୁଥିବା କଞ୍ଚାମାଲ ବ୍ଯବହୃତ ହୋଇ ବିଭିନ୍ନ ଦ୍ରବ୍ଯ ଉତ୍ପାଦନ କରାୟାଇଥାଏ ୤
ଫଳରେ ଗ୍ରାମ୍ଯ ଅର୍ଥନୀତିକୁ ଉଜ୍ଜୀବିତ କରି ରଖିବାରେ ଏହା ସହାଯକ ହୋଇ~
ଥାଏ ୤ ଆମ ଦେଶ ଏକ ଗ୍ରାମ ବହୁଳ ଦେଶ ୤ ଗାଆଁଗହଳର ଉନ୍ନତି ବିଧାନ
କରାୟାଇ ନ ପାରିଲେ ଦେଶର ଅର୍ଥନୈତିକ ପ୍ରଗତି ଆଦୌ ସମ୍ଭବ ହେବନାହିଁ
ଏବଂ ଗାଆଁଗହଳର ଅର୍ଥନୈତିକ ପ୍ରଗତିକୁ ତ୍ବରାନ୍ବିତ କରିବାକୁ ହେଲେ ଗାଆଁ
ଗହଳରେ ଲାଭଜନକ ହେଉଥିବା ଶିଳ୍ପ କେନ୍ଦ୍ରମାନ ପ୍ରତିଷ୍ଠା କରିବାକୁ ହେବ ୤
ଆମ ଦେଶର ଅର୍ଥନୀତିକୁ ଗ୍ରାମାଭିମୁଖୀ କରିବା ପାଇଁ ଏବେ ସବୁ ମହଲରୁ ସ୍ବର
ଶୁଭିଲାଣି ୤ ସହରାଭିମୁଖୀ ଅର୍ଥନୀତି ୟେ ଦୀର୍ଘକାଳ ଭିତ୍ତିରେ ଦେଶର ଅର୍ଥନୀତିକୁ
ବଳିଷ୍ଠ କରି ଗଢିପାରିବ ନାହିଁ ଏବଂ ଦେଶର ବହୁ ସମସ୍ଯା ସମାଧାନରେ ବିଫଳ
ହେବ - ଏହା ଅନେକଙ୍କର ହୃଦବୋଧ ହୋଇସାରିଛି ୤ ତେଣୁ ମିଳୁଥିବା ସ୍ଥାନୀଯ
ସମ୍ବଳର ସଦୁପୟୋଗ କରିବାକୁ ହେଲେ ଗ୍ରାମ୍ଯ ଉଦ୍ଯୋଗିକରଣ ପାଇଁ ଆନ୍ତରିକ
ଉଦ୍ଯମ ଆବଶ୍ଯକ ୤ //
ଗ୍ରାମ୍ଯ ଶିଳ୍ପର ପ୍ରକାର ଭେଦ
ଜାତୀଯ ଆଯକୁ ବିଭିନ୍ନ କ୍ଷେତ୍ରର ଅବଦାନ ଭିତ୍ତିରେ ବିଚାରକରାୟାଉ ବା
କର୍ମନିୟୁକ୍ତି ଭିତ୍ତିରେ ବିଚାରକରାୟାଉ , ଆମକୁ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିବାକୁ
ହେବ ୟେ ଭାରତ ଏକ କୃଷି-ପ୍ରଧାନ ଦେଶ ୤ 1981 ଜନଗଣନାରୁ ଜଣାୟାଏ
ୟେ କୃଷିରେ ନିୟୁକ୍ତି କାର୍ୟ୍ଯରତ ଲୋକଙ୍କ ସଂଖ୍ଯା ମୋଟ କାର୍ୟ୍ଯରତ ଜନସଂଖ୍ଯାର
ଶତକଡା 68.7 ଭାଗ ଅଥଚ ଶିଳ୍ପ କ୍ଷେତ୍ରରେ ଏହା 13.5 ଭାଗ ୤ ସେହିଭଳି
ଜାତୀଯ ଆଯର ଶତକଡା ପ୍ରାଯ 40 ଭାଗ କୃଷି କ୍ଷେତ୍ରରୁ ମିଳୁଥିବାବେଳେ
ଶିଳ୍ପ କ୍ଷେତ୍ରରୁ ମିଳିଥାଏ ମାତ୍ର ଶତକଡା ପ୍ରାଯ 15.4 ଭାଗ ୤ ଏହା ସତ୍ବେ
ଆମର ଶିଳ୍ପବିକାଶ କୌଶଳରେ ଆମେ ଏ ପର୍ୟ୍ଯନ୍ତ ଗୁରୁଶିଳ୍ପର ବିକାଶ ପ୍ରତି
ଅଧିକ ଗୁରୁତ୍ବ ଆରୋପକରି ଆସିଛୁ ୤ ଦ୍ବିତୀଯ ଓ ତୃତୀଯ ୟୋଜନା କାଳ ମଧ୍ଧରେ
ଆମ ପୁଞ୍ଜି ବିନିୟୋଗର ବଡଭାଗ କରାୟାଇଥିଲା ଗୁରୁ ଓ ମୌଳିକ ଶିଳ୍ପ~
ଗୁଡିକରେ ୤ ଫଳରେ ମୌଳିକ ଓ ପୁଞ୍ଜି-ଦ୍ରବ୍ଯ ଉତ୍ପାଦନକାରୀ ଉଦ୍ଯୋଗଗୁଡିକ
ଅପେକ୍ଷାକୃତ ଅବହେଳିତ ହୋଇ ରହିଲେ ୤ ଏହାର ପରିଣାମ ହେଲା , ଦେଶରେ
ସ୍ଫୀତିକାରୀ ଅବସ୍ଥା ସୃଷ୍ଟିହେଲା ୤ ଷଷ୍ଠ ୟୋଜନା ଦଲିଲରେ ଏହାକୁ ମୁକ୍ତ
କଣ୍ଠରେ ସ୍ବୀକାର କରାୟାଇଛି ୤ ଏଥିରେ କୁହାୟାଇଛି ୟେ ବୃହଦାଯତନ
ଶିଳ୍୍ପୋଦ୍ଯୋଗଗୁଡିକର ସମ୍ପ୍ରସାରଣ ଦେଶରେ ଶ୍ରମ ଶକ୍ତିର ଘଟୁଥିବା ବୃଦ୍ଧିର
ବହୁଭାଗ ପାଇଁ ନିୟୁକ୍ତି ସୁୟୋଗ ସଷ୍ଟିକରିବାରେ ବିଫଳ-ହୋଇଛି ଏବଂ
କେତେକ କ୍ଷେତ୍ରରେ ବଯନ ଉଦ୍ଯୋଗ , ଚମଡା ଉଦ୍ଯୋଗ ଓ କୁକୁଡା
ପାଳ଩ କୁଟୀର ଶିଳ୍ପଗୁଡିକରେ ନିୟୁକ୍ତ ଗ୍ରାମାଞ୍ଚଳର ଦରିଦ୍ର ଲୋକଙ୍କର ଆଯ
ହାନୀ ଘଟାଇବାର କାରଣ ହୋଇଛି ୤ ଭାରତରେ ବୃହଦାଯତନ ଉଦ୍ଯୋଗ~
ଗୁଡିକ ବିରାଟ ବେକାରୀ ସମସ୍ଯାର ଉପାନ୍ତ ମାତ୍ର ସ୍ପର୍ଶ କରିଛି ୤ ଆମର ଏବେ
ମୂଳ ଲକ୍ଷ୍ଯହେଲା , ଅଧିକ କର୍ମ ସଂସ୍ଥାନ ସୁୟୋଗ ସୃଷ୍ଟିକରିବା ଏବଂ ଗ୍ରାମାଞ୍ଚଳ
ଦରିଦ୍ର ଲୋକଙ୍କର ଆଯବୃଦ୍ଧି କରିପାରିବାଭଳି ଉପାଯ ସ୍ଥିର କରିବା ୤ ଏହି ଲକ୍ଷ୍ଯ
ହାସଲ କରିବାକୁ ହେଲେ ଆମର ଗଣ-ଉତ୍ପାଦନର ଆବଶ୍ଯକତା ନାହିଁ ୤ ବରଂ
ଆବଶ୍ଯକତା ଗଣଙ୍କ ଦ୍ବାରା ଉତ୍ପାଦନ ( Not mass production but
production by masses ) ୤</p>

<p>ଗ୍ରାମ୍ଯ ଶିଳ୍ପର ଶ୍ରେଣୀ ବିଭାଗ
ଗ୍ରାମ୍ଯ ଶିଳ୍ପଗୁଡିକୁ ପ୍ରଧାନତଃ କ୍ଷୁଦ୍ରଶିଳ୍ପ ଓ କୁଟୀରଶିଳ୍ପ - ଏହିପରି
ଦୁଇଭାଗରେ ବିଭକ୍ତ କରାୟାଇଥାଏ ୤ ଭାରତର ଅର୍ଥନୈତିକ ଇତିହାସ
ଅନୁଶୀଳନ କଲେ ଅତୀତରେ ସମୃଦ୍ଧ ଗ୍ରାମ୍ଯ ଶିଳ୍ପର ବହୁ ଜାଜ୍ବଲ୍ଯମାନ ଦୃଷ୍ଟାନ୍ତ
ଦେଖିବାକୁ ମିଳିଥାଏ ୤ ଏହା ସରକାରଙ୍କ ସହାଯତା ବା ସମର୍ଥନରେ ସମୃଦ୍ଧିଲାଭ
କରିନଥିଲା ୤ ସକ୍ରିଯ ଜନସହୟୋଗ ଓ ସମର୍ଥନରେ ଏବଂ ପ୍ରବୀଣ ଉଦ୍ଯୋକ୍ତାଙ୍କ
ଅକ୍ଳାନ୍ତ ଶ୍ରମରେ ସମଗ୍ର ଦେଶରେ ବିକାଶ ଲାଭ କରିପାରିଥିଲା ୤ ବ୍ରିଟିଶ ଶାସନ
କାଳରେ ଏହି ସମୃଦ୍ଧ ଗ୍ରାମ୍ଯଶିଳ୍ପର ପତନ ଘଟିଲା ୤ ଇଂରେଜମାନେ ନୀତିଗତ
ଭାବେ ଭାରତୀଯ ଗ୍ରାମ୍ଯଶିଳ୍ପକୁ ହତ୍ଯା କରିବାକୁ ୟୋଜନାକଲେ ୤ ନିଜର
ଅର୍ଥନୈତିକ ସ୍ବାର୍ଥ ସାଧନ କରିବା ଥିଲା ତାଙ୍କର ଉଦ୍ଦେଶ୍ଯ ୤ କୌଶଳକ୍ରମେ
ସେମାନେ ଭାରତୀଯ ଗ୍ରାମ୍ଯ ଶିଳ୍ପର ବିଲୋପ ସାଧନକଲେ ୤ ସ୍ବାଧୀନତା ପ୍ରାପ୍ତି
ପରେ ବିଶେଷକରି ଭାରତରେ 1950-51 ରୁ ୟୋଜନାବଦ୍ଧ ବିକାଶର ଅଯମା~
ରମ୍ଭ ହେବା ପରଠାରୁ ଗ୍ରାମ୍ଯ ଶିଳ୍ପଗୁଡିକୁ ପୁନରୁଜ୍ଜୀବିତ କରିବାପାଇଁ
ଗୌରବମଯ ସ୍ଥାନ ରହିଛି ୤ ଗ୍ରାମ୍ଯଶିଳ୍ପର କେତେକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ଯ
ରହିଥିବାରୁ ଭାରତ ସରକାର 1977 ମସିହା ଡିସେମ୍ବର ମାସରେ ଘୋଷଣା
କରିଥିବା ସଂଶୋଧିତ ଶିଳ୍ପ ନୀତିରେ ଗ୍ରାମ୍ଯ ଓ କ୍ଷୁଦ୍ରଶିଳ୍ପର ବିକାଶ ଉପରେ
ସ୍ବତନ୍ତ୍ର ଗୁରୁତ୍ବ ଆରୋପ କରିଥିଲେ ୤</p>

<p>କ୍ଷୁଦ୍ରାଯତନ ଶିଳ୍ପ ( Small-Scale Industries ) - 1950
ମସିହାର ଆର୍ଥିକ ଆଯୋଗ ( Fiscal Commission ) ଦେଇଥିବା ସଂସ୍ଥା
ଅନୁସାରେ ୟେଉଁ ଶିଳ୍ପର ସାଧାରଣତଃ 10 ରୁ 50 ମଧ୍ଧରେ ମଜୁରୀପ୍ରାପ୍ତ
ଶ୍ରମିକ ନିୟୁକ୍ତ ହୋଇଥାନ୍ତି ଏବଂ ପ୍ରଧାନତଃ ସେହିମାନଙ୍କ ଦ୍ବାରା ଏହି ଉଦ୍ଯୋଗ
କାର୍ୟ୍ଯ ଚାଲିଥାଏ ତାକୁ କ୍ଷୁଦ୍ରଶିଳ୍ପ କୁହାୟାଏ ୤ ବର୍ତ୍ତମାନ ସରକାର
ଉଦ୍ଯୋଗରେ ବିନିୟୋଗ କରାୟାଇଥିବା ସ୍ଥାଯୀ ପୁଞ୍ଜି ଭିତ୍ତିରେ କ୍ଷୁଦ୍ରାଯତନ ଓ
ବୃହଦାଯତନ ଶିଳ୍ପ ସଂସ୍ଥା ମଧ୍ଧରେ ପାର୍ଥକ୍ଯ ନିର୍ଦ୍ଧାରଣ କରିଥାନ୍ତି ୤ //
କାରଣ
ସେମାନେ ସାଧାରଣତଃ ଅତି ଉଚ୍ଚ ହାରରେ ସୁଧଦେଇ ଗାଆଁ ମହାଜନଠାରୁ
ଟଙ୍କା ଋଣ ଆଣିଥାନ୍ତି ୤ 1969 ମସିହା ସୁଦ୍ଧା ବାଣିଜ୍ଯିକ ବ୍ଯାଙ୍କମାନେ ମଧ୍ଧ
କୁଟୀର ଶିଳ୍ପଗୁଡିକୁ ବିଶେଷ ଆର୍ଥିକ ସାହାୟ୍ଯ ଦେଇ ନଥିଲେ ୤ 1969 ମସିହା
ଜୁଲାଇ ମାସରେ 14 ଟି ବଡ ବଡ ବାଣିଜ୍ଯିକ ବ୍ଯାଙ୍କକୁ ଜାତୀଯକରଣ କରାୟିବା
ପରେ କ୍ଷୁଦ୍ର ଓ କୁଟୀର ଶିଳ୍ପଗୁଡିକର ଆବଶ୍ଯକତା ପୂରଣ ପାଇଁ ବାଣିଜ୍ଯିକ
ବ୍ଯାଙ୍କଗୁଡିକର ଋଣ ପ୍ରବାହ ବୃଦ୍ଧିପାଇଛି ୤ କ୍ଷୁଦ୍ର ଶିଳ୍ପୋଦ୍ଯୋଗମାନଙ୍କ ପାଇଁ
ଋଣ ୟୋଗାଇବା ଉଦ୍ଦେଶ୍ଯରେ ବ୍ଯାଙ୍କ ଓ ଅନ୍ଯାନ୍ଯ ବିତ୍ତୀଯ ଅନୁଷ୍ଠାନ~
ଗୁଡିକୁ ଉତ୍ସାହିତ କରିବା ପାଇଁ ରିଜର୍ଭ ବ୍ଯାଙ୍କ ଏକ ଋଣ ଗ୍ଯାରେଣ୍ଟି ପରି~
ୟୋଜନାକୁ ( Credit guarantee Scheme ) କାର୍ୟ୍ଯକାରୀ କରୁଛି ୤ କ୍ଷୁଦ୍ର
ଓ କୁଟୀର ଶିଳ୍ପଗୁଡିକୁ ଋଣ ଦେବାୟୋଗୁଁ ଋଣଦାନକାରୀ ଅନୁଷ୍ଠାନଗୁଡିକର
ହେବାକୁ ଥିବା ସମ୍ଭାବ୍ଯ କ୍ଷତିରୁ ସେମାନଙ୍କୁ ରକ୍ଷାକରିବା ଏହି ପରିୟୋଜନାର
ଉଦ୍ଦେଶ୍ଯ ୤ ବାଣିଜ୍ଯିକ ବ୍ଯାଙ୍କ ସମୂହ , ରାଜ୍ଯ ଅର୍ଥ ନିଗମ , ରାଜ୍ଯ ସମବାଯ ବ୍ଯାଙ୍କ
ସମୂହ ଏବଂ କେନ୍ଦ୍ର ସମବାଯ ବ୍ଯାଙ୍କ ସମୂହ ଭଳି ଋଣଦାନକାରୀ ଅନୁଷ୍ଠାନଗୁଡିକ
ଏହି ପରିୟୋଜନାର ଅନ୍ତର୍ଭୁକ୍ତ ୤ ଏହି ପରିୟୋଜନା କାର୍ୟ୍ଯକାରୀ ହେବା
ଫଳରେ ଏହି ବିତ୍ତୀଯ ସଂସ୍ଥାମାନେ କ୍ଷୁଦ୍ର ଶିଳ୍ପୋଦ୍ଯୋଗଗୁଡିକୁ ଅଧିକରୁ ଅଧିକ
ଋଣ ଦେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ୤ ତଥାପି ବିତ୍ତୀଯ ସମ୍ବଳ ସଂଗ୍ରହ
କ୍ଷେତ୍ରରେ ଏମାନଙ୍କ ଅବସ୍ଥା ଆଶାନୁରୂପ ସୁଧୁରିପାରି ନାହିଁ ୤ ସମବାଯ ସଂସ୍ଥା~
ଗୁଡିକ ସେମାନଙ୍କ କାର୍ୟ୍ଯକଳାପକୁ ମୁଖ୍ଯତଃ କୃଷିକ୍ଷେତ୍ର ମଧ୍ଧରେ ସୀମାବଦ୍ଧ
କରି ରଖିଛନ୍ତି ୤ ଫଳରେ କ୍ଷୁଦ୍ର ଶିଳ୍ପଗୁଡିକ ଅର୍ଥାଭାବରୁ ଅସୁବିଧାର ସମ୍ମୁଖୀନ
ହୋଇଥାନ୍ତି ଏବଂ ଏହା ସେମାନଙ୍କ ଉତ୍ପାଦନ ଓ ବିପଣନ କାର୍ୟ୍ଯକଳାପ ଉପରେ
ପ୍ରତିକୂଳ ପ୍ରଭାବ ପକାଇଥାଏ ୤</p>

<p>ପ୍ରାବିଧିକ ସହାଯତା ( Technical Assistance ) -
କ୍ଷୁଦ୍ରାଯତନ ଶିଳ୍ପ ସଂସ୍ଥାଗୁଡିକ ଅତି ପୁରୁଣାକାଳିଆ ଅଧୁନା ଅନାବୃତ ଉପ~
କରଣ ଦ୍ବାରା ଉତ୍ପାଦନ କରି ଚାଲିଛନ୍ତି ୤ ସେମାନଙ୍କ ଦ୍ବାରା ଅନୁସୃତ ଉତ୍ପାଦନ
ପଦ୍ଧତି ମଧ୍ଧ ବିଗତ ୟୁଗର ଅନାବୃତ ପଦ୍ଧତି ରୂପେ ପରିଚିତ ୤ ଆଧୁନିକ ୟନ୍ତ୍ରପାତି
ଓ ଉପକରଣ ସାହାୟ୍ଯରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ଆବଶ୍ଯକ ହେଉଥିବା
ଗବେଷଣା ଓ ତାଲିମ ସୁୟୋଗ ସେମାନଙ୍କର ନାହିଁ ୤ ଏଥିରେ ନିୟୁକ୍ତ କୁଶଳୀ
କାରିଗରମାନେ ଦରିଦ୍ର ଓ ନିରକ୍ଷର ୤ ତେଣୁ ନୂତନ ଉପକରଣମାନ କ୍ରଯ
କରିବା ପାଇଁ ସେମାନଙ୍କ ପାଖେ ସମ୍ବଳ ନାହିଁ ବା ନୂତନ ଉତ୍ପାଦନ ପଦ୍ଧତି ଓ
ପ୍ରବିଧିଜ୍ଞାନ ସମ୍ପର୍କରେ ସେମାନେ ବିଶେଷକିଛି ଜାଣନ୍ତି ନାହିଁ ୤ ପରିଣାମରେ
ସେମାନଙ୍କ ଉତ୍ପାଦିତା ସ୍ତର ନିମ୍ନରେ ରହିଥାଏ ଏବଂ ସେମାନଙ୍କ ଉତ୍ପାଦଗୁଡିକର
ମାନ ମଧ୍ଧ ଅତି ନିମ୍ନ ଧରଣର ହୋଇଥାଏ ୤ ଉନ୍ନତ ପ୍ରାବିଧିକ ଜ୍ଞାନ କ୍ଷୁଦ୍ର
ଶିଳ୍ପଗୁଡିକର ଉତ୍ପାଦନ ଦକ୍ଷତା ବୃଦ୍ଧି କରିପାରିବ ୤ ତେଣୁ ସେମାନଙ୍କ ପ୍ରାବିଧିକ
କୌଶଳକୁ ଉନ୍ନତ କରାଇବାରେ ଏବଂ ସେମାନଙ୍କ କାରଖାନାର ଆଧୁନିକୀକରଣ
ପାଇଁ ଏହି ଶିଳ୍ପଗୁଡିକୁ ସାହାୟ୍ଯ କରିବା ଦରକାର ୤ ସଂକ୍ଷେପରେ କହିବାକୁ~
ଗଲେ , କ୍ଷୁଦ୍ରଶିଳ୍ପ ଓ କୁଟୀର ଶିଳ୍ପଗୁଡିକର ଗୋଟିଏ ବଡ ଆବଶ୍ଯକତା ହେଲା ,
ପ୍ରାବିଧିକ ସହାଯତା ୤ କିନ୍ତୁ ଏହି ଶିଳ୍ପ ସଂସ୍ଥାଗୁଡିକୁ ପ୍ରାବିଧିକ ସହାଯତା
ଦେବାପାଇଁ ଗଢାୟାଇଥିବା ସଂସ୍ଥାନିକ ବ୍ଯବସ୍ଥା ଅତି ଦୁର୍ବଳ ଭଳି ମନେହୁଏ ୤
ଜିଲା ସ୍ତରରେ ଏକ ସ୍ବତନ୍ତ୍ର ଔଦ୍ଯୋଗିକ ବିକାଶ ସଂସ୍ଥା ଗଢି କ୍ଷୁଦ୍ର ଓ କୁଟୀର
ଶିଳ୍ପଗୁଡିକୁ ପ୍ରାବିଧିକ ସହାଯତା ୟୋଗାଇ ଦେବା ଦାଯିତ୍ବ ଏହି ସଂସ୍ଥା ହାତରେ
ଅର୍ପଣ କରାୟିବା ଉଚିତ ୤ ଏହି ଦିଗରୁ ବିଚାରକଲେ , ଜିଲା ଶିଳ୍ପକେନ୍ଦ୍ର
( District Industries Centres ) ପରିକଳ୍ପନା ଏକ ଅଭିନବ ଓ
ବଳିଷ୍ଠ ପରିକଳ୍ପନା ୤ ଏହି କେନ୍ଦ୍ରଗୁଡିକ ଗୋଟିଏ ସ୍ଥାନରେ କ୍ଷୁଦ୍ର ଶିଳ୍ପସଂସ୍ଥା~
ମାନେ ଆବଶ୍ଯକ କରୁଥିବା ବହୁବିଧ ସେବା ୟୋଗାଇ ଦେବାର କଳ୍ପନା
କରାୟାଇଛି ୤ କିନ୍ତୁ ଜିଲା ଶିଳ୍ପ କେନ୍ଦ୍ରଗୁଡିକର କାର୍ୟ୍ଯ ବିଶେଷ ସନ୍ତୋଷଜନକ
ହୋଇପାରିବ ନାହିଁ ୤</p>

<p>ବିପଣନ ସମସ୍ଯା ( Problem of Marketing ) -
କ୍ଷୁଦ୍ରଶିଳ୍ପ ସଂସ୍ଥାଗୁଡିକ ସେମାନଙ୍କ ଉତ୍ପାଦଗୁଡିକ ବିକ୍ରିପାଇଁ ବଜାର ପାଇବାରେ
ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ୤ ନିଜ ନିଜର ଉତ୍ପାଦକୁ ବିକ୍ରଯକରିବା ପାଇଁ
ସେମାନଙ୍କର କୌଣସି ବିପଣନ ସଙ୍ଗଠନ ନାହିଁ ୤ ଅନେକ କ୍ଷେତ୍ରରେ
ଦେଖାୟାଏ ୟେ ବୃହତ୍୍ ଶିଳ୍ପାନୁଷ୍ଠାନରେ ଉତ୍ପାଦିତ ଦ୍ରବ୍ଯ ଅପେକ୍ଷା ସେମାନଙ୍କ
ଉତ୍ପାଦିତ ଦ୍ରବ୍ଯ ନିକୃଷ଼୍ଟ ଧ଱ଣଁର ହୋଇଥାଏ ୤ ତେଣୁ ବଜାରରେ ପ୍ରତିୟୋଗିତାର
ସମ୍ମୁଖୀନ ହୋଇ ସେମାନେ ସେମାନଙ୍କ ଉତ୍ପାଦଗୁଡିକୁ ବିକ୍ରଯ କରିପାରିନଥାନ୍ତି ୤
ପୁଣି , ଏହି କ୍ଷୁଦ୍ରଶିଳ୍ପ ସଂସ୍ଥାଗୁଡିକର ୟଥେଷ୍ଟ ବିତ୍ତୀଯ ସମ୍ବଳ ନଥିବାରୁ ସେମା~
ନଙ୍କ ସଂପଣନ ସାମର୍ଥ୍ଯ ( Bargaining Capacity ) ବା ଦର କଷାକସି
ବେଶିଦିନ ଧରିରଖି ନେବାର ସାମର୍ଥ୍ଯ ମଧ୍ଧ ନାହିଁ ବା ବହୁତ କମ ୤ //
ଭାରତ ସରକାରଙ୍କ ଶିଳ୍ପନୀତି
ଦେଶର ଶିଳ୍ପାନୁଷ୍ଠାନଗୁଡିକ ପ୍ରତି ସରକାର ୟେଉଁ ଆଭିମୁଖ୍ଯ ପୋଷଣ
କରିଥାନ୍ତି ଏବଂ ଦେଶର ଶିଳ୍ପବିକାଶ ପାଇଁ ୟେଉଁ କୌଶଳ ଅବଲମ୍ବନ କରିଥାନ୍ତି
ତାହା ସରକାରଙ୍କ ଶିଳ୍ପନୀତି ହିଁ ସୂଚାଇ ଦେଇଥାଏ ୤ ବେସରକାରୀ କ୍ଷେତ୍ରରେ
ଗଢିଉଠିଥିବା ଶିଳ୍ପାନୁଷ୍ଠାନଗୁଡିକ ପ୍ରତି ସରକାର କିପ୍ରକାର ମତିଗତି ପୋଷଣ
କରନ୍ତି , ସରକାର କେଉଁ କେଉଁ ଶିଳ୍ପଗୁଡିକୁ ଉତ୍ସାହିତ କରିବ , କେଉଁ କେଉଁ
ଶିଳ୍ପଗୁଡିକ ସରକାରୀ ପୃଷ୍ଠପୋଷକତାରେ ବିକାଶ ଲାଭ କରିବ , ଶିଳ୍ପାନୁଷ୍ଠାନ
ଗୁଡିକର ମାଲିକାନାସ୍ବତ୍ବ ଓ ପରିଚାଳନାରେ ସରକାର କେତେଦୂର ସହୟୋଗ
କରିବେ ଏବଂ ବେସରକାରୀ କ୍ଷେତ୍ରରେ ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନଗୁଡିକର ନିଯନ୍ତ୍ରଣ
ଓ ତତ୍ତ୍ବାବଧାନ ସମସ୍ଯା ଆଦି ସମସ୍ତ ବିଷଯରେ ଏହି ଶିଳ୍ପନୀତି ସ୍ପଷ୍ଟ ସୂଚନା
ଦେଇଥାଏ ୤ ସଂକ୍ଷେପରେ କହିଲେ , ଶିଳ୍ପନୀତି ଦେଶର ଅର୍ଥନୀତିରେ ଶିଳ୍ପବିକାଶ ,
ଶିଳ୍ପର ମାଲିକାନାସ୍ବତ୍ବ ଏବଂ କାର୍ୟ୍ଯାବଳୀ ସମ୍ପର୍କରେ ଅନୁସୃତି ନିଯମକାନୁନ୍୍
ନୀତି ଓ ବିଭିନ୍ନ ପଦ୍ଧତିର ସୂଚନା ଦେଇଥାଏ ୤</p>

<p>ଶିଳ୍ପନୀତି ଓ ଗ୍ରାମ୍ଯ ଶିଳ୍ପ
ବ୍ରିଟିଶ ଶାସନ କାଳରେ ଭାରତ ସରକାର ଭାରତ ପାଇଁ ଏକ ନିର୍ଦ୍ଦିଷ୍ଟ ,
ସୁସମନ୍ବିତ ଶିଳ୍ପନୀତି ପ୍ରଣଯନ କରିବାର ପ୍ରଯାସ କରି ନ ଥିଲେ ୤ ସ୍ବାଧୀନତା
ପ୍ରାପ୍ତିପରେ ଜାତୀଯ ସରକାର 48 ମସିହା ଅପ୍ରେଲ 6 ତାରିଖରେ ସ୍ବାଧୀନ
ଭାରତର ପ୍ରଥମ ବ୍ଯାପକ ଶିଳ୍ପନୀତି ଘୋଷଣା କଲେ ୤ ଏହି ଶିଳ୍ପନୀତି ସରକାରୀ
ଉଦ୍ଯୋଗ ଏବଂ ବେସରକାରୀ ଉଦ୍ଯୋଗ ପାଇଁ ଉଦ୍ଦିଷ୍ଟ କ୍ଷେତ୍ରର ସୀମା ପରିସରକୁ
ସ୍ପଷ୍ଟଭାବେ ନିର୍ଦ୍ଧାରଣ କଲା ଏବଂ ଶିଳ୍ପାନୁଷ୍ଠାନଗୁଡିକ ଉପରେ କେଉଁ ପ୍ରକାରର
ସରକାରୀ ନିଯନ୍ତ୍ରଣ ରହିବ ତାର ସୂଚନା ଦେଲା ୤ କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପକୁ
ଜାତୀଯ ଅର୍ଥନୀତିରେ ଏକ ନିର୍ଦ୍ଦିଷ୍ଟ ଓ ଗୁରୁତ୍ବପୂର୍ଣ୍ଣ ଭୂମିକା ଦେବା ଏହି ନୀତିର
ଏକ ଉଲ୍ଲେଖନୀଯ ଅବଦାନ ବୋଲି କୁହାୟାଇପାରେ ୤ ଏହି ଶିଳ୍ପାନୁଷ୍ଠାଗୁଡିକ
ଲୋକମାନଙ୍କ ପାଇଁ ତଥା ସମବାଯ ସଂସ୍ଥାଗୁଡିକ ପାଇଁ ଆଯ ଓ ନିଯୋଜନ
ସୁୟୋଗ ସୃଷ୍ଟି କରିପାରିବ ବୋଲି ବିଚାର କରାୟାଇଥିଲା ୤ ଏହା ବ୍ଯତୀତ
ପାକିସ୍ଥାନରୁ ଆସିଥିବା ଶରଣାର୍ଥୀମାନଙ୍କ ଥଇଥାନ ଦିଗରେ ମଧ୍ଧ ଏହା ବିଶେଷ
ସହାଯକ ହେବ ବୋଲି ବିଚାର କରାୟାଇଥିଲା ଏବଂ ଏହାଦ୍ବାରା ଶିଳ୍ପାନୁଷ୍ଠାନ
ଗୁଡିକର ବିକେନ୍ଦ୍ରୀକରଣ ସହଜ ହେବ ବୋଲି ଆଶା କରାୟାଇଥିଲା ୤ ବୃହଦା~
ଯତନ ଶିଳ୍ପସଂସ୍ଥାଗୁଡିକ ସହ ନିବିଡ ସମନ୍ବଯ ପ୍ରତିଷ୍ଠା କରି ଗ୍ରାମ୍ଯ ଶିଳ୍ପ
ଗୁଡିକର ବିକାଶ କରିବା କୌଶଳ ଏହି ଶିଳ୍ପ ନୀତିରେ ଅନୁସରଣ କରାୟାଇ
ଥିଲା ୤ ଦେଶରୁ ବେକାରୀ , ଅର୍ଦ୍ଧବେକାରୀ ଓ ଦାରିଦ୍ର୍ଯର ବିଲୋପସାଧନ
ଭାରତର ଅର୍ଥନୈତିକ ବିକାଶ କାର୍ୟ୍ଯକ୍ରମର ପ୍ରଧାନ ଲକ୍ଷ୍ଯ ହୋଇ ରହିଆସିଛି ୤
କିନ୍ତୁ ଗ୍ରାମ୍ଯ ଅର୍ଥନୀତିର ସର୍ବାଙ୍ଗୀନ ବିକାଶ ନ ଘଟିଲେ ଏହି ଲକ୍ଷ୍ଯ ହାସଲ
କରାୟାଇପାରିବ ନାହିଁ ୤ ଏହି ପରିପ୍ରେକ୍ଷୀରେ , ଗ୍ରାମ୍ଯ ଶିଳ୍ପର ପୁନର୍ଗଠନ ଓ
ବିକାଶ ଏକାନ୍ତ ଆବଶ୍ଯକ ବୋଲି ହୃଦଯଙ୍ଗମ କରାୟାଇଛି ୤ ଏହି ବଦ୍ଧମୂଳ
ଧାରଣା ୟୋଗୁଁ ହିଁ 1948 ମସିହାଠାରୁ ପ୍ରଣଯନ କରାୟାଇଥିବା ସବୁ ଗୁରୁତ୍ବପୂର୍ଣ୍ଣ
ଶିଳ୍ପନୀତି ଘୋଷଣାରେ ଗ୍ରାମ୍ଯ ଶିଳ୍ପ ତଥା କ୍ଷୁଦ୍ର ଓ କୁଟୀର ଶିଳ୍ପକୁ
ଜାତୀଯ ଅର୍ଥନୈତିକ ବିକାଶ କାର୍ୟ୍ଯକ୍ରମରେ ଏକ ଗୌରବମଯ ସ୍ଥାନ
ଦିଆୟାଇଛି ୤</p>

<p>1948 ରେ ଘୋଷିତ ଶିଳ୍ପ ନୀତି 1956 ପର୍ୟ୍ଯନ୍ତ ବଳବତ୍ତର ହୋଇ
ରହିଥିଲା ୤ 1956 ଅପ୍ରେଲରେ ସରକାର ପୁଣି ଏକ ନୂତନ ଶିଳ୍ପନୀତି ଘୋଷଣା
କଲେ ୤ କ୍ଷୁଦ୍ର ଓ କୁଟୀର ଶିଳ୍ପକୁ ପୂର୍ବ ନୀତି ଘୋଷଣାରେ ଦିଆୟାଇଥିବା
ଭୂମିକା ଓ ପ୍ରୋତ୍ସାହନକୁ ଏହି ନୂତନ ନୀତି ସମର୍ଥନ ଜଣାଇଥିଲା ୤ କାରଣସ୍ବପୂପ
କୁହାୟାଇଥିଲା ୟେ ଦେଶରେ କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ଘଟିଲେ
ସଙ୍ଗେ ସଙ୍ଗେ ବହୁ ସଂଖ୍ଯକ ନିଯୋଜନ ସୁବିଧା ସୃଷ୍ଟି ହୋଇପାରିବ , ଜାତୀଯ
ଆଯର ଅଧିକ ନ୍ଯାଯୋଚିତ ବଣ୍ଟନ ବ୍ଯବସ୍ଥା ହୋଇପାରିବ , ପୁଞ୍ଜି ଓ କୌଶଳର
ଲୁକ୍୍କାଯିତ ସମ୍ବଳର ବିନିୟୋଗ ସୁବିଧା ମିଳିବ ଏବଂ ସହରୀକରଣର କୁପ୍ରଭାବକୁ
ଦୂର କରାୟାଇପାରିବ ୤ ଏହି ଶିଳ୍ପଗୁଡିକୁ ପୁନରୁଜ୍ଜୀବିତ କରିବା ଏବଂ ବୃହଦାଯତନ
ଶିଳ୍ପସଂସ୍ଥାଗୁଡିକ ସହ ସମନ୍ବଯ ପ୍ରତିଷ୍ଠା କରି ଏଗୁଡିକର ବିକାଶ କରିବା ଏହି
ନୀତିର ପ୍ରଧାନ ଲକ୍ଷ୍ଯ ଥିଲା ୤ //
ଅନେକଗୁଡିଏ କାର୍ୟ୍ଯକ୍ରମ ହାତକୁ ନିଆୟାଇ ପଞ୍ଚମ ୟୋଜନା କାଳରେ
କ୍ଷୁଦ୍ର ଶିଳ୍ପ କ୍ଷେତ୍ରର ବ୍ଯାପକ ପ୍ରସାର ଘଟାଇବା ସମ୍ଭବ ହୋଇଥିଲା ୤ 1979-~
80 ସୁଦ୍ଧା ବୃହତ୍୍ ଓ ମଧ୍ଧମ ଶିଳ୍ପୋଦ୍ଯୋଗ କ୍ଷେତ୍ରରେ କେବଳ ପ୍ରାଯ 4.5 ନିଯୂତ
ଲୋକ ନିୟୁକ୍ତି ସୁବିଧା ପାଇଥିବା କଥା ହିସାବରୁ ଜଣାୟାଇଥିବାବେଳେ କ୍ଷୁଦ୍ର
ଶିଳ୍ପୋଦ୍ଯୋଗ କ୍ଷେତ୍ରରେ ପ୍ରାଯ 23.58 ନିଯୂତ ଲୋକ ନିୟୁକ୍ତି ସୁବିଧା ପାଇଥିବା
କଥା ଜଣାୟାଏ ୤</p>

<p>1977 ମସିହା ଡିସେମ୍ବର ମାସରେ କେନ୍ଦ୍ରରେ କ୍ଷମତାସୀନ ତତ୍୍କାଳୀନ
ଜନତା ସରକାର ୟେଉଁ ଶିଳ୍ପ ନୀତି ଘୋଷଣା କରିଥିଲେ ସେଥିରେ ନୂତନଭାବେ
ପ୍ରବର୍ତ୍ତନ କରାୟାଇଥିବା ଜିଲା ଶିଳ୍ପ କେନ୍ଦ୍ର ଧାରଣା ( District Inust~
ries Centre or D.I.C. ) ନିଶ୍ଚିତଭାବେ ଏକ ଉଲ୍ଲେଖନୀଯ ଅବଦାନ ୤
କ୍ଷୁଦ୍ର ଓ କୁଟୀର ଶିଳ୍ପର ବିକାଶ ପାଇଁ ପୂର୍ବରୁ ଥିବା ଓ ଗଢିଉଠୁଥିବା ବହୁ
ସଂଖ୍ଯକ ସଂସ୍ଥା ଓ ସଙ୍ଗଠନ ଜଣେ ସାଧାରଣ ଗ୍ରାମୀଣ ଓ କ୍ଷୁଦ୍ର ଉଦ୍ଯୋକ୍ତାଙ୍କ
ପାଇଁ ବିଭ୍ରାନ୍ତ ସୃଷ୍ଟି କରିବ ବୋଲି ଉପଲବ୍୍ଧି କରାୟିବାରୁ ଋଣ ୟୋଗାଣ ,
କଞ୍ଚାମାଲ ୟୋଗାଣ , ତାଲିମ ଦାନ , ବିପଣନ ବ୍ଯବସ୍ଥା ଏବଂ ବେକାରୀ ଶିକ୍ଷିତ
ୟୁବ ଶିଳ୍ପୋଦ୍ଯୋଗୀଙ୍କର ଆବଶ୍ଯକ ହେଉଥିବା ଅନ୍ଯାନ୍ଯ ସାହାୟ୍ଯ ଏକା
ଗୋଟିଏ ସ୍ଥାନରେ ଗୋଟିଏ ଛାତ ତଳେ ୟୋଗାଇଦେବାର ବ୍ଯବସ୍ଥା କରିବା
ପାଇଁ ପ୍ରତ୍ଯେକ ଜିଲାରେ ଗୋଟିଏ ଲେଖାଏଁ ଜିଲା ଶିଳ୍ପ କେନ୍ଦ୍ର ପ୍ରତିଷ୍ଠା କରା~
ଗଲା ୤ 1979 ମସିହା ମଇ ମାସ ପହିଲା ଦିନ ଠାରୁ ଏହି କାର୍ୟ୍ଯକ୍ରମ ଆରମ୍ଭ
କରାଗଲା ଏବଂ କୁଟୀର ଓ କ୍ଷୁଦ୍ର ଶିଳ୍ପର ବିକାଶ ଦିଗରେ ଏହି ଶିଳ୍୍ପ କେନ୍ଦ୍ର
ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ୤</p>

<p>ଷଷ୍ଠ ୟୋଜନା ( 1980-85 ) - ଖଦୀ ଓ ଗ୍ରାମୋଦ୍ଯୋଗ କମିଶନ
ଦ୍ବାରା ଶ୍ରୀ ଭି.ରାମଚନ୍ଦ୍ରନ୍୍ଙ୍କ ଅଧ୍ଧକ୍ଷତାରେ ନିୟୁକ୍ତ କମିଟିର ସୁପାରିଶ ଅନୁସାରେ
ଷଷ୍ଠ ୟୋଜନାରେ ଖଦୀ ଓ ଗ୍ରାମୋଦ୍ଯୋଗ କାର୍ୟ୍ଯକ୍ରମର ବିକାଶ ଦ୍ବାରା ଗ୍ରାମାଞ୍ଚଳର ସବୁ
ହସ୍ତଶିଳ୍୍ପୀଙ୍କୁ ଉପକୃତ କରିବା ଏବଂ ସେମାନେ ଲାଗିଥିବା ଉପସ୍ଥିତ ବୃତ୍ତିରେ
ସେମାନଙ୍କୁ ପୂର୍ଣ୍ଣ ନିଯୋଜନ କରିବା ଥିଲା ଷଷ୍ଠ ୟୋଜନାର ଗ୍ରାମ୍ଯ ଶିଳ୍୍ପ
କ୍ଷେତ୍ରରେ ମୂଳ ଓ ମୌଳିକ ଆଭିମୁଖ୍ଯ ୤ ଅନ୍ଯ ଏକ ଆଭିମୁଖ୍ଯ ଥିଲା , ଆଗରୁ
ଥିବା ପରିୟୋଜନାଗୁଡିକୁ ସମ୍ପ୍ରସାରିତ କରି ଏବଂ ସେଗୁଡିକୁ ବିବିଧ ପ୍ରକାରର
କରାଇ ଏବଂ ବିଶେଷକରି କର୍ମ ନିଯୋଜନ ସୃଷ୍ଟି କରିବାର ଆବଶ୍ଯକତା ତୀବ୍ର
ଓ ଜରୁରୀ ଥିବା ଅଞ୍ଚଳରେ ଅତିରିକ୍ତ ପରିୟୋଜନାମାନ ହାତକୁ ନେଇ ନିଯୋଜନ
ଭିତ୍ତିଭୂମିକୁ ସଂପ୍ରସାରିତ କରିବା ୤ ଗ୍ରାମ୍ଯ ଶିଳ୍ପର ବିକାଶ ପାଇଁ ଷଷ୍ଠ ୟୋଜନା
କାଳରେ ନିଆୟାଇଥିବା କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଲା :
କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ କଞ୍ଚାମାଲ ୟୋଗାଣକୁ ବିଶେଷଭାବେ ବୃଦ୍ଧି
କରାୟାଇଛି ୤</p>

<p>କୃଷି ପଛକୁ କ୍ଷୁଦ୍ର ଶିଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସୁଲଭ ହାରରେ
ଋଣ ୟୋଗାଇ ଦେବାର ବ୍ଯବସ୍ଥା କରାଗଲା ୤</p>

<p>ସେମାନଙ୍କ ଆବଶ୍ଯକ ଦ୍ରବ୍ଯଗୁଡିକୁ ସହଜରେ ବିଦେଶରୁ ଆମଦାନୀ
କରି ଆଣିବା ପାଇଁ ଶିଳ୍ପାନୁଷ୍ଠାନମାନଙ୍କୁ ଦିଆୟାଇଥିବା ଆମଦାନୀ ଲାଇ~
ସେନ୍୍ସର ମୂଲ୍ଯ ବୃଦ୍ଧି କରାଗଲା ୤</p>

<p>କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ପ୍ରବିଧି ବିଜ୍ଞାନକୁ ଉନ୍ନତ କରିବା ପାଇଁ ବହୁ
ପଦକ୍ଷେପ ନିଆୟାଇଛି ୤</p>

<p>କ୍ଷୁଦ୍ର ଶିଳ୍ପ କ୍ଷେତ୍ର ସଂସ୍ଥାଗୁଡିକରୁ ବାଧ୍ଧତାମୂଳକ ଭାବେ ସରକାରୀ କ୍ରଯ
ବ୍ଯବସ୍ଥାକୁ ଆହୁରି ଦୃଢୀଭୂତ କରାୟାଇ ସରକାରଙ୍କ ସଂଗ୍ରହଣ-ବିକ୍ରଯ କାର୍ୟ୍ଯକ୍ରମ
( Store-purchase Programme ) ଅନୁସାରେ କେବଳ କ୍ଷୁଦ୍ର ଶିଳ୍ପ
ସଂସ୍ଥାଗୁଡିକରୁ କ୍ରଯ କରିବାପାଇଁ ବର୍ତ୍ତମାନ 401ଟି ଦ୍ରବ୍ଯକୁ ସ୍ବତନ୍ତ୍ରଭାବେ ସଂର~
କ୍ଷିତକରି ରଖାୟାଇଛି ୤</p>

<p>ସପ୍ତମ ୟୋଜନା ( 1985-90 ) - 1990 ମସିହା ଜୁଲାଇ
ମାସରେ କେନ୍ଦ୍ର ସରକାର ଘୋଷଣା କରିଥିବା ଶିଳ୍ପ ନୀତିରେ କ୍ଷୁଦ୍ର ଶିଳ୍ପ ଓ
କୁଟୀର ଶିଳ୍ପର ବିକାଶ ପାଇଁ ନିମ୍ନୋକ୍ତମତେ ପଦକ୍ଷେପମାନ ଗ୍ରହଣ କରାୟିବ
ବୋଲି କୁହାୟାଇଥିଲା ୤</p>

<p>କ୍ଷୁଦ୍ର ଓ କୁଟୀର ଶିଳ୍ପ ପାଇଁ ଉତ୍ପାଦନର ପରିମାଣ
ଉପରେ କଟକଣା ବା ସୀମା ଧାର୍ୟ୍ଯ ୤
ବୃହତାଯତନ ଶିଳ୍ପୋଦ୍ଯୋଗ କ୍ଷେତ୍ରରେ ଉତ୍ପାଦନର ପରିମାଣ
ଉପରେ କଟକଣା ବା ସୀମା ଧାର୍ୟ୍ଯ ୤</p>

<p>ଏକ ବିଭେଦନମୂଳକ କରାଧାନ ନୀତି ଅନୁସରଣ ବା ପ୍ରତ୍ଯକ୍ଷ ଆର୍ଥିକ
ସହାଯତା ଦେବା ବ୍ଯବସ୍ଥା ୤</p>

<p>ଆତ୍ମ ନିର୍ଭରଶୀଳ ହେବା ପାଇଁ ଶକ୍ତି ସଂଗ୍ରହ କରିବାକୁ ବିକେନ୍ଦ୍ରୀକୃତ
ଉଦ୍ଯୋଗକୁ ସମର୍ଥ କରିବାରେ ସାହାୟ୍ଯ କରିବା ୤
 +&gt;*
               0 
</p></body></text></cesDoc>